ପିଙ୍କ୍‌ ବଲ୍‌ରେ ଟ୍ରିପଲ୍‌ ସେଞ୍ଚୁରୀ ମାରିଲେ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ଵାର୍ଣ୍ଣର

ଆଡିଲେଡ୍‌ : କେବଳ ଭାରତରେ ନୁହେଁ ଅଷ୍ଟ୍ରେଲିଆରେ ମଧ୍ୟ ଏବେ ଚାଲିଛି ପିଙ୍କ୍‌ ବଲ୍‌ ଟେଷ୍ଟ । ଆଡିଲେଡ୍‌ରେ ଚାଲିଥିବା ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଖେଳି ଅଷ୍ଟ୍ରେଲିଆ ବଡ଼ ସ୍କୋର କରିଛି । ଏଥିରେ ଓପ୍ନର ଡେଭିଡ୍‌ ଓ୍ଵାର୍ଣ୍ଣର ତ୍ରିଶତକ ବା ଟ୍ରିପଲ୍‌ ସେଞ୍ଚୁରୀ କରି ଦଳ ପକ୍ଷରୁ ଇତିହାସ ରଚିଛନ୍ତି । ଅବଶ୍ୟ ଏହି ରେକର୍ଡ଼ କରିବାରେ ସେ ହେଉଛନ୍ତି ବିଶ୍ୱର ଦ୍ୱିତୀୟ ବ୍ୟାଟ୍‌ସମ୍ୟାନ୍‌ । ପୂର୍ବରୁ ପାକିସ୍ତାନର ଅଜହର ଅଲୀ ପ୍ରଥମ ବ୍ୟାଟ୍‌ସମ୍ୟାନ୍‌ ଭାବେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ଏହି ସଫଳତା ଲାଭ କରିଛନ୍ତି ।
ଅଜହର ଅଲୀ ୨୦୧୬ ଅକଟୋବର ୧୩ ତାରିଖରେ ଇଣ୍ଡିଜ୍‌ ବିପକ୍ଷରେ ପାକିସ୍ତାନ ଖେଳିଥିବା ଦିବାରାତ୍ର ମ୍ୟାଚ୍‌ରେ ଟ୍ରିପଲ ସେଞ୍ଚୁରୀ କରିଥିଲେ । ସେହି ମ୍ୟାଚ୍‌ ମଧ୍ୟ ପିଙ୍କ୍‌ ବଲ୍‌ରେ ଖେଳାଯାଇଥିଲା । ତେବେ ଆଡିଲେଡ୍‌ରେ ଓ୍ଵାର୍ଣ୍ଣର ଅପରାଜିତ ୩୩୫ ରନ୍‌ କରିଛନ୍ତି । ଯାହା ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର । ଅଷ୍ଟ୍ରେଲିଆ ୩ ଓ୍ଵିକେଟ୍‌ରେ ୫୮୯ ରନ୍‌ କରି ପାଳି ସମାପ୍ତି ଘୋଷଣା କରିଛି । ଓ୍ଵାର୍ଣ୍ଣରଙ୍କ ସହ ଲାବୁସଚେଞ୍ଜ ୧୬୨ ରନ୍‌ କରି ଆଉଟ୍‌ ହୋଇଛନ୍ତି ।
ପରେ ବ୍ୟାଟିଂ ଆରମ୍ଭ କରି ପାକିସ୍ତାନ ୭ ଓଭର୍‌ ସୁଦ୍ଧା ମାତ୍ର ୩ ରନ୍‌ କରି ଗୋଟିଏ ଓ୍ଵିକେଟ୍‌ ହରାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.