Below header

ହ୍ଵାଟ୍ସଆପ୍‌ ଯୋଗୁ ଆଉ ସରିବନି ସ୍ମାର୍ଟଫୋନ୍‌ର ବ୍ୟାଟେରୀ, ଆସିଲା ପାଓ୍ଵାର ସେଭିଂ ସମେତ ଏହି ନୂଆ ଫିଚର

ଦୁନିଆର ସର୍ବବୃହତ୍‌ ଇନ୍‌ଷ୍ଟାଣ୍ଟ ମେସେଜିଂ ଆପ୍‌ ହ୍ଵାଟ୍ସଆପ୍‌ ଏବେ ଆଉ ଫୋନ୍‌ର ବ୍ୟାଟେରୀ ଖର୍ଚ୍ଚ କରିବ ନାହିଁ। ହ୍ଵାଟ୍ସଆପ୍‌ ଏବେ ଏକ ନୂଆ ଫିଚର ଯୋଗ କରିଛି। କମ୍ପାନୀ ତରଫରୁ ଆପ୍‌ରେ ଡାର୍କ ମୋଡ୍‌ ଫିଚର ଦିଆଯାଇଛି। ଏହା ଦ୍ୱାରା ୟୁଜର ନିଜ ବ୍ୟାଟେରୀକୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ତେବେ ଏହି ଫିଚର ରାତିରେ ଅଧିକ ବ୍ୟବହାର କରିହେବ। କାରଣ ଦିନର ଆଲୋକରେ ଡାର୍କ ମୋଡ୍‌ ଭଲ ଭାବେ ଦୃଶ୍ୟମାନ ହେବ ନାହିଁ। ତେବେ କମ୍ପାନୀ ଏହାକୁ ବର୍ତ୍ତମାନ କେବଳ ବିଟା ଭର୍ସନରେ ଆରମ୍ଭ କରିଛି। ଖୁବ୍‌ଶୀଘ୍ର ଏହି ନୂତନ ଫିଚର ସମସ୍ତ ୟୁଜରଙ୍କ ପାଇଁ ଉପଲବ୍ଧ ହେବ।

WABetaInfo ରିପୋର୍ଟ ମୁତାବକ ଏହି ଫିଚର ବ୍ୟାଟେରୀ ସେଭର ଫିଚର ସହ ଉପଲବ୍ଧ ହେବ। ଏହି ଫିଚରର ବିଶେଷତ୍ୱ ହେଉଛି ବ୍ୟାଟେରୀ ଲୋ ହେଲେ ଏଥିରେ ଆପେ ଆପେ ଡାର୍କ ମୋଡ୍‌ ଅନ୍‌ ହୋଇଯିବ। ଆଣ୍ଡ୍ରଏଡ୍‌ ୯ ସମେତ ଗୁଗଲର ପୁରୁଣା ଅପରେଟିଂ ସିଷ୍ଟମ୍‌ରେ ମଧ୍ୟ ଏହି ଫିଚର କାମ କରିବ। ଦୀର୍ଘଦିନ ହେବ ଏହି ଫିଚର ଉପରେ କମ୍ପାନୀ କାମ ଚଳାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ ଯେ, ଏହି ଫିଚରକୁ ୟୁଟ୍ୟୁବ୍‌, ଇନ୍‌ଷ୍ଟାଗ୍ରାମ୍‌ ଭଳି ଆପ୍‌ ସହ ପୂର୍ବରୁ ହିଁ ଯୋଡ଼ାଯାଇସାରିଛି। ପୂର୍ବରୁ ହ୍ଵାଟ୍ସଆପ୍‌ରେ ଡିଲିଟ୍‌ ମେସେଜ୍‌ର ଫିଚର ଆସିଥିଲା। ଏହି ଫିଚରକୁ ମଧ୍ୟ ପ୍ରଥମେ ବିଟା ଭର୍ସନରେ ଯୋଡ଼ା ଯାଇଥିବା ବେଳେ ବର୍ତ୍ତମାନ ଷ୍ଟେବଲ ଭର୍ସନରେ ଯୋଡ଼ା ଯାଇଛି।

ଏହାସହ ପଢ଼ନ୍ତୁ: ଇଲେକ୍ଟ୍ରିକ୍‌ କାର୍‌ ନା ପେଟ୍ରୋଲ-ଡିଜେଲ କାର୍‌, କେଉଁ କାର୍‌ ବ୍ୟବହାର କରିବା ଦ୍ୱାରା ମିଳେ ଅଧିକ ଲାଭ?

ହ୍ଵାଟ୍ସ ଆପ୍‌ ଏବେ ୟୁଜରଙ୍କ ପାଇଁ କଲ ୱେଟିଂ ସୁବିଧା ଲଞ୍ଚ କରିଛି। ଆଇଓଏସ୍‌ ଭର୍ସନଯୁକ୍ତ ଆପ୍‌ ପାଇଁ ହ୍ଵାଟ୍ସଆପ୍‌ରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଫିଚର ସହ କଲ ୱେଟିଂ ସୁବିଧା ମଧ୍ୟ ମିଳୁଛି। ଏବେ ଆଇଫୋନ୍‌ ବ୍ୟବହାରକାରୀ ଏହି ସୁବିଧାର ଲାଭ ଉଠାଇପାରିବେ। ହ୍ଵାଟ୍ସ ଆପ୍‌ର ଆଇଓଏସ୍‌ ଭର୍ସନ ୨.୧୯.୧୨୦କୁ ପୁଣିଥରେ ଡିଜାଇନ୍‌ କରାଯାଇଛି। ଏହା ମାଧ୍ୟମରେ ମେସେଜ୍‌କୁ ଆପ୍‌ ସହଜରେ ସ୍କାନ୍‌ କରିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.