ଭୁବନେଶ୍ୱର (କେ ନ୍ୟୁଜ୍) : ଏବେ ଏକ ଅଡିଓ ସାରା ରାଜ୍ୟରେ ଭାଇରଲ୍ ହେଉଛି । ଜଣେ ଯୁବକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ପରେ କୋଭିଡ୍ ହସପିଟାଲ ଯାଇଥିଲେ । ସେଠାରୁ ଫେରିବା ପରେ ନିଜର ଅନୁଭୂତିକୁ ସେ ଜଣେ ସାଙ୍ଗ ସହିତ ବାଣ୍ଟୁଛନ୍ତି । ଫୋନ୍ରେ ହୋଇଥିବା ଏହି କଥାବାର୍ତ୍ତାକୁ ନେଇ ଭାରି ଚର୍ଚ୍ଚା ଚାଲିଛି । ପିଜିଟିଭ୍ରୁ ନେଗେଟିଭ୍ ହୋଇଥିବା ଯୁବକ ଜଣକ କହୁଛନ୍ତି କିଭଳି ଭାବେ ତାଙ୍କୁ ସେଠାରେ ଚିକିତ୍ସା କରାଯାଉଥିଲା । ବିଶେଷ କିଛି ଔଷଧ ଦିଆଯାଉନଥିଲା ଓ ବିନ୍ଦାସ ରହିବାକୁ କୁହାଯାଉଥିଲା । ଯାହାର କିଛି ଲକ୍ଷଣ ନାହିଁ ତାକୁ ଖାଲି ଭିଟାମିନ୍ ଔଷଧ ଦିଆଯାଉଛି । ଏଭଳି ବ୍ୟବହାର କରାଯାଉଛି ଯେମିତି କରୋନା ପଜିଟିଭ୍ର ଅର୍ଥ ହିଁ କିଛି ନାହିଁ ।
ଏହି ଅଡିଓଟି କେତେ ସତ କି ଖାଲି ଡ୍ରାମା ସେକଥା ତ ଜଣାପଡ଼ିନାହିଁ । ତେବେ ସାଧାରଣ ଲୋକଙ୍କ ଭିତରେ ଗୋଟିଏ ସନ୍ଦେହ ସୃଷ୍ଟି ହୋଇଛି । କାରଣ ଅଦୃଶ୍ୟ ଶତ୍ରୁ କରୋନାକୁ ନେଇ ସମସ୍ତଙ୍କ ମନ ଭିତରେ ଅନେକ ବିଭ୍ରାନ୍ତି ରହିଛି । ଯାହାକୁ ଏହି ଭାଇରଲ୍ ଅଡ଼ିଓ ଆହୁରି ଦୃଢ଼ କରିବାରେ ଲାଗିଛି । ଲୋକେ ଯାହା କଥା ହେଉଛନ୍ତି ତାର କେତେକ ପ୍ରତିକ୍ରିୟା ଆମେ ଏଠାରେ ଦେଉଛୁ । ସେ ସବୁ ପଢ଼ିବା ପରେ ଆଲୋଚନା କରିବା ଏଭଳି ଅଡିଓ ଆପଣଙ୍କୁ କରୋନା ଲଢ଼େଇରେ ବାଟବଣା କରୁ ନାହିଁ ତ ?
୧-କରୋନା ବୋଲି କିଛି ନାହିଁ, ଖାଲି ଗୋଟେ ପ୍ରହସନ ଚାଲିଛି ।
୨-କରୋନା ନାଁରେ ଚାଲିଛି ବଡ଼ ରାଜନୀତି ।
୩-ସରକାର ଓ ଡାକ୍ତରଖାନାଗୁଡ଼ିକ କରୋନା ରୋଗୀଙ୍କ ବାବଦରେ ବଡ଼ ଆକାରରେ ଟଙ୍କା ପାଉଛନ୍ତି । ସେଥିଲାଗି ଅଧିକ ପଜିଟିଭ୍ ଦେଖାଉଛନ୍ତି ।
୪-କ୍ୱାରେଣ୍ଟାଇନ୍ ସେଣ୍ଟରକୁ ଜମା ଯାଅନି ସେଠି କରୋନା ହୋଇଯିବ ।
୫-ଯଦି ଏତେ ପଜିଟିଭ୍ ହେଉଛନ୍ତି ତେବେ ଏତେ ସଂଖ୍ୟାରେ ସୁସ୍ଥ କେମିତି ହେଉଛନ୍ତି ।
୬-ସାନିଟାଇଜର୍ରେ କଣ ସତରେ କରୋନା ଭାଇରସ୍ ମରୁଛି ?
