ରାଜ୍ୟ

ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି ଜଗତସିଂହପୁର ଜିଲ୍ଲାର କଳାକାର

ଜଗତସିଂହପୁର(କେନ୍ୟୁଜ):ରାଜ୍ୟ ପାଇଁ ସୁନାମ ଆଣିଲେ ଜଗତସିଂହପୁର ଜିଲ୍ଲାର ପୁଅ ଓ ଝିଅ କଳାକାର । ଜଗତସିଂହପୁର ଜିଲ୍ଲାର କଳାକାର ମାନେ ଦିଲ୍ଲୀରେ ସାଧାରଣତନ୍ତ୍ର ଦିବସ ପ୍ୟାରେଡ଼ରେ ରାଜ୍ୟର ସୁନାମ ଆଣି ହୋଇଥିଲେ ପ୍ରଥମ । ରାଜ୍ୟ ପ୍ରଜ୍ଞାପନ ମେଢ ତଥା ସମ୍ବଲପୁରୀରେ ଚିତାକର୍ଷକ ନୃତ୍ୟ କରି ଦେଶରେ ଓଡିଶା ଅଧିକାର କରିଥିଲା ପ୍ରଥମ ସ୍ଥାନ ।

ସେଥିରେ ଯେଉଁମାନେ ଅଂଶଗ୍ରହଣ କରି ଏହି ସୁନାମ ଆଣିଥିଲେ ସେମାନେହେଲେ ଜଗତସିଂହପୁର ଜ଼ିଲ୍ଲା ଧରତଙ୍ଗଗଡର ମଧୁମିତା ମ୍ୟୁଜିକାଲ ଇନିଷ୍ଟିଚୁଟ ର କଳାକାର ମାନେ । ସେମାଙ୍କର ନୃତ୍ୟ ଗୁରୁ ମଧୁସ୍ମିତା ରାୟ ଛାତ୍ରଛାତ୍ରୀଙ୍କ ସମେତ ଜଗତସିଂହପୁରରୁ ୫ ଜଣ ଓ ଓଡିଶାରୁ ମୋଟ ୧୫ ଜଣ ଭାଗ ନେଇଥିଲେ ।

ସେମାନଙ୍କୁ କୋଓଡିନେଟର ଭାବେ ଜୀବନ କୁମାର ରାୟ ସେଠାକୁ ନେଇଥିଲେ ଓ ସେଠାରେ ସେମାନେ କୋରିୟଗ୍ରାଫର ଦେବେନ୍ଦ୍ର ସେଲରଙ୍କ ନିର୍ଦେଶନାରେ ନୃତ୍ୟ ପରିବେଷଣ କରିଥିଲେ । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରରୁ ତିନି ଜଣ ମଧୁସ୍ମିତା ,ଜୀବନ ଓ ସ୍ୱାଧୀନ ଯାଇ ଜଗତସିଂହପୁର ଜ଼ିଲ୍ଲାର ସୁନାମକୁ ଆଗକୁ ନେଇଛନ୍ତି ।ଏହି ତିନି ଜଣ ଗୋପାଳପୁର ଧରତଙ୍ଗଗଡ ଗ୍ରାମର ବସନ୍ତ କୁମାର ରାୟ ଓ ପ୍ରତିଭା ରାଣୀ ରାୟଙ୍କ ପୁଅ, ଝିଅ ଓ ନାତୁଣୀ । ବାପା ଅବସରପ୍ରାପ୍ତ ସରକାରୀ କର୍ମଚାରୀ । ସେ ବି ଜଣେ ଭଲ ବେହେଲା ବାଦକ। ମା ଜଣେ ସୁସାହିତ୍ୟିକ ଓ କବି । ତେଣୁ ସେମାନଙ୍କ ସନ୍ତାନ ହିସାବରେ କଳା ଜଗତକୁ ସମୃଦ୍ଧ କରିବା ସହ ଜ଼ିଲ୍ଲା ଓ ରାଜ୍ୟର ଗୌରବ ବଢାଇ ଏମାନେ ବହୁତ ଖୁସି ।

