Below header

ଅନୁଗୁଳ: ନାସା ନାଁରେ ଠକେଇ, ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁଙ୍କ ଆମେରିକା ଗସ୍ତ ହେଲା ବିଫଳ

ଅନୁଗୁଳ: ନାସା ନାଁରେ ଠକେଇ। ଅନୁଗୁଳ ଜିଲ୍ଲା ହୁଲୁରିସିଂହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ର ଶୁଭ୍ରାଂଶୁ ତାଙ୍କର ‘ମାଭିକ’ ପ୍ରକଳ୍ପ ପାଇଁ ନାସା ଯିବାକୁ ମନୋନୀତ ହୋଇଥିବା ନେଇ ଏକ ଇ-ମେଲ୍ ଆସିଥିଲା। ନଭେମ୍ବର ୨୮ରେ ସେ ଆମେରିକା ଯିବା ପାଇଁ ଏଥିରେ ଉଲ୍ଲେଖ ରହିଥିଲା। ଏନେଇ କେନ୍ଦ୍ରମନ୍ତ୍ରୀ, ବିଧାୟକଙ୍କ ସହ ବିଭିନ୍ନ ଆଡୁ ଶୁଭେଚ୍ଛାର ବାର୍ତ୍ତା ଆସିଥିଲା। ହେଲେ ଶେଷରେ ଶୁଭ୍ରାଂଶୁଙ୍କ ନାସା ଗସ୍ତ କିନ୍ତୁ ବିଫଳ ହୋଇଛି।

ନାସାରୁ ଆସିଥିବା ଚିଠି ସତରେ ନାସାରୁ ଆସିଛି କି ନା ତାହା ସ୍ପଷ୍ଟ କରିପାରୁନି ବୈଦେଶିକ ବ୍ୟାପାର ମନ୍ତ୍ରାଳୟ। ଫଳରେ ଅସହାୟ ହୋଇପଡ଼ିଛନ୍ତି ଶୁଭ୍ରାଂଶୁ। ସେ ଏକ ବଡ଼ଧରଣର ଠକେଇର ଶିକାର ହୋଇଥିବା ଅନୁମାନ କରାଯାଉଛି। ତାଙ୍କ ପାଖକୁ ମେଲରେ ଆସିଥିବା ଚିଠି କୌଣସି ସାଇବର ଠକଙ୍କ କାର୍ଯ୍ୟ ବୋଲି ଅନୁମାନ କରାଯାଉଛି। ଏପରିକି ସ୍କୁଲ କର୍ତ୍ତୃପକ୍ଷଙ୍କ କାର‌୍ୟ୍ୟକୁ ସନ୍ଦେହ ଦୃଷ୍ଟିରେ ଦେଖାଯାଉଛି। ଚିଠି ପାଇବା ପରେ କାହିଁକି ଏହାକୁ ସ୍କୁଲ ପକ୍ଷରୁ ଯାଞ୍ଚ କରାଯାଇନଥିଲା ବୋଲି ପ୍ରଶ୍ନ ଉଠିଛି।

subhransuସ୍କୁଲ ମେଲ ଆଇଡିରେ ନାସା ଠିକଣାରୁ ଶୁଭ୍ରାଂଶୁଙ୍କ ନାମରେ ଆମେରିକା ଯିବା ପାଇଁ ଚିଠି ଆସିଥିଲା। ଏଥିରେ ବିଶ୍ୱର ୧୮୩ଟି ଦେଶର ପ୍ରକଳ୍ପ ମଧ୍ୟରୁ ଶୁଭ୍ରାଂଶୁଙ୍କ ପ୍ରକଳ୍‌ପ ସମସ୍ତଙ୍କୁ ଛୁଇଁଥିବା ଉଲ୍ଲେଖ ରହିଥିଲା। ଚିଠିକୁ ଭରସା କରି ତାଙ୍କ ପରିବାର ଓ ସ୍କୁଲ କର୍ତ୍ତୃପକ୍ଷ ଉତ୍‌ଫୁଲିତ ହୋଇପଡ଼ିଥିଲେ। ଶୁଭ୍ରାଂଶୁ ନିର୍ମାଣ କରିଥିବା ରୋବୋଟିକ ଡ୍ରୋନ ‘ମାଭିକ’ ଅପହଞ୍ଚ ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା ସମେତ ଅନ୍ୟାନ୍ୟ ସୁବିଧା ଯୋଗାଇ ପାରିବ ବୋଲି ସେ ଦାବି କରିଥିଲେ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.