୭-ଯଦି ସାମାନ୍ୟ ଜି ଥଣ୍ଡା ଔଷଧରେ କରୋନା ଭଲ ହେଉଛି ତେବେ ସରକାର କାହିଁକି କୋଭିଡ୍ ହସପିଟାଲରେ ଲୋକଙ୍କୁ ରଖୁଛନ୍ତି ?
ହୁଏତ କାହାର ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବା ଯୋଗୁଁ ସେ କରୋନାକୁ ହରାଇ ଦେଇ ପାରେ ହେଲେ ତା ଯୋଗୁଁ ଅନ୍ୟମାନେ ସଂକ୍ରମିତ ହୋଇ ପାରନ୍ତି । ସେହି ବ୍ୟକ୍ତି ନିଜ ପରିବାରର ଶିଶୁଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ୟ୍ୟନ୍ତ ସମସ୍ତଙ୍କୁ ସଂକ୍ରମିତ କରି ପାରନ୍ତି । ଯାହା କେତେକ ଜାଗାରେ ଘଟି ଚାଲିଛି । ଆମର କଣ ବୁଦ୍ଧିବୃତ୍ତି ନାହିଁ ଯେ ଗୋଟିଏ ଅଡ଼ିଓକୁ ଶୁଣି କରୋନା ପାଇଁ ନେଉଥିବା ସତର୍କତାକୁ ଭୁଲିଯିବା ? ଗଞ୍ଜାମ ଜିଲ୍ଲାରେ ଯାହା ସବୁ ଘଟୁଛି ତାହା କଣ ମିଛ ? ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ବୁର୍ଲା ଭିମସାର ପର୍ୟ୍ୟନ୍ତ କରୋନା ତାର କାୟା ମେଲାଇଛି ।
ଆହୁରି ମଧ୍ୟ କରୋନା ଭାଇରସ୍ ଗୋଟିଏ ପ୍ରକାରର ନୁହେଁ । କାହାକୁ କିଭଳି ଭାଇରସ୍ ଆକ୍ରମଣ କରିବ ସେକଥା କହିବା ମୁସ୍କିଲ । ଦୁନିଆଁ ସାରା ଡାକ୍ତର, ବୈଜ୍ଞାନିକ ଏହାର ପ୍ରତିକାର ବାହାର କରିବାକୁ ନିରବଚ୍ଛିନ୍ନ ଭାବେ ଲାଗିଛନ୍ତି । ସେ ସମୟରେ ଆମେ ସତର୍କ ନରହି ବାଟ ହୁଡ଼ିବା ଆଦୌ ଠିକ୍ ନୁହେଁ ।
ଏକଥା ମଧ୍ୟ ମାନିବାକୁ ହେବ ଯେ ସରକାରଙ୍କ ସତର୍କତା, କୋଭିଡ୍ ଯୋଦ୍ଧାମାନଙ୍କର ଦିନରାତି ଅକ୍ଳାନ୍ତ ପରିଶ୍ରମ କଣ ସବୁ ମିଛ ? ଏଭଳି ଭାଇରଲ୍ କଥା ସବୁ କୋଭିଡ୍ ଯୋଦ୍ଧାଙ୍କ ପରିଶ୍ରମ ଓ ନିଷ୍ଠାର ମର୍ୟ୍ୟାଦା ହାନି କରୁଛି । ତା ସହିତ ସାଧାରଣ ଲୋକଙ୍କୁ ବିପଥଗାମୀ କରିବାର ମଧ୍ୟ ଆଶଙ୍କା ରହିଛି । ତେଣୁ ଭ୍ୟାକସିନ୍ ଆସିବା ଯାଏ ଅନ୍ତତଃ ନିଜ ସୁରକ୍ଷା ନିଜ ହାତରେ ରଖନ୍ତୁ ଏବଂ ଏଭଳି ଭାଇରଲ୍କୁ ବାୟ ବାୟ କରନ୍ତୁ ।
ଆମେରିକାର ଲାସ୍ ଭେଗାସ୍ ସହରରେ ଥିବା ଏକ ଆପାର୍ଟମେଣ୍ଟ ପରିସରରେ ଆଖିବୁଜା ଗୁଳିମାଡ କଲା ଦୁର୍ବୃତ୍ତ । ଗୁଳିକାଣ୍ଡରେ ୫…
ଭୁବନେଶ୍ୱର: ଆଜି ଦିଲ୍ଲୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ କେଭି ସିଂଦେଓ…
ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…
ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…
ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…
କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…