Below header

ସିସିଟିଭି କ୍ୟାମେରାରେ କଏଦ ହେଲା ବାଇକ ଲୁଟର ଦୃଶ୍ୟ : ୨ ଅଭିଯୁକ୍ତଙ୍କୁ ଚିହ୍ନଟ କଲା ପୋଲିସ

ବାଇକରେ ଆସିଲେ, ବାଇକ ଚୋରି କଲେ। ସିସିଟିଭିରେ କଏଦ୍ ଚୋରି ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଘଟଣା।

ଅନୁଗୁଳ (କେନ୍ୟୁଜ); ବାଇକରେ ଆସିଲେ, ବାଇକ ଚୋରି କଲେ। ସିସିଟିଭିରେ କଏଦ୍ ଚୋରି ବେଳର ଦୃଶ୍ୟ । ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଘଟଣା। ସୂଚନା ଅନୁଯାୟୀ, ତାଳଚେରର ସମୀର ସାହୁ ନାମକ ଜଣେ ଯୁବକ ରେମୁଆଁ ସ୍ଥିତ ତାଙ୍କ ସାଙ୍ଗ ଘରକୁ ଆସିଥିଲେ । ସେ ଭିତରେ ଥିବା ବେଳେ ବାଇକକୁ ଘର ବାହରେ ରଖିଥିଲେ ସମୀର । କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳକୁ ତାଙ୍କ ବାଇକଟି ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ସିସିଟିଭି ଯାଞ୍ଚ କରିବା ପରେ ୨ଜଣ ଚୋର ବାଇକ ନେଇ ପଳାଇଥିବା ଦେଖିଥିଲେ । ପରେ ଏନେଇ ତାଳଚେର ଥାନାରେ ଅଭିଯୋଗ କରିଥିଲେ ସମୀର । ପୋଲିସ୍ ସିସିଟିଭି ଫୁଟେଜ୍ ଯାଞ୍ଚ କରି ୨ ଅଭିଯୁକ୍ତଙ୍କୁ ଅଟକ ରଖିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.