ସୁନ୍ଦର ଦେଖାଯିବା ପାଇଁ ଏହି ଜନଜାତିର ମହିଳା କରିଥାନ୍ତି ଅଜବ ଅଜବ କାମ , ଫଟୋ ଦେଖିଲେ ତାଜୁବ ହୋଇଯିବେ ଆପଣ

ସାଧାରଣତଃ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚାଁହାନ୍ତି । ଲୋକମାନେ ସେମାନଙ୍କର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି । କେବଳ ଏତିକି ନୁହେଁ, ଅନେକ ଲୋକ ଚେହେରାକୁ ଆକର୍ଷଣୀୟ କରିବା ପାଇଁ କସମେଟିକ୍ ସର୍ଜରୀ ମଧ୍ୟ କରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ନିର୍ଦ୍ଦିଷ୍ଟ ଜନଜାତିର ଝିଅମାନଙ୍କ ବିଷୟରେ କହିବୁ, ଯେଉଁମାନଙ୍କର ସୌନ୍ଦର୍ଯ୍ୟତା ମାନବ ଜଗତଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

सूरी जनजाति

ଇଥିଓପିଆର ସୁରି ଜନଜାତିମାନେ ବହୁତ ପ୍ରଶସ୍ତ ଓଠକୁ ସୌନ୍ଦର୍ଯ୍ୟର ସଙ୍କେତ ଭାବରେ ବିବେଚନା କରନ୍ତି । ଏପରି ପରିସ୍ଥିତିରେ, ଯେତେବେଳେ ଏହି ସମ୍ପ୍ରଦାୟର ଝିଅମାନେ ବଡ଼ ହୁଅନ୍ତି ସେତେବେଳେ ସେମାନଙ୍କ ପାଟିରୁ ତଳ ଦୁଇଟି ଦାନ୍ତକୁ ବାହାର କରାଯାଇଥାଏ । ଏହା ପରେ, ପ୍ରାୟ 16 ଇଞ୍ଚ ଚଉଡା କାଠ କିମ୍ବା ମାଟି ତଳ ଓଠରେ ଲଗାଇ ଦିଆଯାଇଥାଏ । ଝିଅର ପାଟିରେ ଯେତେବଡ଼ ଟୁକୁଡା ଲଗାଯାଏ ସେ ଝିଅଟି ସେତେ ସୁନ୍ଦର ବୋଲି କୁହାଯାଏ ।

ଯଦିଓ ଆପଣ ଏହା ଶୁଣି ଟିକେ ଅଜବ ମନେ କରିପାରନ୍ତି, କିନ୍ତୁ ଇଥିଓପିଆର ସୁରି ଜନଜାତିର ସୌନ୍ଦର୍ଯ୍ୟର ସଙ୍କେତ ହେଉଛି ବହୁତ ବଡ଼ ଓଠ । ସୁରୀ ଜନଜାତିର ଏହି ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲିଆସୁଛି ।

सूरी जनजाति

ଲିପ୍ ପ୍ଲେଟର ମହତ୍ତ୍ୱ

ଏଠାରେ ଝିଅର ଓଠରେ ଲଗାଯାଇଥିବା ପ୍ଲେଟର ଆକାର ଯେତେ ବଡ ହୋଇଥାଏ ତା’ର ବାପାଙ୍କୁ ଯୌତୁକରେ ସେତେ ଗାଈ ମିଳିଥାଏ । ସୁରି ଜନଜାତିଙ୍କ ପରମ୍ପରା ଅନୁଯାୟୀ, ବିବାହ ସମୟରେ ଝିଅର ଲିପ ଡିସ୍କ ଆକାର ବଡ଼ ହେବା ଦ୍ୱାରା ଯୌତୁକ ଅଧିକ ମିଳିବାର ସମ୍ଭାବନା ରହିଥାଏ । ଏକ ଛୋଟ ପ୍ଲେଟ୍ ଥିବା ଝିଅର ବାପା ଯୌତୁକରେ 40 ଟି ଗାଈ ଦାବି କରୁଥିବା ବେଳେ ବଡ ପ୍ଲେଟ ଥିବା ଝିଅର ବାପା ଯୌତୁକରେ 60ଟି ଗାଈ ଦାବି କରିଥାନ୍ତି ।

ସୁରୀ କିଏ ? 

ସୁରି ଏକ ଛୋଟ ଜନଜାତି ଯେଉଁମାନେ ଇଥିଓପିଆର ଦକ୍ଷିଣ-ପଶ୍ଚିମ ଭାଗରେ ବାସ କରନ୍ତି । ଏହି ଜନଜାତି ସୁରମା ନାମରେ ମଧ୍ୟ ଜଣାଶୁଣା । ଏହି ଜନଜାତିର ମୁଖ୍ୟ କାମ ହେଉଛି ପଶୁ ଚରାଇବା । ସୁରୀ ଲୋକମାନେ ନିଲୋ-ସାହାରାନ ଭାଷା କୁହନ୍ତି ଏବଂ ଏମାନେ ଇଥିଓପିଆର ମୁର୍ସି ଓ ମେନ୍ ଜନଜାତି ସହିତ ମଧ୍ୟ ଜଡିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.