ଅଧ୍ୟାଦେଶ ଜରିଆରେ ଆସିବ ଆପାର୍ଟମେଣ୍ଟ ମାଲିକାନା ନିୟମ, ଫିଟିବ ଆପାର୍ଟମେଣ୍ଟ ଖର୍ଦ୍ଦିବିକ୍ରୀ ବାଟ

ବର୍ଷେରୁ ଅଧିକ ସମୟ ହେବ ଆପାର୍ଟମେଣ୍ଟ କିଣାବିକା ହୋଇ ପାରୁ ନାହିଁ। ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି, ଦଲିଲ ଠିକ୍‌ ସମୟରେ ପଞ୍ଜିକୃତ ହୋଇ ପାରୁନଥିବାରୁ ରାଜ୍ୟ ସରକାରଙ୍କର ବହୁ ରାଜସ୍ୱ ହାନି ହେଉଛି। ଏହାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଅଣଯାଉଛି।

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଆପାର୍ଟମେଣ୍ଟ ଖରିଦ୍‌ ଓ ବିକ୍ରୀ ପାଇଁ ଫିଟିଲା ବାଟ। ରାଜ୍ୟ ସରକାର, ଓଡ଼ିଶା ଆପାର୍ଟମେଣ୍ଟ(ମାଲିକ ଓ ପରିଚାଳନା) ଅଧ୍ୟାଦେଶ ୨୦୨୩ ଆଣିଛନ୍ତି। ଏହାକୁ କ୍ୟାବିନେଟ୍‌ ମଂଜୁରୀ ମିଳିଛି। ବର୍ଷେରୁ ଅଧିକ ସମୟ ହେବ ଆପାର୍ଟମେଣ୍ଟ କିଣାବିକା ହୋଇ ପାରୁ ନାହିଁ। ଆପାର୍ଟମେଣ୍ଟଗୁଡ଼ିକର ବିକ୍ରି, ଦଲିଲ ଠିକ୍‌ ସମୟରେ ପଞ୍ଜିକୃତ ହୋଇ ପାରୁନଥିବାରୁ ରାଜ୍ୟ ସରକାରଙ୍କର ବହୁ ରାଜସ୍ୱ ହାନି ହେଉଛି। ଏହାକୁ ଦୃଷ୍ଟିରେ ରଖି ଅଧ୍ୟାଦେଶ ଅଣଯାଉଛି।

ରିଅଲ ଇଷ୍ଟେଟ୍‌ (ନିୟମାବଳୀ ଏବଂ ବିକାଶ) ଆଇନ-୨୦୧୬ ଓ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମରେ ବିରୋଧଭାସ ରହିଛି। ତେଣୁ ଆପାର୍ଟମେଣ୍ଟ ମାଲିକାନା ନିୟମକୁ ବିରୋଧ କରି ହାଇକୋର୍ଟରେ ଏକାଧିକ ମାମଲା ରହିଛି। ରାଜ୍ୟରେ ନୂଆ “ଆପାର୍ଟମେଣ୍ଟ ଓନରସିପ ଆକ୍ଟ” ନ ଆସିବା ପର୍ଯ୍ୟନ୍ତ ଆପାର୍ଟମେଂଟ ବିକ୍ରୀ ଖର୍ଦ୍ଦି ହୋଇ ପାରିବ ନାହିଁ ବୋଲି ହାଇକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। ଏବେ ନୂଆ ଅଧ୍ୟାଦେଶ ଆସିଲେ ଆଇନଗତ ବାଧା ଦୂର ହେବ ବୋଲି ଆଶା କରାଯାଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.