ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ଷ୍ଟାଫ ନର୍ସଙ୍କ ଦୁର୍ବ୍ୟବହାର ଅଭିଯୋଗ

ପଦ୍ମପୁର : ଚିକିତ୍ସାରେ ଅବହେଳା ସହ ପ୍ରସୂତିଙ୍କୁ ଷ୍ଟାଫ ନର୍ସଙ୍କ ଦୁର୍ବ୍ୟବହାର ଅଭିଯୋଗ । ବରଗଡ଼ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟରୁ ଏଭଳି ଅଭିଯୋଗ ଆସିଛି । ଗତ ୯ ତାରିଖ ରାତିରେ ପାଇକମାଲ ବ୍ଳକ୍ ଟେମରି ଗାଁର ରଶ୍ମିତା ଘିବାଲାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ରଶ୍ମିତାଙ୍କୁ ପଦ୍ମପୁର ଡାକ୍ତରଖାନା ଆଣିଥିଲେ ଆଶା କର୍ମୀ । ତେବେ ଡ୍ୟୁଟିରେ ଥିବା ଷ୍ଟାଫ ନର୍ସ ଜୟନ୍ତୀ ପଣ୍ଡା ସେମାନଙ୍କୁ କିଛି ସମୟ ଅପେକ୍ଷା କରିବାକୁ ଆଶା କର୍ମୀଙ୍କୁ କହିଥିଲେ ।

ମାତ୍ର ଘଣ୍ଟାଏ କାଳ ଅପେକ୍ଷା କଲା ପରେ ମଧ୍ୟ କେହି ଆସିନଥିଲେ । ରଶ୍ମିତାଙ୍କ ପ୍ରସବ ବେଦନା ବଢିବାରୁ ଆଶା କର୍ମୀ ଜଣକ ଷ୍ଟାଫନର୍ସଙ୍କୁ ବାରମ୍ବାର ଡାକିଥିଲେ । କିନ୍ତୁ ସେ ନଆସି ଓଲଟା ଆଶା କର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ଏହାସହ ରଶ୍ମିତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବା ସହ କଟୁ କଥା କହିଥିବା ପଦ୍ମପୁର ଏସ୍‌ଡିଏମ୍‌ଓଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଛି । କୌଣସି ନର୍ସଙ୍କ ବିନା ସହାୟତାରେ ଶିଶୁ ପୁତ୍ର ଜନ୍ମ ଦେଇଥିବା ରଶ୍ମିତା ଅଭିଯୋଗ କରିଛନ୍ତି । ସେପଟେ ଘଟଣାକୁ ମିଛ କହିବା ସହ ସେ ହିଁ ପ୍ରସବ କରେଇଥିବା ନର୍ସ ଜୟନ୍ତୀ କହିଛନ୍ତି । ଏନେଇ ତଦନ୍ତ ଚାଲିଥିବା ବେଳେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍‌ଡିଏମ୍‌ଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.