Below header

ଆସୁଛି ରାକ୍ଷୀ, କଟକର ଝିଅ ସସ୍ମିତାଙ୍କ ପାଖକୁ ଅନଲାଇନରେ ଆସୁଛି ବିଭିନ୍ନ ସ୍ଥାନରୁ ରାକ୍ଷୀ ଅର୍ଡର

କଟକ ବାଦାମବାଡ଼ି ଖୁଣ୍ଟିଆ ଲେନର ଏମତି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି ସସ୍ମିତା ପାତ୍ର । ଶିକ୍ଷାଗତ ଯୋଗ୍ୟତା କମର୍ସ ଗ୍ରାଜୁଏଟ। ଏବେ ଏମ୍.ବି.ଏ କରିବା ସହିତ ପ୍ରସ୍ତୁତ ହେଉଛନ୍ତି କମ୍ପିଟେଟିଭ ପରୀକ୍ଷାଗୁଡିକ ପାଇଁ  । କିନ୍ତୁ ଏହାରି ଭିତରେ ପ୍ରତିଷ୍ଠା କରିପାରିଛନ୍ତି ନିଜର ଏକ ସୁନ୍ଦର ବ୍ୟବସାୟ । ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ ସସ୍ମିତା ।

କଟକ(କେନ୍ୟୁଜ୍) : ଆଗକୁ ଆସୁଛି ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କର ସ୍ନେହର ବନ୍ଧନ ରାକ୍ଷୀ। ସବୁ ଭଉଣୀ ଅପେକ୍ଷା କରି ରହିଥାନ୍ତି ଏହି ଦିନ ଭାଇ ହାତରେ ସୁରକ୍ଷା, ସ୍ନେହ, ପ୍ରେମ ଆଉ ବନ୍ଧନର ସେହି ଡୋରୀ ବାନ୍ଧିବା ପାଇଁ  । ଶ୍ରାବଣ ପୂର୍ଣ୍ଣିମାରେ ଏହି ରକ୍ଷା ବନ୍ଧନ ଉତ୍ସବ ପଡିଥାଏ ।

କେବଳ ସେତିକି ନୁହେଁ ବୃକ୍ଷ, ପାଳିତ ପଶୁ, ଠାକୁରଙ୍କ ବିଗ୍ରହ ବା ଫଟରେ ମଧ୍ୟ ରାକ୍ଷୀ ବାନ୍ଧି ଶ୍ରଦ୍ଧା,ଭକ୍ତି ଅର୍ପଣ କରିବେ ଜନସାଧାରଣ । କଟକ-ଭୁବନେଶ୍ୱର ପରି ସହର ଏପରିକି ପୁରା ରାଜ୍ୟର ରାଖୀ ବ୍ୟବସାୟ ଉପରେ ଆପଣ ଯଦି ନଜର ପକାଇବେ ତେବେ ଜାଣିବାକୁ ପାଇବେ ଅଧିକାଂଶ ରାଖୀ ବାହାର ରାଜ୍ୟରୁ ଆମଦାନୀ କରି ବିକ୍ରି କରୁଛନ୍ତି ଆମ ବ୍ୟବସାୟୀ ଭାଇମାନେ । କିନ୍ତୁ ଆପଣ ଜାଣି ଖୁସି ହେବେ ଆମ ରାଜ୍ୟରେ ଏପରି ଯୁବ ବ୍ୟବସାୟୀମାନେ ମୁଣ୍ଡ ଟେକିଲେଣି ଯେଉଁ ମାନଙ୍କର ସାମଗ୍ରୀ ଏବେ ରପ୍ତାନି ହେଉଛି ବାହାର ରାଜ୍ୟକୁ ।

