ଯେଉଁଠି ବିବାହ ପୂର୍ବରୁ ଲିଭ୍ ଇନ୍ ରିଲେସନଶିପ୍ ରେ ରହନ୍ତି ଲୋକେ, ଏବେ ୧୦୫ ଯୋଡ଼ିଙ୍କୁ ବିବାହ କରାଇଲେ ସରକାର
![mass marriage](https://knewsodisha.com/wp-content/uploads/2021/03/mass-marriage.jpg)
ଭାରତରେ ଭିନ୍ନ ଭିନ୍ନ ରାଜ୍ୟରେ ବିଭିନ୍ନ ପରମ୍ପରା ରହିଛି । ହେଲେ ପରମ୍ପରା ନାମରେ ଏମିତି କିଛି କାର୍ଯ୍ୟ ହୁଏ ଯାହା ପାଇଁ ଏକ ସମାଜ ସମାଜର ମୁଖ୍ୟ ସ୍ରୋତରୁ ଅଲଗା ହୋଇ ରହିଯାଏ । ଝାଡ଼ଖଣ୍ଡର ଏହି ଇଲାକାରେ ଲୋକେ ନିଜର ଭାଇ ବନ୍ଧୁଙ୍କୁ ଭୋଜି ଗଣ୍ଡାଏ ଦେବାକୁ ଅକ୍ଷମତା କାରଣରୁ ବିବାହ କରି ନପାରି ଲିଭ୍ ଇନ୍ ରିଲେସନ୍ଶିପ୍ ରେ ରହିଆସୁଥିଲେ । ନିକଟରେ ଏମିତି ଏକ ବିବାହ ଅନୁଷ୍ଠିତ ହୋଇଥିଲା ଝାଡ଼ଖଣ୍ଡର ବିହୋଡ ଠାରେ । ଯେଉଁଠି ପ୍ରଶାସନର ସହଯୋଗରେ ୧୦୫ ଯୋଡ଼ି ବର-କନ୍ୟାଙ୍କ ବିବାହ ଅନୁଷ୍ଠିତ ହୋଇଛି ।
![mass marriage](https://cdn.knewsodisha.com/wp-content/uploads/2021/03/mass-marriage-0.jpg)
ଲିଭ୍ ଇନ୍ ରିଲେସନ୍ଶିପ୍ ରେ ରହୁଥିବା ଏହି ବ୍ୟକ୍ତିଙ୍କୁ ସମାଜରେ ଢ଼ୁକୁ ନାମରେ ତିରସ୍କାର କରାଯାଉଥିଲା । ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ଦୀର୍ଘ ଦିନ ଧରି ପ୍ରୟାସ ଜାରି ରହିଥିଲା । ୨୦୧୭ ମସିହାରୁ ଆଜି ଯାଏ ଦୀର୍ଘ ୫ ବର୍ଷ ପରେ ଏକ ସଂସ୍ଥା ବୁଝାଇବା ପରେ ଆଜି ସେମାନଙ୍କୁ ଢ଼ୁକୁ ତିରସ୍କାରରୁ ମୁକ୍ତି ମିଳିଛି । ପ୍ରଶାସନ ସହ ପୋଲିସ ଉପସ୍ଥିତିରେ ଏକ ସମୂହ ବିବାହରେ ୧୦୫ ଯୋଡ଼ିଙ୍କୁ ବିବାହ ସ୍ୱୀକୃତି ମିଳିଛି । ଏବଂ ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ।
![mass marriage](https://cdn.knewsodisha.com/wp-content/uploads/2021/03/mass-marriage-1.jpg)
ଏମାନଙ୍କୁ ଆଜିଠାରୁ ଢ଼ୁକୁ କଳଙ୍କରୁ ମୁକ୍ତି ମିଳିଛି । ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଓ କେନ୍ଦ୍ରୀୟ ସଚିବ ଏ ଏନ୍ ସିହ୍ନା ଏହି ବର-କନ୍ୟାଙ୍କୁ ଭର୍ଚୁଆଲ୍ ଆର୍ଶିବାଦ କରିଥିଲେ । ଏବଂ ଏମାନଙ୍କୁ ରାସନ କାର୍ଡ, ଆଧାର କାର୍ଡ ଆଦି ସରକାରୀ ଯୋଜନାର ସୁଯୋଗ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସମାଜରେ ପ୍ରେମୀ ଯୋଡ଼ି ବିବାହ ତ କରି ଦିଅନ୍ତି ହେଲେ ବିବାହ ଭୋଜି ଦେଇ ନପାରି ଲଭ୍ ଇନ୍ ରିଲେସନ୍ଶିପ୍ରେ ରହିବାକୁ ବାଧ୍ୟ ହୁଅନ୍ତି ।
![mass marriage](https://cdn.knewsodisha.com/wp-content/uploads/2021/03/mass-marriage-2.jpg)
ଫଳରେ ମଜ୍ବୁରି କାରଣରୁ ଏମାନଙ୍କ ଉପରେ ସାମାଜିକ ବାସନ୍ଦ ଲାଗିଯାଇଥାଏ । ଫଳରେ ଏମାନଙ୍କ ଠାରୁ ସାମାଜିକ ସମାରୋହରେ ଯୋଗ ଦେବା ଅଧିକାର ଛଡ଼ାଇ ନିଆଯାଇଥାଏ । ଯେଉଁଥିପାଇଁ ଏମାନେ ସମାଜରୁ ବାସନ୍ଦ ହୋଇ ରହିଥାନ୍ତି । କେବଳ ଏମାନଙ୍କୁ ନୁହେଁ ତାଙ୍କର ଆଗାମୀ ପିଢ଼ିକୁ ମଧ୍ୟ ତିରସ୍କାର ସିହିବାକୁ