ଦୁଷ୍କର୍ମକାରୀ ଏବେ ମନ୍ଦିରରେ କରିପାରିବେନି ପ୍ରବେଶ, ଲାଗିଲା ପୋଷ୍ଟର

ନିର୍ଭୟା ହେଉ ଅବା ଉନ୍ନାଓ କିମ୍ବା ହାଇଦ୍ରାବାଦ ଦୁଷ୍କର୍ମ ଘଟଣା ହେଉ, ଏହାକୁ ନେଇ ସମଗ୍ର ଦେଶର ଜନସାଧାରଣ ଆକ୍ରୋଶରେ ରହିଛନ୍ତି। ଲୋକଙ୍କୁ ସଚେତନ କରିବା ପାଇଁ ସମାଜରେ ଭିନ୍ନ ଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଧର୍ମ ନଗରୀ କାଶୀରେ ଦୁଷ୍କର୍ମକାରୀ ଏବେ ଦେବୀ ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ ବୋଲି ପୋଷ୍ଟର ଲାଗିଛି। ଏଥିପାଇଁ ସ୍ଥାନୀୟ ସାମାଜିକ ସଂସ୍ଥା ପଦକ୍ଷେପ ନେଇଛି।

temple

ଏଠିକାର ମନ୍ଦିରମାନଙ୍କରେ ଏବେ କୌଣସି ଦୁଷ୍କର୍ମକାରୀ ପ୍ରବେଶ ନ କରିବାକୁ ପୋଷ୍ଟର ଲଗାଯାଇଛି। ବାରଣାସୀ କାଳିକା ଗଳି ସ୍ଥିତ କାଳରାତ୍ରି ମନ୍ଦିରରେ କେବଳ ଦୁଷ୍କର୍ମକାରୀ ନୁହେଁ ବରଂ ଝିଅମାନଙ୍କୁ ଅସମ୍ମାନ କରୁଥିବା ବ୍ୟକ୍ତି ମଧ୍ୟ ପ୍ରବେଶ କରିବାକୁ ମନା କରାଯାଇଛି। ଏଥିପାଇଁ ମନ୍ଦିର ବାହାରେ ଏବଂ ଭିତରେ ପୋଷ୍ଟର ସବୁ ଲଗାଯାଇଛି। ମହିଳା ଏବଂ ଝିଅମାନେ ଦେବୀ ମା’ଙ୍କ ସହିତ ସମାନ। ମନ୍ଦିର ଭଳି ପବିତ୍ର ସ୍ଥାନରେ ସେମାନଙ୍କର କୌଣସି ସ୍ଥାନ ନାହିଁ। ଯେଉଁମାନେ ଝିଅମାନଙ୍କୁ ଅସମ୍ମାନ କରିବେ, ସେମାନଙ୍କୁ ପବିତ୍ର ସ୍ଥାନରେ ପ୍ରବେଶ କରାଇଦିଆଯିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.