ରାଜ୍ୟ

ଦୁଃଖ ଓ ଅନାଟନ ଭିତରେ ମେଧାବୀ ଛାତ୍ର ରାସ୍ତା କଡରେ ବିକୁଛି ଗୁପଚୁପ୍, ସ୍ବପ୍ନକୁ ପୂରଣ କରିବା ପାଇଁ ସହାୟତାକୁ ଅପେକ୍ଷା

ଆନନ୍ଦପୁର : ସତରେ ଦଇବ ଦଉଡି ମଣିଷ ଗାଈ।  ଦୁଃଖ ଓ ଅନାଟନ ଭିତରେ ସୁନା ପୁଅ ଆଜି ରାସ୍ତା କଡରେ। ଭାଗ୍ଯର ବିଡମ୍ବନା ଆଗରେ ମୁଣ୍ଡ ନୁଆଇବାକୁ ପଡିଛି । ଦକ୍ଷତା ଥାଇଛି ସାଥ୍ ଦେଲାନି ପରିସ୍ଥିତି । ଶେଷରେ ପରିବାରର ଆର୍ଥିକ ବୋଝ ଆଗରେ ବଳି ପଡିଛି ମେଧାବୀ ଛାତ୍ରଙ୍କ ଭବିଷ୍ଯତ। ଏକ ସୁନ୍ଦର ଜୀବନର ସ୍ବପ୍ନ ଦେଖିଥିବା ଏହି ମେଧାବୀ ଛାତ୍ର ଆଜି ରାସ୍ତାକଡରେ ଦେଖୁଛନ୍ତି ନିଜର ଆଗାମୀ ଭବିଷ୍ଯତ। ନିଜ ପରିବାରର ବୋଝକୁ କାନ୍ଧରେ ବୋହିବାକୁ ଯାଇ ନେବାକୁ ପଡିଲା କଠୋର ନିଷ୍ପତି । ପାଠ ପଢ଼ାରେ ଡୋରି ବାନ୍ଧି ରାସ୍ତା କଡରେ ବିକିବାକୁ ପଡୁଲା ଗୁପଚୁପ । ଏମିତି ଏକ ଦୁଖଦ ଘଟଣା  ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ।

ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡରେ ଅନେକ ଦିନ ଧରି ବସବାସ କରିଆସୁଛନ୍ତି ଏହି ବିହାରୀ ପରିବାର। ଗୁପଚୁପ ବେପାରକୁ ଆଦରି ନେଇଥିବା ଏହି ପରିବାରର ମେଧାବୀ ଛାତ୍ର ରାହୁଲ ଏବେ ସାଜିଛନ୍ତି ରାସ୍ତା କଡର ଗୁପଚୁପ ବିକାଳୀ। ଇଂଲିସ ମିଡ଼ିଅମରେ ପାଠପଢୁଥିବା ରାହୁଲ +୨ ପରୀକ୍ଷାରେ ୮୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଭବିଷ୍ୟତରେ ମେକାନିକାଲ ଇଂଜିନିୟର ହେବାର ସ୍ୱପ୍ନ ଦେଖିଥିବା ରାହୁଲଙ୍କ ଭାଗ୍ୟ ଆଜି ସାଜିଛି ବଇରୀ । ଅକସ୍ମାତ ବାପାଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ ନିମନ୍ତେ ତାଙ୍କୁ ରାସ୍ତା କଡକୁ ଆସିବାକୁ ପଡିଛି। ନିଜର ଭବିଷ୍ୟତକୁ ପଛରେ ପକାଇ ବାପାଙ୍କର ସ୍ଥାନ ପୂରଣ କରି ସେ ଏବେ ସାନ ଭଉଣୀର ପାଠପଢା ସହ ମାନସିକ ବିକାର ଗ୍ରସ୍ତ ସାନଭାଇ ଓ ମାଙ୍କ ଦାୟିତ୍ୱକୁ କାନ୍ଧକୁ ନେଇଛନ୍ତି।

