Below header

୨୦୦୨ ଗୁଜରାଟ ଦଙ୍ଗା ମାମଲା : ମୋଦିଙ୍କ ସମେତ ଅନ୍ୟ ତତ୍କାଳୀନ ମନ୍ତ୍ରୀଙ୍କୁ କ୍ଲିନ୍‌ଚିଟ୍‌

ଗାନ୍ଧୀନଗର : ୨୦୦୨ ଗୁଜରାଟ ଦଙ୍ଗା ମାମଲାରୁ କ୍ଲିନ୍‌ଚିଟ୍‌ ପାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଗୁଜରାଟ ବିଧାନସଭାରେ ଏହି ମାମଲାର ଯାଞ୍ଚ କରିଥିବା ନାନାବତୀ କମିଶନ୍‌ଙ୍କ ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ଗୃହମନ୍ତ୍ରୀ ପ୍ରଦୀପ ସିଂହ ଜାଡେଜା ଏହାକୁ ଉପସ୍ଥାପନ କରିଥିଲେ । ରିପୋର୍ଟରେ କୁହାଯାଇଛି ଯେ ତତ୍କାଳୀନ ମନ୍ତ୍ରୀ ହରେନ୍‌ ପାଣ୍ଡ୍ୟା, ଭରତ ବାରୋଟ ଏବଂ ଅଶୋକ ଭଟ୍ଟଙ୍କର ଦଙ୍ଗାରେ କୌଣସି ଭୂମିକା ନଥିଲା । ତେବେ ଆରବୀ ଶ୍ରୀକୁମାର, ରାହୁଲ ଶର୍ମା ଓ ସଞ୍ଜୀବ ଭଟ୍ଟଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ବୋଲି କୁହାଯାଇଛି । ଏହି ଭୟଙ୍କର ଦଙ୍ଗା ବେଳେ ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିଲେ ।

RIOTତେବେ ଏହି ରିପୋର୍ଟ ଦିଆଯିବାର ପାଞ୍ଚ ବର୍ଷ ପରେ ଏହା ବିଧାନସଭାରେ ଉପସ୍ଥାପନ କରାଯାଉଛି । କମିଶନ୍‌ ପାଞ୍ଚ ବର୍ଷ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ୍‌ ପଟେଲଙ୍କୁ ଏହି ରିପୋର୍ଟ ଦେଇଥିଲେ । ୨୦୦୨ର ଘଟଣା । ଗୋଧ୍ରା ରେଳ ଷ୍ଟେସନ୍‌ରେ ସାବରମତୀ ଏକ୍ସପ୍ରେସ୍‌ର ଦୁଇଟି ବଗିରେ ନିଆଁ ଲଗାଇ ଦିଆଯାଇଥିଲା । ଏଥିରେ ୫୯ ଜଣ କରସେବକ ପୋଡ଼ି ମରି ଯାଇଥିଲେ । ଏହା ପରେ ଗୁଜରାଟରେ ଦଙ୍ଗା ସୃଷ୍ଟି ହୋଇଥିଲା । ଯେଉଁଥିରେ ପ୍ରାୟ ୧ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା । ଏଥିରେ ଅଧିକାଂଶ ଥିଲେ ସଂଖ୍ୟା ଲଘୁ । ଏହି ଘଟଣା ସାରା ଦେଶକୁ ଦୋହଲାଇ ଦେଇଥିଲା । କମିଶନ୍‌ ରିପୋର୍ଟରେ କୁହାଯାଇଛି କି ଅନେକ ସ୍ଥାନରେ ପୋଲିସ୍‌ ଠିକଣା ସମୟରେ ପଦକ୍ଷେପ ନେବାରେ ବିଫଳ ହେବାରୁ ଏହି ଦଙ୍ଗା ଘଟିଲା । ତ୍ରୁଟି କରିଥିବା ପୋଲିସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କମିଶନ୍‌ ସୁପାରିଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.