Below header

ଘରୋଇ ବସ ମାଲିକ ସଂଘର ଦାବିକୁ ମାନି ନେଲେ ରାଜ୍ୟ ସରକାର, ୩ମାସ ପାଇଁ ଛାଡ କଲେ ରୋଡ ଟ୍ୟାକ୍ସ

କେନ୍ୟୁଜ୍ (ବ୍ୟୁରୋ): ଏପ୍ରିଲ,ମେ,ଜୁନ ମାସର ରୋଡ ଟ୍ୟାକ୍ସ ଛାଡ କଲା  ରାଜ୍ୟ ପରିବହନ ବିଭାଗ। ଲକଡାଉନ ପାଇଁ ଗାଡି ମାଲିକ ଟ୍ୟାକ୍ସ ଛାଡ ପାଇଁ ଦାବି କରିଥିଲେ, ବସ ଓ ଅନ୍ୟ ଯାତ୍ରୀ ବାହୀ ଯାନ ପାଇଁ ଛାଡ ହେଲା  ୩ ମାସର ରୋଡ ଟ୍ୟାକ୍ସ। ଏସମ୍ବନ୍ଧରେ ପରିବହନ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପୂର୍ବରୁ ୨୪ ତାରିଖରୁ ରାଜ୍ୟର କିଛି ଅଞ୍ଚଳରେ ବସ ଚଳାଚଳ ଆରମ୍ଭ ହୋଇଛି। ତେବେ ରୋଡ ଟ୍ୟାକ୍ସ ଛାଡ ପାଇଁ ବସ  ମାଲିକ ସଂଘ ଦାବି କରିଥିଲା ।ଗତ ମାର୍ଚ୍ଚ ୨୨ରୁ ରାଜ୍ୟରେ ବସ ଚଳାଚଳ ବନ୍ଦ ହୋଇଥିଲା। କିନ୍ତୁ ସରକାରଙ୍କ ଅନୁରୋଧ କ୍ରମେ କେବଳ କଣ୍ଟେନମେଣ୍ଟ ଅଞ୍ଚଳ ଛାଡି ଅନ୍ୟ ସ୍ଥାନ ମାନଙ୍କରେ ବସ ଚଳାଚଳକୁ ଅନୁମତି ଦିଆଯାଇଥିଲା। କିନ୍ତୁ ଘରୋଇ ବସ ମାଲିକ ସଂଘ ରୋଡ ଟ୍ୟାକ୍ସ ଛାଡ କରିବା  ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.