ସଲାମ୍‌ ଭାରତୀୟ ସେନା, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରେ ନିର୍ମାଣ କଲେ ରାସ୍ତା

ପ୍ଲାଷ୍ଟିକ ଆଜିକାଲି ପରିବେଶ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ପ୍ଲାଷ୍ଟିକ ବଜ୍ୟବସ୍ତୁ ସବୁଠାରୁ ବଡ ସମସ୍ୟା ଭାବେ ଉଭା ହେଲାଣି। ଏହା ସମସ୍ତେ ଜାଣିଛେ। ଯେଉଁଥି ପାଇଁ ମନୁଷ୍ୟ ଠାରୁ ଆରମ୍ଭ କରି ସରକାର ମଧ୍ୟ ଚିନ୍ତିତ ରହିଛନ୍ତି। ଏଥିପାଇଁ ସରକାର ସିଙ୍ଗଲ ୟୁଜ ପ୍ଲାଷ୍ଟିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। କିନ୍ତୁ ଭାରତୀୟ ସେନା ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ଭିନ୍ନ ପ୍ରୟାସ ଜାରି କରିଛନ୍ତି। ଗୁଆହାଟୀରେ ଭାରତୀୟ ସେନା ପ୍ଲାଷ୍ଟିକ ବଜ୍ୟବସ୍ତୁ ଏବଂ Bitumen ର ବ୍ୟବହାର କରି ସଡକ ନିର୍ମାଣ କରିଛନ୍ତି।

ଏହାସହ ପଢ଼ନ୍ତୁ ; ଔରଙ୍ଗାବାଦରେ ନଦୀକୁ ଖସିଲା ଟେମ୍ପୋ, ୭ ମୃତ,୧୫ ଆହତ

ଏହା ଏକ ପାଇଲଟ ପ୍ରୋଜେକ୍ଟ। ଗୁଆହାଟୀରେ ଥିବା ଭାରତୀୟ ସେନାର ମିଲିଟାରୀ ଇଂଜିନିୟରମାନେ ଏପରି କାରନାମା କରିଛନ୍ତି। ସେମାନେ ନାରଙ୍ଗୀ ମିଲିଟାରୀ ଷ୍ଟେସନକୁ ପ୍ଲାଷ୍ଟିକରେ ରୋଡ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ୧.୨୪M.T ପ୍ଲାଷ୍ଟିକ ବ୍ୟବହାର କରାଯାଇଛି। ସୂଚନାଯୋଗ୍ୟ, ଦୁନିଆରେ ଭାରତ ପ୍ଲାଷ୍ଟିକ ବଜ୍ୟବସ୍ତୁ ବାହାର କରିବାରେ ୧୫ ତମ ସ୍ଥାନରେ ରହିଛି। ଯାହାକୁ ନେଇ ଭାରତୀୟ ସେନାକୁ ପ୍ରଶଂସା କରିଛନ୍ତି ଲୋକେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.