ଭୁବନେଶ୍ବର: ସାହାସୀ ରିନୁଙ୍କ ନିକଟକୁ ଛୁଟୁଛି ପ୍ରଶଂସା ସୁଅ, ମହିଳା କମିଶନ ଅଧ୍ୟକ୍ଷା କଲେ ସମ୍ମାନିତ
କେନ୍ୟୁଜ୍(ବ୍ୟୁରୋ): ବୁଲେଟରାଣୀ ରୀନୁଙ୍କୁ ପାଖକୁ ଛୁଟୁଛି ପ୍ରଶଂସା। ଗତକାଲି ଠାରୁ ତାଙ୍କ ନିକଟକୁ ଶୁଭେଚ୍ଛୁ, ସାମାଜିକ କର୍ମୀ ଓ ପୋଲିସ ଠାରୁ ମିଳୁଛି ଶୁଭେଚ୍ଛା। ଗତ ଦୁଇ ଦିନ ତଳେ ନିଜ କର୍ମକ୍ଷେତ୍ର ବାଣୀବିହାରଠାରୁ ନିଜ ଘର ଡୁମୁଡୁମା ନିକଟ ସରକନ୍ତରାକୁ ଯିବା ବାଟରେ ଲୁଟେରାମାନେ ତାଙ୍କ ଠାରୁ ମୋବାଇଲ ଛଡାଇନେଇଯଇଥିଲେ। ସେହି ଲୁଟେରାମାନଙ୍କ ପିଚ୍ଛା କରି ସେମାନଙ୍କ ସହ ଲଢେଇ କରି ତାଙ୍କ ଠାରୁ ମୋବାଇଲ ଆଣିବା ସହ ଦୁଇ ଲୁଟେରାଙ୍କୁ ଥାନାରେ ଦେଇଥିଲେ।
ଏହି ଘଟଣା ପରେ ତାଙ୍କ ନିକଟକୁ ଛୁଟୁଛି ପ୍ରଶଂସାର ସୁଅ। ଖୋଦ୍ କମିଶନରେଟ ପୋଲିସ ତାଙ୍କୁ ସମ୍ମାନୀତ କରିବାପାଇଁ କହିଛି । ସେହିପରି ଆଜି ମହିଳା କମିଶନ ଅଧ୍ୟକ୍ଷା ମୀନତି ବେହେରା ରିନୁଙ୍କ ବିରତ୍ବ ପାଇଁ ତାଙ୍କୁ ପ୍ରଶଂସା କରି ତାଙ୍କ ଘରକୁ ଯାଇ ସମ୍ମାନିତ କରିଛନ୍ତି। ତବେ କହି ରଖୁଛି ରିନୁ ଜଣେ ନବ ବିବାହିତ ମହିଳା। ରିନୁଙ୍କ ସାହସ ପାଇଁ ଲୁଟେରାଙ୍କୁ କାବୁ କରାଯାଇଥିବାରୁ ତାଙ୍କ ସ୍ବାମୀ ମଧ୍ୟ ଗର୍ବ କରିଛନ୍ତି।