କେନ୍ୟୁଜ୍(ବ୍ୟୁରୋ): ବୁଲେଟରାଣୀ ରୀନୁଙ୍କୁ ପାଖକୁ ଛୁଟୁଛି ପ୍ରଶଂସା। ଗତକାଲି ଠାରୁ ତାଙ୍କ ନିକଟକୁ ଶୁଭେଚ୍ଛୁ, ସାମାଜିକ କର୍ମୀ ଓ ପୋଲିସ ଠାରୁ ମିଳୁଛି ଶୁଭେଚ୍ଛା। ଗତ ଦୁଇ ଦିନ ତଳେ ନିଜ କର୍ମକ୍ଷେତ୍ର ବାଣୀବିହାରଠାରୁ ନିଜ ଘର ଡୁମୁଡୁମା ନିକଟ ସରକନ୍ତରାକୁ ଯିବା ବାଟରେ ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ ଛଡାଇନେଇଯଇଥିଲେ। ସେହି ଲୁଟେରାମାନଙ୍କ ପିଚ୍ଛା କରି ସେମାନଙ୍କ ସହ ଲଢେଇ କରି ତାଙ୍କ ଠାରୁ ମୋବାଇଲ ଆଣିବା ସହ ଦୁଇ ଲୁଟେରାଙ୍କୁ ଥାନାରେ ଦେଇଥିଲେ।
ଏହି ଘଟଣା ପରେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ। ଖୋଦ୍ କମିଶନରେଟ ପୋଲିସ ତାଙ୍କୁ ସମ୍ମାନୀତ କରିବାପାଇଁ କହିଛି । ସେହିପରି ଆଜି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ରିନୁଙ୍କ ବିରତ୍ବ ପାଇଁ ତାଙ୍କୁ ପ୍ରଶଂସା କରି ତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି। ତବେ କହି ରଖୁଛି ରିନୁ ଜଣେ ନବ ବିବାହିତ ମହିଳା। ରିନୁଙ୍କ ସାହସ ପାଇଁ ଲୁଟେରାଙ୍କୁ କାବୁ କରାଯାଇଥିବାରୁ ତାଙ୍କ ସ୍ବାମୀ ମଧ୍ୟ ଗର୍ବ କରିଛନ୍ତି।
କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…
ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ସିରିଜ୍ ଦୁର୍ଘଟଣା । ଭୁବନେଶ୍ବର ସତସଙ୍ଗ ବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା । ପ୍ରଥମେ…
ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…
ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…
ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…
ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…