କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆପାର୍ଟମେଣ୍ଟ ଖରିଦ୍ ଓ ବିକ୍ରୀ ପାଇଁ ଫିଟିଲା ବାଟ। ରାଜ୍ୟ ସରକାର, ଓଡ଼ିଶା ଆପାର୍ଟମେଣ୍ଟ(ମାଲିକ ଓ ପରିଚାଳନା) ଅଧ୍ୟାଦେଶ ୨୦୨୩ ଆଣିଛନ୍ତି। ଏହାକୁ କ୍ୟାବିନେଟ୍ ମଂଜୁରୀ ମିଳିଛି। ବର୍ଷେରୁ ଅଧିକ ସମୟ ହେବ ଆପାର୍ଟମେଣ୍ଟ କିଣାବିକା ହୋଇ ପାରୁ ନାହିଁ। ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି, ଦଲିଲ ଠିକ୍ ସମୟରେ ପଞ୍ଜିକୃତ ହୋଇ ପାରୁନଥିବାରୁ ରାଜ୍ୟ ସରକାରଙ୍କର ବହୁ ରାଜସ୍ୱ ହାନି ହେଉଛି। ଏହାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଅଣଯାଉଛି।
ରିଅଲ ଇଷ୍ଟେଟ୍ (ନିୟମାବଳୀ ଏବଂ ବିକାଶ) ଆଇନ-୨୦୧୬ ଓ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମରେ ବିରୋଧଭାସ ରହିଛି। ତେଣୁ ଆପାର୍ଟମେଣ୍ଟ ମାଲିକାନା ନିୟମକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରହିଛି। ରାଜ୍ୟରେ ନୂଆ “ଆପାର୍ଟମେଣ୍ଟ ଓନରସିପ ଆକ୍ଟ” ନ ଆସିବା ପର୍ଯ୍ୟନ୍ତ ଆପାର୍ଟମେଂଟ ବିକ୍ରୀ ଖର୍ଦ୍ଦି ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏବେ ନୂଆ ଅଧ୍ୟାଦେଶ ଆସିଲେ ଆଇନଗତ ବାଧା ଦୂର ହେବ ବୋଲି ଆଶା କରାଯାଉଛି।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…