Below header

ସୌନ୍ଦର୍ଯ୍ୟର ମୁକୁଟ ପିନ୍ଧିଥିବା ଶିମିଳିପାଳରେ ଲାଗିଛି ନିଆଁ, ଆୟତ୍ତ କରିବା ବନବିଭାଗ ପାଇଁ ପାଲଟିଛି ବଡ଼ ଚ୍ୟାଲେଞ୍ଜ

କରଞ୍ଜିଆ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାର ଶିମିଳିପାଳକୁ ସୁରକ୍ଷା ଦୃଷ୍ଟିରୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ଉତ୍ତରରେ ୮ ଟି ରେଞ୍ଜ ଅଫିସ ଥିବାବେଳେ ଦକ୍ଷିଣରେ ୯ଟି ରେଞ୍ଜ ଅଫିସ ଅଛି । ଉତ୍ତର ଓ ଦକ୍ଷିଣରେ ପରିଚାଳନା କରିବା ପାଇଁ ଦୁଇ ଜଣ ଡେପୁଟି ଡ଼ାଇରେକ୍ଟର ପୋଷ୍ଟିଂ ହେଇଛନ୍ତି । ୨୭୫୦ ବର୍ଗ କିଲୋମିଟର ପରିମିତ ଅଞ୍ଚଳ ହେଉଛି ଶିମିଳିପାଳ । ୨୨୦୦ ବର୍ଗ କି:ମି ଅଞ୍ଚଳରେ ଇକୋ ଟୁରିଜିମ ବ୍ୟବସ୍ଥା କରାଯାଇଛି। ଶିମିଳିପାଳ ଅଭୟାରଣ୍ୟରେ ୫୫ ପ୍ରଜାତିର ପଶୁ, ୩୦୪ ପ୍ରଜାତିର ପକ୍ଷୀ,୬୨ ପ୍ରଜାତିର ସରୀସୃପ,୩୭ ପ୍ରକାର ମାଛ ଏବଂ ୧୦୭୬ପ୍ରକାରର ଗଛ ଦେଖିବାକୁମିଳିଥିଏ । ଏବେ ଏହି ବନ୍ୟଜନ୍ତୁ ବିପଦରେ । କାରଣ ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିଛି ।

mayurbhanj
ମିଳିଥିବା ସୂଚନା ଅନୁଯାୟୀ ଗତମାସ ୯ ତାରିଖରୁ ଶିମିଳିପାଳର ବିଭିନ୍ନ ସ୍ଥାନରେ ନିଆଁ ଲାଗିବା ଆରମ୍ଭ ହେଇଛି । କେବଳ ଶିମିଳିପାଳ ନୁହଁ କରଞ୍ଜିଆ ବନଖଣ୍ଡର ବିଭିନ୍ନ ରେଞ୍ଜ ଅଫିସ ଅଧୀନରେ ଥିବା ଜଙ୍ଗଲରେ ଲାଗିଛି ନିଆଁ । ଠାକୁରମୁଣ୍ଡା, କେନ୍ଦୁମୁଣ୍ଡି, ନଅଣା, ଗୁଡ଼ଗୁଡ଼ିଆ, ବରେଇପାଣି, ଦୁଧିଆଣି ,ସାତକୋଶିଆ ପ୍ରଭୁତି ରେଞ୍ଜରେ ପ୍ରତ୍ୟେକ ଦିନ କେଉଁଠି ନାଁ କେଉଁଠି ନିଆଁ ଲାଗୁଛି । ନିଆଁ ଲାଗିବାର ଦୁଇଟି କାରଣ ରହିଛି । ଗୋଟିଏ କାରଣ ହେଉଛି ମହୁଲ କଢେଇବାକୁ ଅଧିକାଂଶ ସ୍ଥାନରେ ଗ୍ରାମବାସୀମାନେ ଜାଣିଶୁଣି ନିଆଁ ଲଗାଇଥାନ୍ତି । ଆଉ ଗୋଟିଏ କାରଣ ହେଉଛି ବନ୍ୟଜନ୍ତୁ ଶିକାର କରିବା ପାଇଁ ନିଆଁ ଲଗାଇ ଥାଆନ୍ତି । ତେବେ ନିଆଁ ମନୁଷ୍ୟକୃତ ହୋଇଥିବାରୁ ଏବେ ଏହାର ଦଶା ବନ୍ୟଜନ୍ତୁ ଭୋଗୁଛନ୍ତି।

mayurbhanj 1

ଗୋଟିଏ ପାହାଡ ରୁ ଆଉ ଗୋଟିଏ ପାହାଡ଼ କୁ ଡେଉଁଛି ନିଆଁ । ବନ ବିଭାଗ ସବୁ ସତର୍କତା ଅବଲମ୍ବନ କଲେ ମଧ୍ୟ ନିଆଁ କୁ ଆୟତ୍ତ କରିବା ଅନେକ ସମୟରେ ଅସମ୍ଭବ ହେଇପଡୁଛି । ବାସ୍ତବରେ ଅନେକ ସଂଘର୍ଷ କଲାପରେ ନିଆଁ ଲିଭାଉଛନ୍ତି ବନବିଭାଗ କର୍ମଚାରୀ । ଗୋଟିଏ ପାହାଡ଼ ରେ ନିଆଁ ଲିଭାଇ ଆସିବା ପରେ ଆଉ ଗୋଟିଏ ପାହାଡ଼ରେ ନିଆଁ ଲାଗି ଯାଉଛି । ପାହାଡ଼ ଓ ଜଙ୍ଗଲରେ ଲାଗୁଥିବା ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ପାରୁନାହିଁ ବନ ବିଭାଗ । ଗଛରୁ ଫଳ ପାଇଁ ଗଛ ତଳେ ନିଆଁ ଲଗେଇ ଦେଉଛନ୍ତି । ଆଉ କିଛି ଲେକ ଅଛନ୍ତି ଗାଈ ଚରେଇବାକୁ ଆସି ନିଆଁ ଲଗେଇ ଦେଉଛନ୍ତି । ଏମିତି ଘଟଣା କିଛି ଦିନ ହେବ ଘଟିଚାଲିଛି।

ଗୋଟିଏ ସ୍ଥାନ ନୁହଁ ଅନେକ ସ୍ଥାନରେ ନିଆଁ ଲାଗିଥିବାର ସ୍ଥାନୀୟ ଲୋକମାନେ କହିଛନ୍ତି। ନିଆଁ ଲାଗିବା ଯୋଗୁଁ ବିପଦ ରେ ହଜାର ହଜାର ବନ୍ୟଜନ୍ତୁ । କିଛି ସ୍ଥାନରେ ନିଆଁ ଯୋଗୁଁ ପାହାଡ଼ ଗୁଡ଼ିକ ଧଳା କୁହୁଡି ପରି ଦୂରରୁ ଦେଖା ଦେଉଛି । ୮ ଟି ରେଞ୍ଜ ମଧ୍ୟରୁ ୨୭ ଟି ସ୍ଥାନରେ ନିଆଁ ଲାଗି ସାରିଲାଣି । ଆଗାମୀ ୭ ଦିନ ଭିତରେ ବର୍ଷା ନହେଲେ ଜଙ୍ଗଲରେ ଅଧିକରୁ ଅଧିକ ନିଆଁ ଲାଗିବାର ସମ୍ଭାବନା ରହିଛି ତେଣୁ ଶିମିଳିପାଳରେ ନିଆଁକୁ ଆୟତ୍ତ କରିବା ବନବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.