ମହାଦେବଙ୍କ ପାଦୁକା ପାଣି ପିଇଲେ ଦୂର ହୁଏ ସବୁ ରୋଗ, ଏମିତି ମହିମା ଡେଲାଙ୍ଗର ବାବା ସୋମନାଥଙ୍କର

ଆମ ରାଜ୍ଯରେ ରହିଛି ଅନେକ ଶୈବ ପୀଠ । ତେବେ ଏପରି କିଛି ଶୈବ ପୀଠ ରହିଛି ଯାହା ନିଜ ସ୍ୱତନ୍ତ୍ରତା ପାଇଁ ଭକ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରି ପାରିଛି। ସେହିଭଳି ଏକ ପୀଠ ହେଉଛି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ହରିରାଜପୁର ଗ୍ରାମରେ ଥିବା ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ପୀଠ। ଯେଉଁଠି ଜ୍ୱର ହେଉ ଅବା ବିଭିନ୍ନ ରୋଗ, ମହାଦେବଙ୍କ ପାଦୁକା ପାଣି ପିଇଦେଲେ ସବୁ ରୋଗ ଆପେ ଆପେ ଦୂରେଇ ଯାଏ।

mandir

ଏହି ମନ୍ଦିର ୧୨ ଶହ ଖ୍ରୀଷ୍ଟାବ୍ଦର ହୋଇଥିବା ବେଳେ ପୁରୀ ଗଜପତି ପ୍ରଥମ ରାମଚନ୍ଦ୍ର ଦେବ ଏହାକୁ ନିର୍ମାଣ କରିଥିବାର କିମ୍ବଦନ୍ତୀରୁ ଶୁଣିବାକୁ ମିଳେ। ତେବେ ଏହି ପୀଠରେ ବର୍ଷ ତମାମ୍‌ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ । ଠାକୁରଙ୍କ ରୀତିନୀତି ମଧ୍ଯ ସମୟାନୁସାରେ କରାଯାଇଥାଏ। ସକାଳୁ ମଙ୍ଗଳ ଆଳତୀ, ମଇଲମ, ତଡ଼ପ ଲାଗି ସହିତ ସର୍ବସାଧାରଣ ଦର୍ଶନ ଦିଆଯାଇଥାଏ । ଠାକୁରଙ୍କ ମୁଖ୍ୟ ଭୋଗ ଭାବେ ଅନ୍ନ ଡାଲମା ଭୋଗ ଲାଗି କରାଯାଏ।

mandir2

ଏହି ପୀଠର ରହିଛି ସ୍ୱତନ୍ତ୍ର ମାହାତ୍ମ୍ଯ । ଠାକୁରଙ୍କ ମନ୍ଦିର ପରିସରରେ ରହିଛି ଏକ ନୀଳ ପୋଖରୀ, ଯାହା ନିଜର ଗୁରୁତ୍ୱ ବହନ କରିଥାଏ ଶ୍ରଦ୍ଧାଳୁଙ୍କ ପାଇଁ। ଏହି ନୀଳ ପୋଖରୀରେ ସ୍ନାନ କରି ଠାକୁରଙ୍କ ପାଦୁକା ପାଣି ପିଇଲେ ଜ୍ୱର ଭଲ ହେବା ସହିତ ବିଭିନ୍ନ ରୋଗରୁ ଉପଶମ ମିଳିଥାଏ । ସେଥିପାଇଁ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥାଏ ଏଠାରେ । ରୋଗରୁ ଉପଶମ ମିଳିବା ପରେ ଶ୍ରଦ୍ଧାଳୁମାନେ ଏଠାରେ ରୋଷେଇ କରି ଭୋଗ ଲଗାଇଥାନ୍ତି। ମନ୍ଦିର ପରିସରରେ ରହିଛି ହନୁମାନଙ୍କର ମନ୍ଦିର ସମେତ ବିଭିନ୍ନ ଦେବାଦେବୀଙ୍କ ମନ୍ଦିର। ଶ୍ରଦ୍ଧାଳୁଙ୍କ ରିଷ୍ଟ ଖଣ୍ଡନ ପାଇଁ ଏଠାରେ ଅଭିଷେକ କରାଯାଏ। ଏଠାରେ ଥିବା ବଉଳ ଗଛରେ ମହିଳା ଭକ୍ତମାନେ ସାଲୁକନା ସହିତ ଶଙ୍ଖା ବାନ୍ଧିଲେ ସେମାନଙ୍କର ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.