Below header

ଅତି ଦୁଃଖଦ ଘଟଣା, ଗରମ କ୍ଷୀର କଡ଼େଇରେ ପଡ଼ି ପ୍ରାଣ ହରାଇଲା ୩ ବର୍ଷର ଅଭ୍ରଦୀପ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଘଟଣାଟି ଜାଣିଲେ ଆପଣଙ୍କର ବି ହୃଦୟରେ ଆଘାତ ଲାଗି। ଦୁଃଖରେ ଭରିଯିବ ଆପଣଙ୍କ ମନ । ତିନି ବର୍ଷର ପିଲାଟିଏ ଖେଳୁ ଖେଳୁ ଗରମ କ୍ଷୀର କଡ଼େଇରେ ପଡ଼ିଗଲା । ତା ଦେହର ପ୍ରାୟ ୭୦ ଭାଗ ପୋଡ଼ି ଯାଇଥିଲା । ଆଉ ବଞ୍ଚି ପାରିଲାନି । ଦେହରେ ପୋଡ଼ା କଷ୍ଟ ସହି ସହି ତିନି ଦିନ ପରେ ଶେଷରେ ଆଜି ଆଖି ବୁଜି ଦେଇଛି । ଦେହର ୭୦ ଭାଗ ପୋଡ଼ି ଯାଇଥିଲା ।
ଅନାମିକା ଓ ମଦନ ବାରିକ । ଘର ପଶ୍ଚିମବଙ୍ଗ ରାଇପୁରରେ । ମଦନଙ୍କର ମିଠା ଦୋକାନ ଅଛି । ସେ ଦୈନିକ କ୍ଷୀରରୁ ଛେନା କରି ମିଠା ତିଆରି କରନ୍ତି । ଗତ ୨୬ ତାରିଖ ଦିନ ବଡ଼ କଡ଼େଇରେ କ୍ଷୀର ସିଝୁଥିବା ବେଳେ ତିନି ବର୍ଷର ପୁଅ ଅଭ୍ରଦୀପ ଖେଳୁ ଥିବା ବେଳେ ଅସାବଧାନତାରୁ ଗରମ କ୍ଷୀର କଡ଼େଇରେ ପଡ଼ି ଯାଇଥିଲା । ଘର ଲୋକେ ତତଲା କ୍ଷୀରରୁ ଛୋଟ ଛୁଆଟିକୁ ବାହାର କରିବାକୁ ଟିକେ ସମୟ ଲାଗିଥିଲା ।

BABY-1

ତାକୁ ଉଦ୍ଧାର କରି ପ୍ରଥମେ ମେଦିନପୁର ମେଡିକାଲ ନେଇଥିଲେ। ସେଠାରୁ ଅବସ୍ଥା ଅଧିକ ଗୁରୁତର ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ଆଣିଥିଲେ । ତେବେ ଜୀବନ ସଂଗ୍ରାମରେ ଶେଷରେ ହାରିଗଲା କୁନି ପିଲାଟି । କିନ୍ତୁ କୋଭିଡ୍ କାରଣ ପାଇଁ ତାର ପରିବାର ଲୋକଙ୍କୁ ଆଉ ଗୋଟିଏ ଦିନ ରହିବାକୁ ପଡ଼ିଥିଲା । କାରଣ ସେମାନେ ଆସିଥିଲେ ପଶ୍ଚିମବଙ୍ଗରୁ । ପରେ ପୋଲିସ୍ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା ।
ଦୁଇ ଦିନ ଧରି ନିଜ ପୁଅର କଷ୍ଟ ଯନ୍ତ୍ରଣାକୁ ଦେଖିଲେ ଆଉ ଦୁଇ ଦିନ ଯାଏ ଆଖିରେ ଦେଖିଲେ ତାର ମୃତ ଶରୀର । ୟା ଭିତରେ ଆଖିର ଲୁହ ଶୁଖିଗଲା । ହେଲେ ଛାତି ଭିତରେ ରହିଗଲା ଯନ୍ତ୍ରଣା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.