ରାଜ୍ୟ

ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ଯୁବକଙ୍କ ମୃତ୍ଯୁ ଅଭିଯୋଗ, ମୃତଦେହ ରଖି ଦୋଷୀକୁ ଦଣ୍ଡ ଦେବାକୁ ଦାବି

କେନ୍ଦ୍ରାପଡା(କେନ୍ୟୁଜ୍): ତ୍ରୁଟି ପୂର୍ଣ୍ଣ ଚିକିତ୍ସା ପାଇଁ ଯୁବକଙ୍କ ମୃତ୍ଯୁ ଅଭିଯୋଗ। କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା କିଆରବାଙ୍କ ଗାଁରେ ଘଟିଛି  ଏହି ଦୁଃଖଦ ଘଟଣା। ସୂଚନା ମୁତାବକ, ଗାଁର କବି ପ୍ରସାଦ ପାହିଲ ନାମକ ଜଣେ ବ୍ଯକ୍ତିଙ୍କର ଅରୁଆ ଭାତ ଖାଇବା ପରେ ପେଟ ବ୍ଯଥା ଓ ମୁଣ୍ଡ ବିନ୍ଧା ହୋଇଥିଲା। ଏହାପରେ ପରିବାର ଲୋକେ କବିଙ୍କୁ ମହକାଳପଡ଼ା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ। ସେଠାରେ ତାଙ୍କୁ ଡାକ୍ତର ଅଣ୍ଟାରେ ଓ ଭେନ୍ ରେ ଲଗାତାର ୬ଟି ଇଞ୍ଜେକସନ ଦେଇଦେଇଥିଲେ। ଯାହାଫଳରେ ହଠାତ୍ କବି ପ୍ରସାଦ ଅସ୍ତବ୍ଯସ୍ତ ହୋଇଯାଇଥିଲେ।

ତେବେ ସଙ୍ଗେ ସଙ୍ଗେ ତାଙ୍କୁ କେନ୍ଦ୍ରାପଡା ମେଡିକାଲ ନେଇଯାଇଥିଲେ ପରିବାର ଲୋକେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ ତାଙ୍କ ଶବ ଘରକୁ ନେବାବେଳେ, ରାସ୍ତାରେ ତାଙ୍କ ହାର୍ଟ ଚାଲିବା ଭଳି ଲାଗିଥିଲା। ଯାହାଫଳରେ ପୁଣି ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଆସିଥିଲେ। ହେଲେ ଡାକ୍ତର ପରୀକ୍ଷା କରି ମୃତ ବୋଲି କହିଥିଲେ।

ତେବେ କବି ପ୍ରସାଦଙ୍କୁ ଭୁଲ୍ ଇଞ୍ଜେକସନ ଦେବାରୁ ତାଙ୍କର ମୃତ୍ଯୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଶବ ଧରି କେନ୍ଦ୍ରାପଡା ମେଡିକାଲରେ ବସି ରହିଛନ୍ତି। ଏହାର ତଦନ୍ତ କରି ଦୋଷୀ ଡାକ୍ତରଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି।

Sonalisa

Recent Posts

ଫିଲ୍ମ ‘କଲ୍କି 2898 AD’ର ଟ୍ରେଲର ରିଲିଜ୍‌ ପୂର୍ବରୁ ସାମ୍ନାକୁ ଆସିଲା ଦୀପିକାଙ୍କ ଦମ୍‌ଦାର ଲୁକ୍‌

ନାଗ ଅଶ୍ୱିନଙ୍କ ନିର୍ଦ୍ଦେଶିତ ସାଇନ୍ସ ଫିକ୍ସନ ଫିଲ୍ମ ‘କଲ୍କି 2898 AD’ ଦୀର୍ଘ ଦିନ ଧରି ଖୁବ୍‌ ଚର୍ଚ୍ଚାରେ ରହିଆସିଛି…

5 mins ago

ବିହାରର ୮ ସାଂସଦଙ୍କୁ ମୋଦି କ୍ୟାବିନେଟ୍‌ରେ ଜାଗା ! ଦିଲ୍ଲୀରୁ ଆସିଛି ଫୋନ୍‌ କଲ୍‌

ଏଥର ଏନ୍‌ଡିଏ ସରକାର ଗଠନରେ କିଙ୍ଗମେକରର ଭୂମିକା ଗ୍ରହଣ କରିଛି ବିହାରର ଜେଡିୟୁ । ଏହି ଦଳର ଦୁଇ ନେତାଙ୍କୁ…

9 mins ago

ହସ୍ପିଟାଲ ବେଡରୁ ପୁଅ ଚୋରି, ମୁଣ୍ଡ ବାଡ଼େଇ କାନ୍ଦୁଛି ମା’

ବାଲେଶ୍ୱର : ପୁଣି ସାମ୍ନାକୁ ଆସିଲା ପିଲା ଚୋରି ଅଭିଯୋଗ । ହସ୍ପିଟାଲ ବେଡ୍‌ରୁ ଶିଶୁ ପୁତ୍ରକୁ ଚୋରି କରି…

22 mins ago

୧୨ ତାରିଖ ସନ୍ଧ୍ୟାରେ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ

ଭୁବନେଶ୍ଵର : ୧୨ ତାରିଖ ଦିନ ଭୁବନେଶ୍ଵରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ଼ ସୋ । ବୁଧବାର ସନ୍ଧ୍ୟାରେ ଜୟଦେବ ବିହାର…

35 mins ago

ୟୁଜର୍ସଙ୍କ ପାଇଁ ଆସିଲା ଦମ୍‌ଦାର ଅଫର, ବେଷ୍ଟ କ୍ୟାମେରା ଫୋନ୍ Google Pixel 8ରେ ମିଳୁଛି ଭାରି ଡିସକାଉଣ୍ଟ

ଯଦି ଆପଣ ଫଟୋଗ୍ରାଫି ପାଇଁ ଏକ ଭଲ ସ୍ମାର୍ଟଫୋନ୍ ଖୋଜୁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି…

53 mins ago

ବାଇକ ରାକେଟ ଠାବ, ୭ ଗିରଫ, ୫ ବାଇକ ଜବତ

ଝାରସୁଗୁଡ଼ା : ଝାରସୁଗୁଡ଼ା ପୋଲିସର ବଡ ସଫଳତା । ପୋଲିସ ହାତରେ ଧରା ପଡ଼ିଲେ ବାଇକ ଲୁଟେରା ଗ୍ୟାଙ୍ଗ। ତାଙ୍କ…

1 hour ago