ଅଦ୍ଭୁତ : ତିନି ବର୍ଷ ଧରି ଗର୍ଭବତୀ ରହିବା ପରେ ମହିଳା ଜନ୍ମ ଦେଲେ ଛେଳି ଛୁଆ !
ନାଇଜିରିଆ : ମଣିଷ ଛେଳି ଛୁଆ ଜନ୍ମ କରିବା ଖବର ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ । ମାତ୍ର ଏମିତି ଘଟଣା ସମ୍ଭବ ହୋଇଛି ନାଇଜିରିଆରେ । ଜଣେ ମହିଳା ୩ ବର୍ଷ ଗର୍ଭବତୀ ରହିବାପରେ ଏକ ଛେଳି ଛୁଆ ଜନ୍ମ କରିଛନ୍ତି । ଯାହାକୁ ଡାକ୍ତର ଦେଖି ବି ହଇରାଣ ହୋଇଯାଇଛନ୍ତି ।
ଆମ ବିଶ୍ୱରେ ବେଳେ ବେଳେ ଏମିତି ଘଟଣା ଘଟେ ଯାହା ଆମ ଚିନ୍ତା ଶକ୍ତିର ବାହାରେ ଥାଏ । ବିଜ୍ଞାନ ବି ଏହାର କାରଣ ଖୋଜିବାକୁ ଯାଇ ଫେଲ୍ ମାରେ । ନାଇଜେରିଆର ଜଣେ ମହିଳା ୩ ବର୍ଷ ଧରି ଗର୍ଭବତୀ ଥିଲେ । ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ଯେ ନାଇଜିରିଆରେ ପ୍ରଥମ ଥର ପାଇଁ ଏହି ଘଟଣା ଘଟିନାହିଁ । ଏହା ପୂର୍ବରୁ ଜଣେ ମହିଳା ୨୦୧୨ରେ ଏକ ଘୋଡା ଛୁଆ ମଧ୍ୟ ଜନ୍ମ ଦେଇଥିଲେ ।
ତେବେ ଏହି ଛେଳି ଛୁଆ ଜନ୍ମ ଘଟଣା ସମସ୍ତଙ୍କୁ ଚକିତ କରିଛି । ଏହି ଘଟଣାକୁ ସାଇମନ୍ ଚୁକୁବୁ ନାମକ ଜଣେ ବ୍ୟକ୍ତି ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି । ସେ କିଛି ଫଟୋ ପୋଷ୍ଟ କରିବା ପରେ ଲେଖିଛନ୍ତି ଯେ ଏହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଲାଗୁଛି । ତେବେ ମହିଳାଙ୍କ ଛେଳି ଛୁଆ ଜନ୍ମ କରିବା ଘଟଣା ସେଠାରେ ଚର୍ଚ୍ଚାର ବିଷୟ ହୋଇଛି ।