ରାଜ୍ୟ

ତୁ ରାଜା ମୁଁ ରାଣୀ, ଆରମ୍ଭ ହେବ ସରୋଜ-ପ୍ରମୋଦିନୀର ପ୍ରେମ କାହାଣୀ

ଜଗତସିଂହପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ଏସିଡ୍ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ। କନିଆଁ ସାଜି ନିଜ ମନର ମାନସକୁ ନିଜର କଲେ ପ୍ରମୋଦିନୀ। ଦୀର୍ଘ ୫ ବର୍ଷର ପ୍ରେମ ସଂପର୍କ ପରେ ସରୋଜଙ୍କୁ ସାତ ଜନ୍ମର ସାଥି କଲେ ପ୍ରମୋଦିନୀ। ଉଭୟ ପରିବାରର ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ନିଆରା ଯୋଡି ।

ଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ଘରେ ବହୁ ଧୂମଧାମରେ ହୋଇଛି ବିବାହ। ୨୦୧୮ରେ ଲକ୍ଷ୍ନୋ ସିରୋଜ କାଫେରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ୨୦୧୬ରେ ସରୋଜଙ୍କ ସହ ପ୍ରମୋଦିନୀଙ୍କ ଭେଟ ହୋଇଥିଲା । ପ୍ରମୋଦିନୀଙ୍କ ଚିକିତ୍ସାରେ ସରୋଜ ସବୁ ପ୍ରକାର ସହଯୋଗ କରିବା ସହ ତାଙ୍କ ସେବାଯତ୍ନ ମଧ୍ୟ କରିଥିଲେ ।

୨୦୦୯ ମସିହା ପ୍ରମୋଦିନୀଙ୍କ ପାଇଁ ଅଭିଷାପ ସାଜିଥିଲା। ସେହି ବର୍ଷ ହିଁ ବଦଳିଗଲା ପ୍ରମୋଦିନୀଙ୍କ ପୂରା ଭାଗ୍ୟ। ଯୁକ୍ତ ଦୁଇରେ ପଢୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ସେ ପଢ଼ୁଥିବା କଲେଜ ନିକଟରେ ଯବାନମାନଙ୍କ ଏକ କ୍ୟାମ୍ପ ପଡ଼ିଥିଲା। ସେଥିରୁ ଜଣ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ ।

ବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପ୍ରମୋଦିନୀ ଓ ତାଙ୍କ ପରିବାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲେ । ଯାହା ପରେ ସେବେଠାରୁ ଆଜି ଯାଏଁ ସଂଘର୍ଷମୟ ଜୀବନ ଜିଉଁଛନ୍ତି ପ୍ରମୋଦିନୀ। କିନ୍ତୁ ଏବେ ତାଙ୍କ ଜୀବନରେ ସରୋଜ ଆସି ପୂରା ଆଲୋକମୟ କରିଦେଇଛନ୍ତି।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago