Below header

ଆଜି ଦହିବରା ଦିବସ, ଘରେ ଏପରି ବନାନ୍ତୁ ଟେଷ୍ଟୀ ଦହିବରା

ଆବଶ୍ୟକ ସାମଗ୍ରୀ

୪ଟି ସିଝା ଆଳୁ
୧/୪ କପ୍ ଅଟା
୨ ବଡ କପ୍ ଦହି
ଅଧା ଛୋଟ ଚାମଚ ଗୋଲମରୀଚ ପାଉଡର
ଏକ ଛୋଟ ଚାମଚ ଭଜା ଜିରା
୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର
ଲୁଣ ସ୍ୱାଦାନୁସାରେ
ତେଲ ଛାଣିବା ପାଇଁ

ସଜାଇବା ପାଇଁ

୧ ବଡ ଚାମଚ କଟା ଧନିଆ ପତ୍ର
ଏକ ବଡ ଚାମଚ ପାନମଧୁରୀ
ଏକ ବଡ ଚାମଚ ଧନିଆ ଚଟଣୀ
୧ ଛୋଟ ଚାମଚ କଳା ଲୁଣ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ଆଳୁ, ଅଟା, ଲୁଣ ଏବଂ ଗୋଲମରୀଚ ପାଉଡର ମିଶାଇ ଏହାକୁ ଭଲଭାବେ ଚକଟି ଦିଅନ୍ତୁ।
  • ଏବେ ଆଳୁର ମିଶ୍ରଣକୁ ବଡ ବଡ ଆକାରର ଗୋଲାକାର ବନାନ୍ତୁ ଏବଂ ଏହାକୁ ହାତରେ ରଖି ଚେପଟା କରିଦିଅନ୍ତୁ। ଧ୍ୟାନ ରଖନ୍ତୁ ହାତକୁ ସାମାନ୍ୟ ଚିକ୍କଣ ବନାଇ ଦିଅନ୍ତୁ।
  • ଧୀମା ଆଞ୍ଚରେ ଏକ କଡାରେ ତେଲ ଗରମ କରିବା ପାଇଁ ରଖନ୍ତୁ।
  • ତେଲ ଗରମ ହେବା ପରେ ଗୋଲାକାର କରି ରଖିଥିବା ବରାକୁ ତେଲରେ ଛାଣନ୍ତୁ।
  • ଏହା ସୁନେଲୀ ରଙ୍ଗ ହେବା ପରେ ଦୁଇ ସାଇଡ ଭଲଭାବେ ଛାଣି ଦିଅନ୍ତୁ।
  • ଏହଭଳି ଭାବେ ସମସ୍ତ ବରାକୁ ଛାଣି ପ୍ଲେଟକୁ ବାହାର କରିଦିଅନ୍ତୁ।
  • ଏକ ବଡ ପାତ୍ର ନେଇ ସେଥିରେ ଦହି ବାହାର କରନ୍ତୁ। ଏଥିରେ କଳା ଲୁଣ, ଲୁଣ, ଗୋଲମରୀଚ ପାଉଡର ଏବଂ ଭଜା ଜିରା ପାଉଡର ପକାଇ ଫେଣ୍ଟି ଦିଅନ୍ତୁ।
  • ଏହାପରେ ଛାଣି ରଖିଥିବା ସମସ୍ତ ବରାକୁ ପ୍ଲେଟରେ ସଜାଇ ରଖନ୍ତୁ। ଏହାଉପରେ ଦହି ପକାଇ ଦିଅନ୍ତୁ।
  • ଏବେ ଆପଣଙ୍କ ଆଳୁ ଦହିବରା ପ୍ରସ୍ତୁତ ହୋଇଯାଇଛି। ଏବେ ଏହା ଉପରେ ଆପଣ ପାନମଧୁରୀ, ଧନିଆ ଚଟଣୀରେ ସଜାଇ ଦିଅନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.