Below header

କଟକ ମଙ୍ଗଳାବାଗ ମେଡିସିନ୍‌ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ

କଟକ: କଟକ ମଙ୍ଗଳାବାଗ ଭୟାବହ ଅଗ୍ନିକାଣ୍ଡ। ମେଡିସିନ୍‌ ଗୋଦାମରେ ଲାଗିଲା ନିଆଁ। ମଙ୍ଗଳାବାଗ ଆନ୍ଧ୍ରା ବ୍ୟାଙ୍କ ନିକଟରେ ଥିବା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଛି। ଏହି ବିଲ୍‌ଡିଂର ହଠାତ୍‌ ନିଆଁ ଲାଗିଥିବା ଲୋକ ଦେଖିବାକୁ ପାଇଥିଲେ। ଧୂଆଁମୟ ହୋଇ ଯାଇଥିଲା ସାରା ଅଞ୍ଚଳ। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ ଟିମ୍‌। ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା କାମରେ ଲାଗିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ତେବେ ଅନୁମାନ କରାଯାଉଛି ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ହୋଇଛି। ଏହି ଗୋଦାମରେ ସର୍ଜିକାଲ୍‌ ସାମଗ୍ରୀ ମହଜୁଦ ଥିଲା। ତେବେ ନିଆଁ ଲାଗି କେତେ କ୍ଷୟକ୍ଷଥି ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.