ରାଜ୍ୟ

ସିସିଟିଭି କ୍ୟାମେରାରେ କଏଦ ହେଲା ବାଇକ ଲୁଟର ଦୃଶ୍ୟ : ୨ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ଅନୁଗୁଳ (କେନ୍ୟୁଜ); ବାଇକରେ ଆସିଲେ, ବାଇକ ଚୋରି କଲେ। ସିସିଟିଭିରେ କଏଦ୍ ଚୋରି ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଘଟଣା। ସୂଚନା ଅନୁଯାୟୀ, ତାଳଚେରର ସମୀର ସାହୁ ନାମକ ଜଣେ ଯୁବକ ରେମୁଆଁ ସ୍ଥିତ ତାଙ୍କ ସାଙ୍ଗ ଘରକୁ ଆସିଥିଲେ । ସେ ଭିତରେ ଥିବା ବେଳେ ବାଇକକୁ ଘର ବାହରେ ରଖିଥିଲେ ସମୀର । କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସିସିଟିଭି ଯାଞ୍ଚ କରିବା ପରେ ୨ଜଣ ଚୋର ବାଇକ ନେଇ ପଳାଇଥିବା ଦେଖିଥିଲେ । ପରେ ଏନେଇ ତାଳଚେର ଥାନାରେ ଅଭିଯୋଗ କରିଥିଲେ ସମୀର । ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

 

Barsha

Recent Posts

୬ ଲକ୍ଷରେ ମିଳୁଛି ସେଭେନ୍‌ ସିଟର୍‌ କାର୍‌, ଫ୍ୟାମିଲି ପାଇଁ ପୁରା ଫିଟ୍‌

ଯଦି ଆମେ ମାର୍କେଟରେ ସେଭେନ୍‌ ସିଟର କାର୍ (MPV) ବିଷୟରେ କହିବା, ତେବେ ମାରୁତି ସୁଜୁକିର XL6 ଏବଂ Ertigaର…

24 seconds ago

ହରଭଜନ, ଅର୍ଶଦୀପ ଏବଂ ଶିଖ ସଂପ୍ରଦାୟକୁ କ୍ଷମା ମାଗିଲେ କାମରନ ଆକମଲ, ଦେଇଥିଲେ ବିବାଦୀୟ କମେଣ୍ଟ

ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ ବିଶ୍ୱକପ ମ୍ୟାଚରେ ଭାରତ ମାତ୍ର ୬ ରନରେ ବିଜୟୀ ହୋଇଥିଲା ।…

9 mins ago

ଦିନରେ ଥରେ ଖାଇବା ଏକ ଭଲ ଅଭ୍ୟାସ କି? ଜାଣନ୍ତୁ ଶରୀର ଉପରେ କ’ଣ ପ୍ରଭାବ ପଡିଥାଏ

ଓଜନ ହ୍ରାସ କରିବାକୁ, ଆଜିକାଲି ପ୍ରାୟତଃ ଲୋକମାନେ ଡାଏଟିଂ କରୁଛନ୍ତି । କେହି କେହି ରୁଟି ଖାଇବା ବନ୍ଦ କରିଦିଅନ୍ତି…

15 mins ago

ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ଟ୍ରେନ୍ ଲାଇନ ନିକଟରେ ପଡ଼ିଛି ଦମ୍ପତିଙ୍କ ମୃତଦେହ । ନୂଆପଡା ଟ୍ରେନ ଲାଇନର ତୁରେକେଲା ଷ୍ଟେସନ ନିକଟ…

15 mins ago

କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ବିଏସଏଫ ଯବାନଙ୍କ ମୃତଦେହ ଠାବ

କୋରାପୁଟ (କେନ୍ୟୁଜ): ବିଏସଏଫ ଯବାନଙ୍କ ମୃତଦେହ ଠାବ । କୋରାପୁଟ ରାୟଗଡ ରେଲୱେ ଟ୍ରାକରେ ମୃତଦେହ ଉଦ୍ଧାର ହୋଇଛି । …

31 mins ago

ମହାରାଷ୍ଟ୍ର: ସରାବଲୀରେ ସାନିଟାରୀ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ, ସବୁ ଜଳିପୋଡି ପାଉଁଶ

ମହାରାଷ୍ଟ୍ରର ଥାନେ ଅଞ୍ଚଳରେ ଥିବା ସରାବଲୀ MIDC ରେ ଏକ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ ଲାଗିଛି । ଘଟଣା ସ୍ଥଳରେ…

43 mins ago