ଭୁବନେଶ୍ୱର (କେ ନ୍ୟୁଜ୍) : ଘଟଣାଟି ଜାଣିଲେ ଆପଣଙ୍କର ବି ହୃଦୟରେ ଆଘାତ ଲାଗି। ଦୁଃଖରେ ଭରିଯିବ ଆପଣଙ୍କ ମନ । ତିନି ବର୍ଷର ପିଲାଟିଏ ଖେଳୁ ଖେଳୁ ଗରମ କ୍ଷୀର କଡ଼େଇରେ ପଡ଼ିଗଲା । ତା ଦେହର ପ୍ରାୟ ୭୦ ଭାଗ ପୋଡ଼ି ଯାଇଥିଲା । ଆଉ ବଞ୍ଚି ପାରିଲାନି । ଦେହରେ ପୋଡ଼ା କଷ୍ଟ ସହି ସହି ତିନି ଦିନ ପରେ ଶେଷରେ ଆଜି ଆଖି ବୁଜି ଦେଇଛି । ଦେହର ୭୦ ଭାଗ ପୋଡ଼ି ଯାଇଥିଲା ।
ଅନାମିକା ଓ ମଦନ ବାରିକ । ଘର ପଶ୍ଚିମବଙ୍ଗ ରାଇପୁରରେ । ମଦନଙ୍କର ମିଠା ଦୋକାନ ଅଛି । ସେ ଦୈନିକ କ୍ଷୀରରୁ ଛେନା କରି ମିଠା ତିଆରି କରନ୍ତି । ଗତ ୨୬ ତାରିଖ ଦିନ ବଡ଼ କଡ଼େଇରେ କ୍ଷୀର ସିଝୁଥିବା ବେଳେ ତିନି ବର୍ଷର ପୁଅ ଅଭ୍ରଦୀପ ଖେଳୁ ଥିବା ବେଳେ ଅସାବଧାନତାରୁ ଗରମ କ୍ଷୀର କଡ଼େଇରେ ପଡ଼ି ଯାଇଥିଲା । ଘର ଲୋକେ ତତଲା କ୍ଷୀରରୁ ଛୋଟ ଛୁଆଟିକୁ ବାହାର କରିବାକୁ ଟିକେ ସମୟ ଲାଗିଥିଲା ।
ତାକୁ ଉଦ୍ଧାର କରି ପ୍ରଥମେ ମେଦିନପୁର ମେଡିକାଲ ନେଇଥିଲେ। ସେଠାରୁ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ତେବେ ଜୀବନ ସଂଗ୍ରାମରେ ଶେଷରେ ହାରିଗଲା କୁନି ପିଲାଟି । କିନ୍ତୁ କୋଭିଡ୍ କାରଣ ପାଇଁ ତାର ପରିବାର ଲୋକଙ୍କୁ ଆଉ ଗୋଟିଏ ଦିନ ରହିବାକୁ ପଡ଼ିଥିଲା । କାରଣ ସେମାନେ ଆସିଥିଲେ ପଶ୍ଚିମବଙ୍ଗରୁ । ପରେ ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ଦୁଇ ଦିନ ଧରି ନିଜ ପୁଅର କଷ୍ଟ ଯନ୍ତ୍ରଣାକୁ ଦେଖିଲେ ଆଉ ଦୁଇ ଦିନ ଯାଏ ଆଖିରେ ଦେଖିଲେ ତାର ମୃତ ଶରୀର । ୟା ଭିତରେ ଆଖିର ଲୁହ ଶୁଖିଗଲା । ହେଲେ ଛାତି ଭିତରେ ରହିଗଲା ଯନ୍ତ୍ରଣା ।
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…
ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…
ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…