Below header

ପଡ଼ିଆରେ ୭ ମାସର ଶିଶୁକୁ ସ୍ତନ୍ୟପାନ କରାଇଲେ ମହିଳା ଭଲିବଲ ଖେଳାଳି, ଭାଇରାଲ ହେଉଛି ଫଟୋ

ଖେଳ ମଝିରେ ପଡ଼ିଆ ଭିତରେ ସମସ୍ତ ସାମ୍ନାରେ ଛୁଆକୁ ସ୍ତନ୍ୟପାନ କରାଇଲେ ଖେଳାଳି। ମିଜୋରାମ୍‌ର ରାଜଧାନୀ ଆଇଜୋଲରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଇଜୋଲରେ ଚାଲିଥିବା ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ୨୦୧୯ରେ ତୁଇକୁମ ଅଞ୍ଚଳର ମହିଳା ଭଲିବଲ ଖେଳାଳି ଲଲବେଣ୍ଟୁଲାଙ୍ଗୀ ଶିଶୁକୁ ସ୍ତନ୍ୟପାନ କରାଇଥିଲେ। ସୋସିଆଲ ମିଡିଆରେ ଫଟୋ ସେୟାର ହେବା ପରେ ୟୁଜର ମହିଳାଙ୍କୁ ଖୁବ୍‌ ପସନ୍ଦ କରିଛନ୍ତି।

ଫେସ୍‌ବୁକ୍‌ ୟୁଜର ନିଂଗ୍ଲୁନ ହଙ୍ଗଲ ସୋସିଆଲ ମିଡିଆରେ ଖେଳାଳିଙ୍କ ସ୍ତନ୍ୟପାନ କରାଉଥିବା ବେଳର ଫଟୋ ସେୟାର କରି ଲେଖିଛନ୍ତି ‘‘ଖେଳ ମଝିରେ ଲଲବେଣ୍ଟୁଲାଙ୍ଗୀ ନିଜ ୭ ମାସର ଛୁଆର ଧ୍ୟାନ ରଖିଛନ୍ତି। ସେ ଖେଳ ସହ ମାତୃତ୍ୱ ଧର୍ମ ମଧ୍ୟ ପାଳନ କରିଛନ୍ତି। ଏହା ଏକ ସାହସର କାମ।’’ ଫଟୋ ଭାଇରାଲ ହେବା ପରେ ଲୋକମାନେ ଲଲବେଣ୍ଟୁଲାଙ୍ଗୀଙ୍କ ସମର୍ପଣ ଓ ସାହସକୁ ପ୍ରଶଂସା କରିଥିଲେ।

ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ମଧ୍ୟ ତାଙ୍କୁ ପ୍ରଶଂସା କରିବା ସହ ୧୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ୟୁଜର ଲଲବେଣ୍ଟୁଲାଙ୍ଗୀଙ୍କୁ ବାହାଦୂର ଓ ପ୍ରଶଂସନୀୟ ଆଦି କହିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.