 କେବେବି ଅଭାବକୁ ପରଖି ନଥିବା ମେଧାବୀ ଛାତ୍ର ରାହୁଲ ବାଧ୍ଯ ହୋଇ ନିଜ ବାପା ରାମଙ୍କ ଲୋକପ୍ରିୟ ଗୁପଚୁପ ବ୍ୟବସାୟକୁ ଆଦରି ନେଇଛନ୍ତି। ବାପାଙ୍କର ମୃତ୍ୟୁ ପରେ ପରିବାରର ବୋଝ ଏବଂ ଭଉଣୀର ସ୍ବପ୍ନ ଆଗରେ ମେଧାବୀ ରାହୁଲଙ୍କ ମେକାନିକାଲ ଇଂଜିନିୟରିଂ ହେବାର ସ୍ୱପ୍ନ ଆର୍ଥିକ ଅନାଟନ କାରଣରୁ ଅଧା ବାଟରେ ଅଟକି ଯାଇଛି । ଅନ୍ୟପକ୍ଷରେ ପରିବାରର ଏଭଳି ଦୁଖଃଦ ପରିସ୍ଥିତିରେ ଭଉଣୀ ଗିତାଞ୍ଜଳିର ପାଠ ପଢା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ ପୁହାଣ।  ହେଲେ ରାହୁଲ କ୍ଷେତ୍ରରେ କେବଳ ଆଶା ସରକାରୀ ସହାୟତାକୁ । ଯଦି  ବାପ ଛେଉଣ୍ଡ ରାହୁଲଙ୍କୁ କିଛି ସହାୟତା ମିଳନ୍ତା ତେବେ ସେ ତାଙ୍କ ସ୍ବପ୍ନକୁ ପୂରଣ କରିବାରେ ସଫଳ ହୋଇପାରନ୍ତେ ।

Sonalisa

Recent Posts

ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍‌…

46 mins ago

ବାଲେଶ୍ୱର ଓ ଭଦ୍ରକ ଅଂଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଭୟଭୀତ

ବାଲେଶ୍ଵର : ବାଲେଶ୍ଵରରେ ଶୁଭିଲା ପ୍ରଚଣ୍ତ ଶବ୍ଦ । ଲଗାତାର ଦୁଇଥର ପ୍ରଚଣ୍ତ ଶବ୍ଦ ଶୁଣବାକୁ ମିଳିଲା । ପ୍ରଚଣ୍ତ…

47 mins ago

ଟି୨୦ ବିଶ୍ୱକପ : ଭାରତ ବନାମ ପାକିସ୍ତାନ ମ୍ୟାଚ ଦେଖିବା ପାଇଁ ରୋମାଞ୍ଚ, ଗାର୍ଡି ପାର୍କିଂ ଫି ଆକାଶଛୁଆଁ

ଟି୨୦ ବିଶ୍ୱକପକୁ ନେଇ ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି । କିନ୍ତୁ କ୍ରିକେଟ ପ୍ରେମୀ ଟୁର୍ଣ୍ଣାମେଣ୍ଟର ସବୁଠାରୁ ବଡ ରୋମାଞ୍ଚକ ମ୍ୟାଚକୁ…

1 hour ago

କଙ୍ଗନା ରାଣାଓ୍ଵତଙ୍କୁ ଚଣ୍ଡିଗଡ଼ ବିମାନବନ୍ଦରରେ ମାରିଲେ ଚାପୁଡ଼ା, CISF ଯବାନ ଅଟକ

ଚଣ୍ଡିଗଡ଼ ବିମାନବନ୍ଦରରେ ବିଜେପିର ନବନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କୁ ଚାପୁଡ଼ା । ଏଭଳି ଅଭିଯୋଗ ଆଣିଛନ୍ତି କଙ୍ଗନା…

1 hour ago

ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା, ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପରେ ବାହୁନି କାନ୍ଦୁଛନ୍ତି ଗାଁ ଲୋକେ

ଭୁବନେଶ୍ୱର : ନବୀନଙ୍କୁ ଝୁରୁଛନ୍ତି ବୃଦ୍ଧବୃଦ୍ଧା ।  ନବୀନଙ୍କ ଶାସନର ପତ୍ତନ ପରେ କାନ୍ଦୁଛନ୍ତି ଲୋକେ ।  ‘ପୁଅ ନପଚାରୁ…

2 hours ago

ଦିଲ୍ଲୀ ତିହାର ଜେଲ୍‌ରେ ଗ୍ୟାଙ୍ଗଓ୍ଵାର୍‌, ଜଣେ କଏଦୀଙ୍କୁ ଛୁରାମାଡ଼

ଦିଲ୍ଲୀର ତିହାର ଜେଲରେ ପୁଣି ଏକ ଗ୍ୟାଙ୍ଗଓ୍ଵାର ଘଟଣା ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଜଣେ…

2 hours ago