Below header

ତୁ ରାଜା ମୁଁ ରାଣୀ, ଆରମ୍ଭ ହେବ ସରୋଜ-ପ୍ରମୋଦିନୀର ପ୍ରେମ କାହାଣୀ

ଜଗତସିଂହପୁର : ଆଜି ବିବାହ ବନ୍ଧନରେ ବାନ୍ଧି ହେଲେ ଏସିଡ୍ ଆକ୍ରମଣ ପୀଡ଼ିତା ପ୍ରମୋଦିନୀ। କନିଆଁ ସାଜି ନିଜ ମନର ମାନସକୁ ନିଜର କଲେ ପ୍ରମୋଦିନୀ। ଦୀର୍ଘ ୫ ବର୍ଷର ପ୍ରେମ ସଂପର୍କ ପରେ ସରୋଜଙ୍କୁ ସାତ ଜନ୍ମର ସାଥି କଲେ ପ୍ରମୋଦିନୀ। ଉଭୟ ପରିବାରର ସହମତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ନିଆରା ଯୋଡି ।

raniଜଗତସିଂହପୁର ସ୍ଥିତ ପ୍ରମୋଦିନୀଙ୍କ ଘରେ ବହୁ ଧୂମଧାମରେ ହୋଇଛି ବିବାହ। ୨୦୧୮ରେ ଲକ୍ଷ୍ନୋ ସିରୋଜ କାଫେରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ୨୦୧୬ରେ ସରୋଜଙ୍କ ସହ ପ୍ରମୋଦିନୀଙ୍କ ଭେଟ ହୋଇଥିଲା । ପ୍ରମୋଦିନୀଙ୍କ ଚିକିତ୍ସାରେ ସରୋଜ ସବୁ ପ୍ରକାର ସହଯୋଗ କରିବା ସହ ତାଙ୍କ ସେବାଯତ୍ନ ମଧ୍ୟ କରିଥିଲେ ।

୨୦୦୯ ମସିହା ପ୍ରମୋଦିନୀଙ୍କ ପାଇଁ ଅଭିଷାପ ସାଜିଥିଲା। ସେହି ବର୍ଷ ହିଁ ବଦଳିଗଲା ପ୍ରମୋଦିନୀଙ୍କ ପୂରା ଭାଗ୍ୟ। ଯୁକ୍ତ ଦୁଇରେ ପଢୁଥିବା ସମୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିଲେ ପ୍ରମୋଦିନୀ । ସେ ପଢ଼ୁଥିବା କଲେଜ ନିକଟରେ ଯବାନମାନଙ୍କ ଏକ କ୍ୟାମ୍ପ ପଡ଼ିଥିଲା। ସେଥିରୁ ଜଣ ଯୁବକ ପ୍ରମୋଦିନୀଙ୍କୁ ଏକତରଫା ପ୍ରେମ କରୁଥିଲେ ।

sarojjବିବାହ ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ପ୍ରମୋଦିନୀ ଓ ତାଙ୍କ ପରିବାର ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ଏହା ପରେ ଯୁବକ ଜଣଙ୍କ ପ୍ରମୋଦିନୀଙ୍କ ଉପରକୁ ଏସିଡ୍ ଫିଙ୍ଗି ଦେଇଥିଲେ । ଯାହା ପରେ ସେବେଠାରୁ ଆଜି ଯାଏଁ ସଂଘର୍ଷମୟ ଜୀବନ ଜିଉଁଛନ୍ତି ପ୍ରମୋଦିନୀ। କିନ୍ତୁ ଏବେ ତାଙ୍କ ଜୀବନରେ ସରୋଜ ଆସି ପୂରା ଆଲୋକମୟ କରିଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.