Below header

ମହିଳା ଡାକ୍ତରଙ୍କ ସହିତ ହୋଇଥିବା ପାଶବିକତାରେ ବଲିଉଡ୍‌ କାଳକାର ବି ସ୍ତବ୍ଧ ! ଅନେକ କଳାକାର ଦେଲେ ଏଭଳି ପ୍ରତିକ୍ରିୟା

ଦିଲ୍ଲୀର ନିର୍ଭୟା କାଣ୍ଡର ପୁନରାବୃତ୍ତି ପୁଣି ହାଇଦରାବାଦରେ ଦେଖିବାକୁ ମିଳିଛି। ନରରୂପୀ ରାକ୍ଷସ ସାଜି କିଛି ଲୋକ ଘଟାଉଛନ୍ତି ନାରକୀୟ କାଣ୍ଡ। ଏହି ନରରୂପୀ ରାକ୍ଷସ ଜଣେ ମହିଳା ପଶୁ ଚିିକିତ୍ସକଙ୍କ ସହିତ ଦୁଷ୍କର୍ମ କରି ତାଙ୍କୁ ଜିଅନ୍ତା ଜାଳିଦେଇଛନ୍ତି। ଏହାପରେ ତାଙ୍କର ଅର୍ଦ୍ଧ ଦଗ୍ଧ ଶରୀରକୁ ପୋଲରୁ ତଳକୁ ଫିଙ୍ଗି ଦେଇଛନ୍ତି। ଯେଉଁପରି ଦିଲ୍ଲୀର ନିର୍ଭୟାଙ୍କୁ ଭରଷା ଦେଇ ବସରେ ବସାଇ ଦେଇଥିଲେ ସେହିପରି ଏହି ମହିଳା ଡାକ୍ତରଙ୍କୁ ମଧ୍ୟ ସାହାଯ୍ୟ କରିବାର ଦ୍ୱାହୀ ଦେଇ ଘଟାଇଛନ୍ତି ଅମଣିଷତ୍ୱର କାମ। ଏହି ଘଟଣା ଏବେ ସାରା ଦେଶରେ ଚହଳ ସ୍ରୁଷ୍ଟି କରିଛି। ଏହି ଘଟଣାରେ ଅନେକ ଫିଲ୍ମ ତାରକାମାନେ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।

akhaya kumarଅଭିନେତା ଅକ୍ଷୟ କୁମାର ଲେଖିଛନ୍ତି, ‘ସେ ତେଣିକି ମହିଳା ପଶୁ ଚିକିତ୍ସକ ହୁଅନ୍ତୁ ଅବା ତାମିଲନାଡୁର ରୋଜା, କିମ୍ବା ରାଞ୍ଚିର ଗଣ ଦୁଷ୍କର୍ମର ଶିକାର ହୋଇଥିବା ଛାତ୍ରୀ ହୁଅନ୍ତୁ, ସମାଜର ନାଗରିକ ଭାବରେ ଆମେ ଏସବୁକୁ ରୋକିବାରେ ବିଫଳ ହେଉଛୁ। ନିର୍ଭୟା ସାମୂହୀକ ଦୁଷ୍ମର୍ମକୁ ସାତ ବର୍ଷ ହୋଇସାରିଛି କିନ୍ତୁ ଆମର ନୈତିକତା ଅଂଶ ହୋଇ ବାଣ୍ଟି ଯାଉଛି। ଆମକୁ କଠିନ ରୁ କଠିନ ଆଇନର ଆବଶ୍ୟକବତା ରହିଛି। ଏହାସବୁ ଶୀଘ୍ର ଶେଷ ହେବା ଉଚିତ। ଅକ୍ଷୟଙ୍କ ସହିତ ଆହୁରି ଅନେକ କଳାକାର ମାନେ ମଧ୍ୟ ଏହାକୁ ନେଇ ଟ୍ଵିଟ୍‌ କରିଛନ୍ତି।

akhay

yami

 

anup

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.