ରାଜ୍ୟ

ଅରିନ୍ଦମ ଛାଡି ଯାଇ୍‌ଥିବା ଦାୟିତ୍ୱ ଆମେ ସମ୍ଭାଳି ପାରିବୁ, ଦୟାକରି ସୋସିଆଲ ମିଡିଆରେ ଅପପ୍ରଚାର ବନ୍ଦ କରନ୍ତୁ

ଭୁବନେଶ୍ୱର(କେ ନ୍ୟୁଜ):  କାହାର ଦୁଃଖଦ ସମୟରେ ଥଟ୍ଟା ପରିହାସ କରନ୍ତୁ ନାହିଁ । ସୋସିଆଲ ମିଡିଆରେ ସ୍ୱର୍ଗତ ସାମ୍ବାଦିକ ଅରିନ୍ଦମ ଦାସଙ୍କ ପରିବାରକୁ ନେଇ ପ୍ରସାରିତ ମିଥ୍ୟା ଖବରରେ ଉଦବେଗ ପ୍ରକାଶ କରିଛନ୍ତି ତାଙ୍କ ଭଉଣୀ ଝରଣା ଦାସ । ଟ୍ଵିଟ୍‌ କରି କହିଛନ୍ତି, ଅରିନ୍ଦମଙ୍କ ପରିବାର ଆର୍ଥିକ ସାହାଯ୍ୟ ଆବଶ୍ୟକ କରୁଥିବା ନେଇ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ। ପରିବାର ଭାବେ ଆମେ ଅରିନ୍ଦମ ଛାଡି ଯାଇ୍‌ଥିବା ଦାୟିତ୍ୱ ସମ୍ଭାଳି ପାରିବୁ ।

ଯାହାଦ୍ୱାରା ଅରିନ୍ଦମଙ୍କ ପତ୍ନୀ ଓ ପୁଅ ସମ୍ମାନଜନକ ଭାବେ ଏକ ଭଲ ଜୀବନ ବିତାଇ ପାରିବେ। ଅରିନ୍ଦମଙ୍କ ଅକାଳ ମୃତ୍ୟୁକୁ ନେଇ ଯେଉଁମାନେ ନିଜ ପ୍ରତି ଧ୍ୟାନ ଆକର୍ଷଣ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ଦୟା କରି ମାନବିକତା ଦୃଷ୍ଟିରୁ ଏପରି କରନ୍ତୁ ନାହିଁ। ଭଗବାନଙ୍କ ପାଇଁ ମିଥ୍ୟା ଭିଡିଓ ପ୍ରସାର କରନ୍ତୁ ନାହିଁ ବୋଲି ଅନୁରୋଧ କରିଛନ୍ତି ଅରିନ୍ଦମଙ୍କ ଭଉଣୀ ଝରଣା ଦାସ ।

KNews Bureau

Recent Posts

ଚଳଚଞ୍ଚଳ ରଥ ଖଳା, ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ

ପୁରୀ(କେନ୍ୟୁଜ୍‌): ଦ୍ରୁତ ଗତିରେ ଆଗେଇ ଚାଲିଛି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ । ଚଳଚଞ୍ଚଳ ରଥ ଖଳା l ତିନି…

3 mins ago

ବାଟ ଛାଡ ଆମ ସାର୍‌ ଆସୁଛନ୍ତି, ଡିଜେ ବଜାଇ ନାଚି ନାଚି ସାରଙ୍କୁ ଘରେ ଛାଡି ଆସିଲେ ଛାତ୍ର

ସୁବର୍ଣ୍ଣପୁର (କେନ୍ୟୁଜ) : ବାଜୁଛି ଡିଜେ ଆଉ ଡିଜେର ତାଳେ ତାଳେ ନୃତ୍ୟ କରୁଛନ୍ତି ଯୁବକମାନେ । ସେପଟେ ସୁସଜ୍ଜିତ…

3 mins ago

ରାଜ୍ୟରେ ଦିନ ୩ଟା ସୁଦ୍ଧା ରାଜ୍ୟରେ ହାରାହାରି ୪୯.୭୭% ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଶାନ୍ତିଶୃଙ୍ଖଳାର ସହ ଚାଲିଛି ଭୋଟଗ୍ରହଣ । ଦିନ ୩ଟା…

25 mins ago

ଇଂଲଣ୍ଡ ଟିମକୁ ଝଟକା, ୩୦୩ ମ୍ୟାଚରେ ବେଟିଂ ଅଭିଯୋଗରେ ବ୍ୟାନ୍‌ ହେଲେ ଷ୍ଟାର କ୍ରିକେଟର

ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଇଂଲଣ୍ଡ ଟିମକୁ ଶକ୍ତ ଝଟକା ଲାଗିଛି । ବେଟିଂ କରିବା ଅଭିଯୋଗର ଟିମର ଷ୍ଟାର…

43 mins ago

କନ୍ୟାକୁମାରୀରେ ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ମୋଦି, ସକାଳେ ପ୍ରଦାନ କରିଥିଲେ ସୂର୍ଯ୍ୟ ଅର୍ଘ୍ୟ

ଧ୍ୟାନରୁ ଉଠିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କନ୍ୟାକୁମାରୀର ବିବେକାନନ୍ଦ ପଥର ସ୍ମାରକୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସାଧନାର ଆଜି ଥିଲା…

46 mins ago

ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକରେ ମେଧାବୀ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲେ ଶିକ୍ଷୟତ୍ରୀ

ମହାନତା ଦେଖାଇଲେ ଶିକ୍ଷୟତ୍ରୀ । ସ୍ୱାମୀଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ମେଧାବୀ ଛାତ୍ର ଛାତ୍ରୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ…

1 hour ago