Categories: ରାଜ୍ୟ

ଅନୁଗୁଳ: ନାସା ନାଁରେ ଠକେଇ, ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁଙ୍କ ଆମେରିକା ଗସ୍ତ ହେଲା ବିଫଳ

ଅନୁଗୁଳ: ନାସା ନାଁରେ ଠକେଇ। ଅନୁଗୁଳ ଜିଲ୍ଲା ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁ ତାଙ୍କର ‘ମାଭିକ’ ପ୍ରକଳ୍ପ ପାଇଁ ନାସା ଯିବାକୁ ମନୋନୀତ ହୋଇଥିବା ନେଇ ଏକ ଇ-ମେଲ୍ ଆସିଥିଲା। ନଭେମ୍ବର ୨୮ରେ ସେ ଆମେରିକା ଯିବା ପାଇଁ ଏଥିରେ ଉଲ୍ଲେଖ ରହିଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ, ବିଧାୟକଙ୍କ ସହ ବିଭିନ୍ନ ଆଡୁ ଶୁଭେଚ୍ଛାର ବାର୍ତ୍ତା ଆସିଥିଲା। ହେଲେ ଶେଷରେ ଶୁଭ୍ରାଂଶୁଙ୍କ ନାସା ଗସ୍ତ କିନ୍ତୁ ବିଫଳ ହୋଇଛି।

ନାସାରୁ ଆସିଥିବା ଚିଠି ସତରେ ନାସାରୁ ଆସିଛି କି ନା ତାହା ସ୍ପଷ୍ଟ କରିପାରୁନି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଫଳରେ ଅସହାୟ ହୋଇପଡ଼ିଛନ୍ତି ଶୁଭ୍ରାଂଶୁ। ସେ ଏକ ବଡ଼ଧରଣର ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ପାଖକୁ ମେଲରେ ଆସିଥିବା ଚିଠି କୌଣସି ସାଇବର ଠକଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଛି। ଏପରିକି ସ୍କୁଲ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ଚିଠି ପାଇବା ପରେ କାହିଁକି ଏହାକୁ ସ୍କୁଲ ପକ୍ଷରୁ ଯାଞ୍ଚ କରାଯାଇନଥିଲା ବୋଲି ପ୍ରଶ୍ନ ଉଠିଛି।

ସ୍କୁଲ ମେଲ ଆଇଡିରେ ନାସା ଠିକଣାରୁ ଶୁଭ୍ରାଂଶୁଙ୍କ ନାମରେ ଆମେରିକା ଯିବା ପାଇଁ ଚିଠି ଆସିଥିଲା। ଏଥିରେ ବିଶ୍ୱର ୧୮୩ଟି ଦେଶର ପ୍ରକଳ୍ପ ମଧ୍ୟରୁ ଶୁଭ୍ରାଂଶୁଙ୍କ ପ୍ରକଳ୍‌ପ ସମସ୍ତଙ୍କୁ ଛୁଇଁଥିବା ଉଲ୍ଲେଖ ରହିଥିଲା। ଚିଠିକୁ ଭରସା କରି ତାଙ୍କ ପରିବାର ଓ ସ୍କୁଲ କର୍ତ୍ତୃପକ୍ଷ ଉତ୍‌ଫୁଲିତ ହୋଇପଡ଼ିଥିଲେ। ଶୁଭ୍ରାଂଶୁ ନିର୍ମାଣ କରିଥିବା ରୋବୋଟିକ ଡ୍ରୋନ ‘ମାଭିକ’ ଅପହଞ୍ଚ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ପାରିବ ବୋଲି ସେ ଦାବି କରିଥିଲେ।.

KNews Bureau

Recent Posts

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

1 hour ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

2 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

3 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

4 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

4 hours ago

କଳିଙ୍ଗ ଟିଭିକୁ ଧନ୍ୟବାଦ ଜଣାଇଲେ ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର (କେନ୍ୟୁଜ): ମୋହନ ଚରଣ  ମାଝୀ ଏବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ । ଗତକାଲି ତାଙ୍କ ନେତୃତ୍ୱରେ ବିଜେପି ସରକାର…

4 hours ago