ଆଶ୍ଚର୍ଯ୍ୟ ! କେରଳରେ ଏକ କୁକୁଡା ଦେଲା ସବୁଜ କେସର ବାଲା ଅଣ୍ଡା, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ହାଲୁକା ହଳଦିଆ ଠାରୁ ନେଇ ଅରେଞ୍ଜ ରଙ୍ଗ ପଯ୍ୟର୍ନ୍ତ କୁକୁଡା ଅଣ୍ଡା କେସରର ରଙ୍ଗ ଅଲଗା ଅଲଗା ହୋଇଥାଏ। ଏହା ଠାରୁ କେବେବି ଅଲଗା ହୋଇପାରେ ନା। କିନ୍ତୁ କିଛି ସମୟ ପୂର୍ବରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯେଉଁଠି କେରଳର ଏକ ଫାର୍ମରେ କୁକୁଡାଟେ ସବୁଜ କେସର ବାଲା ଅଣ୍ଡା ଦେଇଛି। ଏହାଠାରୁ ବି ଆହୁରି ଅଜବ କଥା ହେଉଛି ଏହି ଫାର୍ମ ମାଲିକ ଦାବି କରିଛନ୍ତି ଯେ ଏହାର ସ୍ୱାଦ ଅନ୍ୟ ଅଣ୍ଡା ଭଳି ଅଟେ।

eggଏହି ଖବର ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ମାସେ ପୂର୍ବରୁ ଜଣେ ବ୍ୟକ୍ତି ନିଜ ଫେସବୁକରେ ଏହି ଅଣ୍ଡାର କିଛି ଫଟୋ ଏବଂ ଭିଡିଓ ସେୟାର କଲେ। ବ୍ୟକ୍ତି ଜଣଙ୍କ ଏହି ସବୁଜ କେସର ବାଲା ଅଣ୍ଡାକୁ ଖାଉଥିବା ମଧ୍ୟ ଭିଡିଓରେ ଦେଖାଯାଉଛି।

video courtesy : shihabudheen ak

ବୈଜ୍ଞାନିକଙ୍କ ଅନୁଯାୟୀ କୁକୁଡାଙ୍କ ଉପରେ କରାଯାଇଥିବା ଷ୍ଟଡିରେ ସାମ୍ନାକୁ ଆସିଛି ଯେ କୁକୁଡାଙ୍କୁ ଯେଉଁ ଜିନିଷ ଖାଇବାକୁ ଦିଆଯାଏ ତାହା ଉପୋର ତାଙ୍କ କେସର ଆଧାରିତ ହୋଇଥାଏ। ଏହାପରେ ଫାର୍ମ ମାଲିକ ଜଣାଇଥିଲେ ଯେ କୁକୁଡାଙ୍କୁ ଖାଦ୍ୟରେ ସେ ପ୍ଲାଣ୍ଟସ ଏବଂ ହବର୍ସ ଦେଉଥିଲେ। ଏହି କାରଣରୁ କୁକୁଡାର ଅଣ୍ଡାର ରଙ୍ଗ ବଦଳି ଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.