Below header

ଆସନ୍ତା ୨୪ ଘଣ୍ଟାରେ କଲବଲ କରିବ ତାତି, ସ୍ୱାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ରହିବ ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ):  ରେଡ୍ ଜୋନରେ ଓଡ଼ିଶା । ମାର୍ଚ୍ଚରୁ ମେ ମାସ ମଧ୍ୟରେ ରାଜ୍ୟରେ ତାତି ଅଧିକ ରହିବ । ଓଡ଼ିଶାରେ ଦିନର ତାପମାତ୍ରା ସ୍ୱାଭାବିକଠାରୁ ୫ ଡିଗ୍ରୀ ସେଲସିୟସ ଅଧିକ ରହିବ । ଓଡ଼ିଶାର ତାପମାତ୍ରା ଅଧିକ ରହିବା ନେଇ ୭୫ ପ୍ରତିଶତ ଅଧିକ ସମ୍ଭାବନା ରହିଛି। ଆଜି ଭାରତୀୟ ପାଣିପାଗ ବିଭାଗ ଏହି ପୂର୍ବାନୁମାନ କରିଛି। ଏହି ତିନି ମାସ ଅବଧି ସମୟରେ ପୂର୍ବ-ପ୍ରଶାନ୍ତ ମହାସାଗରରେ ମଧ୍ୟ ମଧ୍ୟମ ଧରଣର ଲା-ନିନା ପ୍ରକ୍ରିୟା ସକ୍ରିୟ ରହିବାର ସମ୍ଭାବନା ରହିଛି।

ସେପଟେ ରାଜ୍ୟରେ ବର୍ତ୍ତମାନ ଅଧିକାଂଶ ସ୍ଥାନରେ ସାମାନ୍ୟଠାରୁ ଅଧିକ ୪ରୁ ୫ ଡିଗ୍ରୀ ଅଧିକ ରହୁଛି। ଆସନ୍ତା ୨୪ ଘଣ୍ଟାରେ ଖୋର୍ଦ୍ଧା, କଟକ, ଅନୁଗୁଳ, ବୌଦ୍ଧ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୫ ଡିଗ୍ରୀ ଅଧିକ ରହିବା ଅନୁମାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.