ପିତା ବସନ୍ତ ବାବୁ କଳାଜଗତକୁ ପିଲାମାନଙକୁ ଛାଡ଼ି ଆଜି ନିଜକୁ ଗୌରବାନ୍ୱିତ ମନେକରୁଛନ୍ତି। ପିଲାମାନେ ମଧ୍ୟଭାଗନେଇ ନିଜକୁ ଗୌରବାନ୍ୱିତ କରିଛନ୍ତି । ଜଗତସିଂହପୁରର ପଲ୍ଲୀ ରୁ ଦିଲ୍ଲୀ କୁ ଯାଇ ଏହି ସଫଳତା ପାଇବା ସେମାନଙ୍କ ପାଇଁ ବେଶ ଉତ୍ସାହିତ କରିଛି । ପିଲାମାନେ ପିତାଙ୍କ ଆଦର୍ଶକୁ ଅନୁପ୍ରାଣିତ କରି କଳାଜଗତରେ ବେଶ ସୁନାମ ଆଣିବେ ବୋଲି ସେ କହିଛନ୍ତି ।

ଜଗତସିଂହପୁର ହେଉଛି କଳାର ମାଟି । ଏଠାକାର ପିଲାମାନେ କଳାର ବିକାଶ କରି ଜ଼ିଲ୍ଲା,ରାଜ୍ୟ ଓ ଦେଶକୁ ଗୌରବାନ୍ୱିତ କରିଛନ୍ତି । ଏହି ଜ଼ିଲ୍ଲାକୁ ଆହୁରି ଆଗକୁ ନେବା ସହିତ କଳାକ୍ଷେତ୍ରରେ ଆହୁରି ସୁନାମ ଆଣିବେ ବୋଲି ଆଶା ରଖିଛନ୍ତି ଜଗତସିଂହପୁର ବାସୀ ।

 

Sonalisa

Recent Posts

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତ :ସସ୍ମିତ

ଭୁବନେଶ୍ୱର  : ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଇଛନ୍ତି କାର୍ତ୍ତିକ ପାଣ୍ଡିଆନ । ପାଣ୍ଡିଆନଙ୍କ ଦିଲ୍ଲୀ ଗସ୍ତକୁ…

54 mins ago

ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ ରଗ୍‍ବୀ ୭-ଏସ୍‍ ଚାମ୍ପିୟନ୍‍ସିପରେ କିଟ୍‍ ବିଶ୍ୱବିଦ୍ୟାଳୟର ୩ଜଣ ଖେଳାଳି

ଫ୍ରାନ୍‍ସର ଏକ୍‍ସ ଏନ୍‍ ରାଜ୍ୟରେ ଜୁନ୍‍ ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଫିସୁ ବିଶ୍ୱ ବିଶ୍ୱବିଦ୍ୟାଳୟ…

3 hours ago

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି, କେନ୍ଦ୍ର କ୍ୟାବିନେଟରେ ଓଡ଼ିଶାର କେତେଜଣ ନେଇ ଚର୍ଚ୍ଚା

ଆସନ୍ତା ୯ ତାରିଖରେ ଶପଥ ନେବେ ନରେନ୍ଦ୍ର ମୋଦି । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ…

4 hours ago

ନବୀନ ଆମ ପୁଅ ଠୁ ଅଧିକ ଥିଲେ, ଏକଥା କହି କାନ୍ଦୁଛନ୍ତି ମାଆ ମାନେ

ଆଖିରେ ଲୁହର ଧାର । ନବୀନଙ୍କ ଫଟୋ ଆଗରେ କାନ୍ଦୁଛନ୍ତି ଜଣେ ମା । କହୁଥିଲେ…ପୁଅ ଥିଲା ଆମର ।…

4 hours ago

ସାବିତ୍ରୀ ବ୍ରତରେ ପୂଜା ପାଇଥାଆନ୍ତେ ତା ପୂର୍ବରୁ ଉଠିଲା କୋକେଇ

ସାବିତ୍ରୀ ବ୍ରତରେ ସତ୍ୟବାନ୍‌ ହୋଇ ପୂଜା ପାଇ ଥାଆନ୍ତେ । ତା ପୂର୍ବରୁ ଘଟିଗଲା ଏପରି କିଛି । ମୃତକଙ୍କ…

4 hours ago

ପ୍ରଜ୍ୱଳ ରେବନ୍ନାଙ୍କୁ ଝଟକା, ୧୦ ଜୁନ୍‌ ପର୍ଯ୍ୟନ୍ତ ଜେଲରେ ରହିବେ

କର୍ଣ୍ଣାଟକ ଜେଡିଏସର ପୂର୍ବତନ ସାଂସଦ ପ୍ରଜ୍ବଳ ରେବନ୍ନାଙ୍କ ହେପାଜତ ଅବଧି ବୃଦ୍ଧି । କୋର୍ଟ ପ୍ରଜ୍ୱଳଙ୍କ ହେପାଜତକୁ ୧୦ ଜୁନ୍‌…

5 hours ago