ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ମାଂସ ଓ ହାଡ଼, ଗାଁ ରେ ଭୟର ମାହୋଲ

ଉତ୍ତରପ୍ରଦେଶ ହମିରପୁରର ଜାଖେଡି ଗ୍ରାମରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣ ଏହାକୁ ବିଶ୍ୱାସ କରିପାରିବେ ନାହିଁ । ଏଠାରେ ଏକ ସରକାରୀ ନଳକୂପରୁ ପାଣି ବଦଳରେ ବାହାରୁଛି ରକ୍ତ, ହାଡ଼ ଓ ମାଂସ । ଯାହାକୁ ନେଇ ସାରା ଗ୍ରାମବାସୀ ଏତେମାତ୍ରାରେ ଭୟଭୀତ ହୋଇଯାଇଛନ୍ତି ଯେ ସେମାନେ ନଳକୂପ ପାଖକୁ ମଧ୍ୟ ଯିବାକୁ ଡରୁଛନ୍ତି । ସୂଚନା ଅନୁଯାୟୀ ଏହି ଗ୍ରାମରେ ପ୍ରାୟ 100ଟି ପରିବାର ଏହି ନଳକୂପ ଉପରେ ନିର୍ଭର କରନ୍ତି କିନ୍ତୁ ବର୍ତ୍ତମାନ ଏହି ନଳକୂପରୁ ବାହାରୁଥିବା ଦୁର୍ଗନ୍ଧକୁ ନେଇ ଲୋକମାନେ ଚିନ୍ତିତ ଅଛନ୍ତି ।

 

ସୂଚନା ଅନୁଯାୟୀ ଏହି ନଳକୂପରୁ ପାଣି ବଦଳରେ ହାଡ଼ ମାଂସ ବାହାରିବା ପରେ ଲୋକମାନଙ୍କ ଠାରୁ ଅନେକ ପ୍ରକାର କଥା ଶୁଣିବାକୁ ମିଳୁଛି । ଲୋକଙ୍କ କହିବା ଅନୁଯାୟୀ ଏଠାରେ ଭୁତର ପ୍ରକୋପ ରହିଛି ଯେଉଁଥିପାଇଁ ନଳକୂପରୁ ପାଣି ବଦଳରେ ଏପରି ଜିନିଷ ବାହାରୁଛି ତେବେ ଅନ୍ୟ କିଛି ଲୋକେ କହୁଛନ୍ତି ଏହା ଏକ ଅଭିଶପ୍ତ ନଳକୂପ ଅଟେ । ଏହିସବୁ ଘଟଣା ପରେ ହମିରପୁର ଜିଲ୍ଲାର କଲେକ୍ଟର ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଯଦିଓ ବର୍ତ୍ତମାନ ପ୍ରଶାସନ ଦ୍ୱାରା ଏହି ନଳକୂପକୁ ବନ୍ଦ କରିଦିଆଯାଇଛି ।

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଆଖପାଖରେ ଥିବା ନଦୀଗୁଡିକରେ ଲୋକମାନେ ମରିଯାଇଥିବା ଜୀବଜନ୍ତୁ ପକାଇଥାନ୍ତି ଯାହାର ପ୍ରଭାବରେ ଏପରି ହୋଇଥାଇପାରେ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.