ଦୁଃଖ ଓ ଅନାଟନ ଭିତରେ ମେଧାବୀ ଛାତ୍ର ରାସ୍ତା କଡରେ ବିକୁଛି ଗୁପଚୁପ୍, ସ୍ବପ୍ନକୁ ପୂରଣ କରିବା ପାଇଁ ସହାୟତାକୁ ଅପେକ୍ଷା

ଆନନ୍ଦପୁର : ସତରେ ଦଇବ ଦଉଡି ମଣିଷ ଗାଈ।  ଦୁଃଖ ଓ ଅନାଟନ ଭିତରେ ସୁନା ପୁଅ ଆଜି ରାସ୍ତା କଡରେ। ଭାଗ୍ଯର ବିଡମ୍ବନା ଆଗରେ ମୁଣ୍ଡ ନୁଆଇବାକୁ ପଡିଛି । ଦକ୍ଷତା ଥାଇଛି ସାଥ୍ ଦେଲାନି ପରିସ୍ଥିତି । ଶେଷରେ ପରିବାରର ଆର୍ଥିକ ବୋଝ ଆଗରେ ବଳି ପଡିଛି ମେଧାବୀ ଛାତ୍ରଙ୍କ ଭବିଷ୍ଯତ। ଏକ ସୁନ୍ଦର ଜୀବନର ସ୍ବପ୍ନ ଦେଖିଥିବା ଏହି ମେଧାବୀ ଛାତ୍ର ଆଜି ରାସ୍ତାକଡରେ ଦେଖୁଛନ୍ତି ନିଜର ଆଗାମୀ ଭବିଷ୍ଯତ। ନିଜ ପରିବାରର ବୋଝକୁ କାନ୍ଧରେ ବୋହିବାକୁ ଯାଇ ନେବାକୁ ପଡିଲା କଠୋର ନିଷ୍ପତି । ପାଠ ପଢ଼ାରେ ଡୋରି ବାନ୍ଧି ରାସ୍ତା କଡରେ ବିକିବାକୁ ପଡୁଲା ଗୁପଚୁପ । ଏମିତି ଏକ ଦୁଖଦ ଘଟଣା  ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ।

rahulଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୧୪ ନମ୍ବର ୱାର୍ଡରେ ଅନେକ ଦିନ ଧରି ବସବାସ କରିଆସୁଛନ୍ତି ଏହି ବିହାରୀ ପରିବାର। ଗୁପଚୁପ ବେପାରକୁ ଆଦରି ନେଇଥିବା ଏହି ପରିବାରର ମେଧାବୀ ଛାତ୍ର ରାହୁଲ ଏବେ ସାଜିଛନ୍ତି ରାସ୍ତା କଡର ଗୁପଚୁପ ବିକାଳୀ। ଇଂଲିସ ମିଡ଼ିଅମରେ ପାଠପଢୁଥିବା ରାହୁଲ +୨ ପରୀକ୍ଷାରେ ୮୭% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ଭବିଷ୍ୟତରେ ମେକାନିକାଲ ଇଂଜିନିୟର ହେବାର ସ୍ୱପ୍ନ ଦେଖିଥିବା ରାହୁଲଙ୍କ ଭାଗ୍ୟ ଆଜି ସାଜିଛି ବଇରୀ । ଅକସ୍ମାତ ବାପାଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ ନିମନ୍ତେ ତାଙ୍କୁ ରାସ୍ତା କଡକୁ ଆସିବାକୁ ପଡିଛି। ନିଜର ଭବିଷ୍ୟତକୁ ପଛରେ ପକାଇ ବାପାଙ୍କର ସ୍ଥାନ ପୂରଣ କରି ସେ ଏବେ ସାନ ଭଉଣୀର ପାଠପଢା ସହ ମାନସିକ ବିକାର ଗ୍ରସ୍ତ ସାନଭାଇ ଓ ମାଙ୍କ ଦାୟିତ୍ୱକୁ କାନ୍ଧକୁ ନେଇଛନ୍ତି।

gupchup କେବେବି ଅଭାବକୁ ପରଖି ନଥିବା ମେଧାବୀ ଛାତ୍ର ରାହୁଲ ବାଧ୍ଯ ହୋଇ ନିଜ ବାପା ରାମଙ୍କ ଲୋକପ୍ରିୟ ଗୁପଚୁପ ବ୍ୟବସାୟକୁ ଆଦରି ନେଇଛନ୍ତି। ବାପାଙ୍କର ମୃତ୍ୟୁ ପରେ ପରିବାରର ବୋଝ ଏବଂ ଭଉଣୀର ସ୍ବପ୍ନ ଆଗରେ ମେଧାବୀ ରାହୁଲଙ୍କ ମେକାନିକାଲ ଇଂଜିନିୟରିଂ ହେବାର ସ୍ୱପ୍ନ ଆର୍ଥିକ ଅନାଟନ କାରଣରୁ ଅଧା ବାଟରେ ଅଟକି ଯାଇଛି । ଅନ୍ୟପକ୍ଷରେ ପରିବାରର ଏଭଳି ଦୁଖଃଦ ପରିସ୍ଥିତିରେ ଭଉଣୀ ଗିତାଞ୍ଜଳିର ପାଠ ପଢା ନିମନ୍ତେ ସମସ୍ତ ଖର୍ଚ୍ଚ ବହନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ ପୁହାଣ।  ହେଲେ ରାହୁଲ କ୍ଷେତ୍ରରେ କେବଳ ଆଶା ସରକାରୀ ସହାୟତାକୁ । ଯଦି  ବାପ ଛେଉଣ୍ଡ ରାହୁଲଙ୍କୁ କିଛି ସହାୟତା ମିଳନ୍ତା ତେବେ ସେ ତାଙ୍କ ସ୍ବପ୍ନକୁ ପୂରଣ କରିବାରେ ସଫଳ ହୋଇପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.