ରାଜ୍ୟ

କଲବଲ କଲାଣି ଖରା: ସକାଳୁ ରାଜଧାନୀରେ ୩୨ ଡିଗ୍ରି ଟପିଲା ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ବି ସକାଳୁ ସକାଳୁ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଲାଣି। ସକାଳ ୮ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱରରେ ୩୨.୮ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଏଠାରେ ଆର୍ଦ୍ରତା ୭୯ ପ୍ରତିଶତ ରହିଥିବାରୁ ଗୁଳୁଗୁଳି ଅନୁଭୂତ ହେଉଛି। ଦିନର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୮ ଡିଗ୍ରି ମଧ୍ୟରେ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଗ୍ରୀଷ୍ମ ଲହରି ନେଇ ଆଜି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପରୁ, ସୋନପୁର, ଅନୁଗୁଳ, ଦେବଗଡ଼, ବୌଦ୍ଧ ଓ ବଲାଙ୍ଗୀରକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

ଆସନ୍ତାକାଲି ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ୟେଲୋ ୱାର୍ଣ୍ଣିଂ । ଗତକାଲି ରାଜ୍ୟରେ ୧୮ ସହରରେ ପାରଦ ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିଥିଲା । ୪୪.୪ ଡିଗ୍ରୀ ସେଲସିୟସ୍‌ ସହ ସବୁଠୁ ଉତ୍ତପ୍ତ ସହର ଥିଲା ବଲାଙ୍ଗିର । ୪୪ ଡିଗ୍ରୀରେ ଜଳିଥିଲା ଟିଟିଲାଗଡ଼ । ଝାରସୁଗୁଡ଼ାରେ ୪୩.୬ ଓ ଭବାନୀପାଟଣାରେ ତାପମାତ୍ରା ରହିଥିଲା ୪୩.୫ ଡିଗ୍ରୀ ସେଲସିୟସ୍‌ । ୧୮ ଏବଂ ୧୯ ତାରିଖ ପାଇଁ ଝଡ଼ ପବନ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ୧୮ ତାରିଖ ପାଇଁ ୧୬ ଜିଲ୍ଲା ଓ ୧୯ ତାରିଖ ପାଇଁ ୧୨ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସହ ପବନ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

 

Barsha

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି କୌଣସି ପ୍ରକାରର ନୂଆ ଯୋଜନା କରିବେ ଏବଂ ସେଥିରେ ସଫଳ ହେବେ

ମେଷ: ଆପଣଙ୍କର କିଛି ନୂଆ କାମରେ ରୁଚି ବଢିବ । ଆଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ ।…

2 hours ago

୨୦ରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ, ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ହେବେ କାମଚଳା ବାଚସ୍ପତି

ଆସନ୍ତା ୨୦ ତାରିଖରେ ହେବ ବିଧାନସଭା ବାଚସ୍ପତି ନିର୍ବାଚନ। ୧୯ ତାରିଖରେ ବାଚସ୍ପତି ପଦ ପାଇଁ ନମାଙ୍କନ ଦାଖଲ ହେବ…

3 hours ago

ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ ରାଙ୍କିଙ୍ଗ : ଭାରତରେ ଏକ ନମ୍ବର ଓ ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି କିଟ୍‍ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ପ୍ରତିବର୍ଷ ପରି ଚଳିତ ବର୍ଷ ଟାଇମ୍‍ସ ହାଇଅର ଏଜୁକେସନ୍‍ ଇମ୍ପାକ୍ଟ (ସାମାଜିକ ପ୍ରଭାବ) ରାଙ୍କିଙ୍ଗ ପ୍ରକାଶ ପାଇଛି।…

4 hours ago

ବଜ୍ରାପାତରେ ଜଣେ ମୃତ, ମା’ କିଚକେଶ୍ୱରୀ ଦେବୀ ମନ୍ଦିର କଳସ ଭାଙ୍ଗିଲା

କରଞ୍ଜିଆ : ମୟୁରଭଞ୍ଜ ଜିଲ୍ଲାର କରଞ୍ଜିଆ ଉପଖଣ୍ଡରେ ଅପରାହ୍ନରେ କିଛି କିଛି ସ୍ଥାନରେ ଘଡଘଡି ସହିତ ହାଲୁକା ବର୍ଷା ଲାଗି…

5 hours ago

ଆଖି ପିଛୁଳାକେ ଚାଲି ଯାଇଥାନ୍ତା ଜୀବନ, ରେଳ ଯାତ୍ରୀଙ୍କୁ ବଞ୍ଚାଇ ଦେଲେ ସୁରକ୍ଷା କର୍ମୀ

କଟକ (କେନ୍ୟୁଜ୍‌) : ଜୀବନ ବଞ୍ଚାଇ ଦେଲେ ରମେଶ। କଟକ ରେଳବାଇ ପୋଲିସ୍‌ କର୍ମଚାରୀଙ୍କ ସାହସିକତା ପାଇଁ ବଞ୍ଚି ଗଲା…

6 hours ago

ବିଜେପି ସରକାରଙ୍କ ଶପଥ ଗ୍ରହଣ ଉତ୍ସବରେ ଏମିତି ଆସିଥିଲେ କିଛି ନିଆରା ବ୍ୟକ୍ତି

ଭୁବନେଶ୍ୱର: ଚାରିଆଡ଼େ ପରିବର୍ତ୍ତନର ସ୍ୱର । ଓଡ଼ିଶା ରାଜନୀତିରେ ହୋଇଛି ବଡ଼ ପରିବର୍ତ୍ତନ । ଦୀର୍ଘ ୨୪ ବର୍ଷ ଧରି…

6 hours ago