କଟକ ବାଦାମବାଡ଼ି ଖୁଣ୍ଟିଆ ଲେନର ଏମତି ଜଣେ ଯୁବ ବ୍ୟବସାୟୀ ହେଉଛନ୍ତି ସସ୍ମିତା ପାତ୍ର । ଶିକ୍ଷାଗତ ଯୋଗ୍ୟତା କମର୍ସ ଗ୍ରାଜୁଏଟ। ଏବେ ଏମ୍.ବି.ଏ କରିବା ସହିତ ପ୍ରସ୍ତୁତ ହେଉଛନ୍ତି କମ୍ପିଟେଟିଭ ପରୀକ୍ଷାଗୁଡିକ ପାଇଁ  । କିନ୍ତୁ ଏହାରି ଭିତରେ ପ୍ରତିଷ୍ଠା କରିପାରିଛନ୍ତି ନିଜର ଏକ ସୁନ୍ଦର ବ୍ୟବସାୟ । ଏବେ ରାକ୍ଷୀ ତିଆରିରେ ବ୍ୟସ୍ତ ସସ୍ମିତା । ଦିଲ୍ଲୀ,ମୁମ୍ବାଇ,ଚେନ୍ନାଇ ଆଦି ଦେଶର ବିଭିନ୍ନ କୋଣରୁ ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଛି ରାକ୍ଷୀ ପାଇଁ ଅର୍ଡର । ଏ ସବୁ କିଛି ଚାଲିଛି ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟ “ହାଣ୍ଡ ମେଡ କ୍ରାଫଟର” ଜରିଆରେ ।

9337705413 ନମ୍ବରରେ ଏକ ସ୍ୱତନ୍ତ୍ର whats app ଆକାଉଣ୍ଟ ମଧ୍ୟ ଖୋଲିଛନ୍ତି ଏହି ବ୍ୟବସାୟ ପାଇଁ । ୨୦୧୮ ମସିହାରୁ ଏହି ଅନ ଲାଇନ ବ୍ୟବସାୟ କରି ଆସୁଛନ୍ତି ସସ୍ମିତା । ପର୍ଲ,ଷ୍ଟୋନ, ସୂତା, ରେଜନ, ପ୍ଲାଷ୍ଟିକ ଫୁଲ, କାର୍ଡ ବୋର୍ଡ଼, କାଗଜ, ଅଠା ଓ ଅନ୍ୟାନ୍ୟ କଞ୍ଚା ମାଲ ସାମଗ୍ରୀ ବ୍ୟବହାର କରି ଅର୍ଡ୍ସର ଅନୁଯାୟୀ ପ୍ରସ୍ତୁତ କରୁଛନ୍ତି ରାଖୀ । ଫଟ ମଧ୍ୟ ପଠାଉଛନ୍ତି ଗ୍ରାହକ, ଯାହା ସ୍ଥାନ ପାଉଛି ରାକ୍ଷୀରେ ।

କିଏ ଫଟୋ ତ କିଏ ନିଜ ନାଁ ପ୍ରିଣ୍ଟ କରିବାକୁ ବରାଦ ଦେଉଛନ୍ତି ରାକ୍ଷୀ ଉପରେ । ସସ୍ମିତାଙ୍କୁ ଏବେ ଫୁରସତ ନାହିଁ । ଦିନ ରାତି କେତେବେଳେ ହେଉଛି ଜାଣିବାର ସୁଯୋଗ ନାହିଁ ତାଙ୍କ ପାଖରେ । ୬୦ ଟଙ୍କାରୁ ନେଇ ଏକ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି ରାକ୍ଷୀ ଗୁଡ଼ିକର ଦର । କୋରିଅର ଖର୍ଚ୍ଚ ବା ଡେଲିଭରି ଚାର୍ଜ ଅଲଗା ଦେଉଛନ୍ତି ଗ୍ରାହକ । କେବଳ ରାକ୍ଷୀ ନୁହେଁ, ଅନ୍ୟାନ୍ୟ ଗିଫ୍ଟ ଆଇଟମସ୍ ମଧ୍ୟ ଘରେ ନିଜେ ତିଆରି କରି ଉଭୟ ଅନଲାଇନ ଓ ଅଫଲାଇନରେ ବିକ୍ରି କରୁଛନ୍ତି ସସ୍ମିତା । ଡିଜିଟାଲ ଦୁନିଆରେ ଦୂରତା ବୋଲି ଆଉ କିଛି ଶବ୍ଦ ନାହିଁ। ଯାହା ଇଚ୍ଛା ତାହା କରିବାର ଭରପୁର ସୁଯୋଗ ରହିଛି । କେବଳ ଆବଶ୍ୟକ ନିଷ୍ଠା, ଆତ୍ମବିଶ୍ୱାସ ଓ ପରିଶ୍ରମ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.