ଘରେ ଏମିତି ବନାନ୍ତୁ କଞ୍ଚା ଆମ୍ବ ଆଚାର, ପାଟିରୁ ଛାଡିବନି ସ୍ୱାଦ

ଗରମ ଦିନରେ ଆମ୍ବକୁ ଫଳ ମାନଙ୍କ ଭିତରେ ରାଜା ବୋଲି କୁହାଯାଏ। ଆମ୍ବକୁ ବହୁତ ପସନ୍ଦ କରନ୍ତି ଲୋକମାନେ। ଲୋକମାନେ ଆମ୍ବର କୌଣସି ବ୍ୟଞ୍ଜନକୁ ବି ପସନ୍ଦ କରନ୍ତି। ଗରମରେ ଲୋକମାନେ ଆମ୍ବର ଭରପୂର ମଜା ନିଅନ୍ତି। କିନ୍ତୁ ଏହି ସମୟରେ ଆମ୍ବର ଆହୁରି ମଜା ଉଠାଇବା ପାଇଁ ଲୋକମାନେ ଆମ୍ବ ଆଚାର ବା କିମ୍ବା ଖଟା କରୁଛନ୍ତି। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏହାର ଆମ୍ବ ଆଚାର ବନାଇବା ପ୍ରସ୍ତୁତି ବିଷୟରେ ଜଣାଇବୁ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ।

ଆବଶ୍ୟକ ସାମଗ୍ରୀ

୧ କପ୍‌ ଆମ୍ବ – ୧ କିଲୋ
ଚିନି – ୫୦୦ ଗ୍ରାମ
ସୁଖିଲା ମସଲା – ଆବଶ୍ୟକ ଅନୁସାରେ
ମେଥି ଦାନା – ତିନି ଚାମଚ
ଜୀରା ପାଉଡର – ୩ ଚାମଚ
ଲୁଣ – ସ୍ୱାଦାନୁସାରେ
କଳା ଲୁଣ – ୧/୪ ଚାମଚ
ରେଡ୍‌ ଚିଲି ପାଉଡର – ୧/୪ ଟେବୁଲ ଚାମଚ
ଗୋଲ ମରୀଚ ପାଉଡର – ୧/୪ ଟେବୁଲ ଚାମଚ
ହେଙ୍ଗୁ – ୧/୪ ଚାମଚ
ହଳଦି – ୧/୪ ଚାମଚ
ସୋରିଷ ତେଲ – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ

-ଏକ ଗରମ ପ୍ୟାନରେ ସୁଖିଲା ମସଲାକୁ ଭାଜି ତାହାକୁ ଗ୍ରାଇଣ୍ଡିଂ କରିଦିଅନ୍ତୁ।
-ଏବେ କଡାରେ ତେଲ ଗରମ କରନ୍ତୁ, ସେଥିରେ ମେଥି ଦାନା, ହେଙ୍ଗୁ ଏବଂ ହଳଦି ପାଉଡର ପକାଇ ଧୀମା ଆଞ୍ଚରେ ୧୫ ସେକେଣ୍ଡ ପଯ୍ୟର୍ନ୍ତ ଭାଜନ୍ତୁ।
-ଏହାପରେ ଛୋଟ ସାଇଜରେ କାଟି ରଖିଥିବା କଞ୍ଚା ଆମ୍ବକୁ ପକାଇ ଧିମା ଆଞ୍ଚରେ ରାନ୍ଧନ୍ତୁ।
-ଏହାପରେ ଏକ ଅଲଗା ପାତ୍ରରେ ପାଣି ଏବଂ ଚିନି ପକାଇ ଘୋଳ ବନାନ୍ତୁ।
-ଯେତେବେଳେ ଆମ୍ବ ନରମ ହୋଇଯିବ ସେଥିରେ ସୁଖିଲା ମସଲା ପକାଇ ଦିଅନ୍ତୁ।
-ମସଲା ପକାଇ ୫ –୧୦ ମିନିଟ ପଯ୍ୟର୍ନ୍ତ ଭାଜନ୍ତୁ, ଏହାପରେ ରଖିଥିବା ଚିନିର ଘୋଳକୁ ସେଥିରେ ପକାନ୍ତୁ।
-ଏବେ ଏହି ସବୁକୁ ମିଶାଇ ରାନ୍ଧନ୍ତୁ। ଏହାର ରଙ୍ଗ ସୁନେଲୀ ହେବା ପଯ୍ୟର୍ନ୍ତ ରଖନ୍ତୁ।
-ଏବେ ଆପଣଙ୍କ ଖଟା ମିଠା ଆମ୍ବ ପ୍ରସ୍ତୁତ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.