ସୋର (କେନ୍ୟୁଜ୍) : ମା’ର ଶୁଦ୍ଧିକ୍ରିୟା ସାରି ଚେନ୍ନାଇ ଫେରୁଥିଲେ ସେହି କାଳ ରାତିରେ । କରମଣ୍ଡଳ ଦୁର୍ଘଟଣାରେ ଚାଲିଗଲା ଜୀବନ l ମନ ଚାହୁଁ ନଥିଲା କର୍ମକ୍ଷେତ୍ର ଚେନ୍ନାଇ ଫେରିବାକୁ । ସୋର ବସଷ୍ଟାଣ୍ଡରୁ ପ୍ରଥମ ଦିନ ଫେରିଗଲେ । ହେଲେ ମୃତ୍ୟୁ ତ ହାତଠାରୁ ଡାକୁଥିଲା ଠିକଣା ଦିନରେ । ପରଦିନ ପୁଣି ଚେନ୍ନାଇ ବାହାରିଲେ । ଆଉ କରମଣ୍ଡଳ ଜେନେରାଲ ବଗିରେ ବସିଲେ ବାଲେଶ୍ୱର ଅନନ୍ତପୁରର ରମେଶ ଜେନା । ତେବେ ଅଳ୍ପ ବାଟ ଯିବା ପରେ ଦୁର୍ଘଟଣା ଘଟିଲା । ଆଉ ପ୍ରାଣ ହରାଇଲେ ରମେଶ ।
୩୮ ବର୍ଷୀୟ ରମେଶ ଅବିବାହିତ ଥିଲେ l ଚେନ୍ନାଇରେ ଚା ଦୋକାନ କରି ପେଟ ପୋଷୁଥିଲେ l ଗତ ମେ ୯ ତାରିଖ ମାଙ୍କ ଦେହାନ୍ତ ଯୋଗୁ ଆସିଥିଲେ ଗାଁକୁ l ଦୀର୍ଘ ଦିନ ପରେ ଗାଁକୁ ଫେରି ଥିବାରୁ ଗାଁ ଲୋକଙ୍କ ସହିତ ଢେର ମିଶିଥିଲେ ରମେଶ l ଗତ ୧ ତାରିଖ ଦିନ ନିଜ କର୍ମକ୍ଷେତ୍ରକୁ ବାହାରି ଥିଲେ । ହେଲେ କଣ ମନ ହେଲା କେଜାଣି ସୋର ବସ୍ଷ୍ଟାଣ୍ଡକୁ ଆସି ପୁଣି ଘରକୁ ଫେରିଗଲେ । ଆଉ ଦୁର୍ଘଟଣା ଦିନ ପୁଣି ବାହାରିଥିଲେ ଚେନ୍ନାଇ । ବାଲେଶ୍ୱର ଷ୍ଟେସନରୁ କରମଣ୍ଡଳ ଟ୍ରେନରେ ବସି ବଡ଼ ଭାଇକୁ ଫୋନ କରିଥିଲେ l ଟ୍ରେନ ଭଦ୍ରକ ପହଁଚିଲେ ପୁଣି ଫୋନ କରିବି ବୋଲି କହିଥିଲେ l ହେଲେ ରମେଶଙ୍କର ଆଉ ଫୋନ ଆସିନଥିଲା l କରମଣ୍ଡଳ ଦୁର୍ଘଟଣା ଖବର ପାଇ ବାହାନଗା ଷ୍ଟେସନରେ ପରିବାର ଓ ଗାଁ ଲୋକେ ରମେଶଙ୍କୁ ଅନେକ ଖୋଜିଲେ । ମିଳିିଲେନି ରମେଶ । ଶେଷରେ ନୋଷି ପାର୍କରୁ ରମେଶଙ୍କ ମୃତ ଦେହକୁ ଚିହ୍ନଟ କରି ଗାଁରେ ଶବ ସତ୍କାର କଲେ ତାଙ୍କ ପରିବାର ଲୋକ ।
ଯଦି ଆପଣ ଚଳଚ୍ଚିତ୍ରରେ 'ସ୍ପାଇଡରମ୍ୟାନ୍' ଦେଖିଥିବେ, ତେବେ ଆପଣ ବୋଧହୁଏ ଜାଣିଥିବେ ଷଷ୍ଠ ଇନ୍ଦ୍ରୀୟ (sixth sence) କ’ଣ କୁହାଯାଏ…
ପୁରୀ : ଚଳଚଞ୍ଚଳ ପୁରୀ ରଥଖଳା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛି ରଥ…
ଭୁବନେଶ୍ଵର : ଭୁବନେଶ୍ଵର ଚଳଚ୍ଚିତ୍ର ଉତ୍ସବର ଅନ୍ତିମ ଦିବସରେ ପ୍ରଦର୍ଶିତ ହୋଇଛି ଜାତୀୟ ପୁରସ୍କାର ପ୍ରାପ୍ତ ସିନେମା ଶୂନ୍ୟ ସ୍ବରୂପ…
ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍ ୯ରେ ମୋଦି ପ୍ରଧାନମନ୍ତ୍ରୀ…
ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍ ଚର୍ଚ୍ଚାରେ ରହିଆସିଛି…
ଏଥର ଏନ୍ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…