ଚନ୍ଦ୍ରରେ ସୃଷ୍ଟି ହୋଇଛି ଟ୍ରାଫିକ ଜାମ୍‌, ଚନ୍ଦ୍ର ମିଶନ ପ୍ରୋଜେକ୍ଟର ଲାଗିଛି ଲାଇନ୍‌

ଚନ୍ଦ୍ରରେ 'ଟ୍ରାଫିକ ଜାମ୍' ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ଯେଉଁଭଳି ଭାବରେ ନିଜର ମିଶନ ପଠାଇଛି, ଠିକ ସେହିଭଳି ଅନେକ ଦେଶ ନିଜର ମିଶନ ଚନ୍ଦ୍ରକୁ ପଠାଇଛନ୍ତି ଏବଂ ଚନ୍ଦ୍ରର କକ୍ଷପଥରେ ଅନ୍ୟ ଦେଶର ଅନେକ ମିଶନ ରହିଛି, ଯାହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡ କରିବ ।

ଆଗାମୀ ସପ୍ତାହ ଭାରତୀୟ ବିଜ୍ଞାନ ଜଗତ ପାଇଁ ବହୁତ ଖାସ ହେବାକୁ ଯାଉଛି । ଭାରତର ଗୁରୁତ୍ୱପୂର୍ଣ୍ଣ ମହାକାଶ ମିଶନ ଚନ୍ଦ୍ରଯାନ – ୩ ଚନ୍ଦ୍ରରେ ଲ୍ୟାଣ୍ଡ କରିବ । କୁହାଯାଉଛି ଯେ ଚନ୍ଦ୍ରଯାନ-୩ ଅଗଷ୍ଟ ୨୧-୨୩ ମଧ୍ୟରେ ଚନ୍ଦ୍ରର ସ୍ଥଳଭାଗରେ ଲ୍ୟାଣ୍ଡ କରିବ ଏବଂ ଏହା ନିଜର ସୁବର୍ଣ୍ଣ ନାମ ଇତିହାସ ପୃଷ୍ଠାରେ ସାମିଲ କରିବ । ଭାରତ ପାଇଁ ଏହା ହେଉଛି ଏକମାତ୍ର ଗୁରୁତ୍ୱପୂର୍ଣ୍ଣ ମିଶନ, କିନ୍ତୁ ଆପଣ ଜାଣିଛନ୍ତି କି ଏହି ପ୍ରକାର ମିଶନ ଯୋଗୁଁ ଚନ୍ଦ୍ରରେ ‘ଟ୍ରାଫିକ ଜାମ୍’ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଭାରତ ଯେଉଁଭଳି ଭାବରେ ନିଜର ମିଶନ ପଠାଇଛି, ଠିକ ସେହିଭଳି ଅନେକ ଦେଶ ନିଜର ମିଶନ ଚନ୍ଦ୍ରକୁ ପଠାଇଛନ୍ତି ଏବଂ ଚନ୍ଦ୍ରର କକ୍ଷପଥରେ ଅନ୍ୟ ଦେଶର ଅନେକ ମିଶନ ରହିଛି, ଯାହା ଶୀଘ୍ର ଚନ୍ଦ୍ରରେ ଲ୍ୟାଣ୍ଡ କରିବ । ତେବେ ଆପଣ ଜାଣି ପାରୁଥିବେ ଯେ ଚନ୍ଦ୍ରର କକ୍ଷପଥରେ ବର୍ତ୍ତମାନ କିପରି ଭିଡ଼ ଲାଗିଛି ଏବଂ ମହାକାଶର ପରିବେଶ କିପରି ଅଛି ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ଚନ୍ଦ୍ରର କକ୍ଷପଥରେ ୬ଟି ଆକ୍ଟିଭ ମିଶନ ଏବଂ ଅନ୍ୟାନ୍ୟ ପ୍ରୋଜେକ୍ଟ ଲାଇନରେ ରହିଛି । ଚନ୍ଦ୍ରଯାନ ବ୍ୟତୀତ ଚନ୍ଦ୍ରର ଅର୍ବିଟରେ ନାସାର ଲୁନାର ରିକୋନାଇସନ୍ସ ଅର୍ବିଟର୍ (LRO) , ନାସାର ଆର୍ଟେମିସ୍ର ଦୁଇଟି ଭିନ୍ନ ମିଶନ, କୋରିଆ ପ୍ୟାଥ୍ ଫାଇଣ୍ଡର ଲୁନାର ଅର୍ବିଟର୍ ଏବଂ ନାସାର କ୍ୟାଷ୍ଟୋନ ସାମିଲ ରହିଛି । ଚନ୍ଦ୍ରଯାନ ବ୍ୟତୀତ ଏହି ସମସ୍ତ ମିଶନ ଚନ୍ଦ୍ରର କକ୍ଷପଥରେ ରହିଛି ।

ସୂଚନା ଥାଉ କି ନାସାର ଲୁନାର ରିକୋନାଇସନ୍ସ ଅର୍ବିଟର୍ ୨୦୦୯ରେ ଲଞ୍ଚ କରାଯାଇଥିଲା ଏବଂ ଏହା ମାଧ୍ୟମରେ ଚନ୍ଦ୍ର ପୃଷ୍ଠ ଭାଗର ମ୍ୟାପ ଜାଣିବା ପାଇଁ ଚେଷ୍ଟା କରାଯାଉଛି । ଏହା ବ୍ୟତୀତ, ARTEMIS ର P1 ଏବଂ P2 ମିଶନ୍ ଜୁନ୍ ୨୦୨୨ରୁ ଚନ୍ଦ୍ର କକ୍ଷପଥରେ ରହିଛି । ଏହା ସହିତ ନାସାର କ୍ୟାପ୍ଷ୍ଟୋନ NRH କକ୍ଷପଥରେ ଅଛି ।

ଏହା ସହିତ, ବର୍ତ୍ତମାନ ଋଷିଆର ଲୁନା ୨୫ ମିଶନ୍ ଲଞ୍ଚ କରାଯାଇଛି, ଯାହା ୧୬ ଅଗଷ୍ଟରେ ଚନ୍ଦ୍ର କକ୍ଷପଥରେ ପ୍ରବେଶ କରିଥିବା ସୂଚନା ମିଳିଛି। । ଏହା ମାଧ୍ୟମରେ ଚନ୍ଦ୍ରର ସାଉଥ ପୋଲ ଅନୁସନ୍ଧାନ କରାଯିବ ଏବଂ ଏହା ଚନ୍ଦ୍ରଯାନ ଲ୍ୟାଣ୍ଡ ହେବାର କିଛି ସମୟ ପରେ ଚନ୍ଦ୍ରରେ ମଧ୍ୟ ଲ୍ୟାଣ୍ଡ କରିବ ବୋଲି କୁହାଯାଉଛି । ମୁନ ମିଶନ ସଂଖ୍ୟା ବଢ଼ିବା ସହିତ ଚନ୍ଦ୍ର ବୈଜ୍ଞାନିକମାନଙ୍କ ପାଇଁ ଅନୁସନ୍ଧାନର କେନ୍ଦ୍ର ପାଲଟିଛି । ତେବେ ଅଧିକ ମିଶନ ପଠାଯିବା ଦ୍ବାରା ପରସ୍ପର ମଧ୍ୟରେ ଏହି ସମସ୍ତ ମିଶନ ଧକ୍କା ହେବାର ସମ୍ଭାବନା ମଧ୍ୟ ବୃଦ୍ଧି ପାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ସମସ୍ତ ଦେଶ ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଚନ୍ଦ୍ରକୁ ମିଶନ ପଠାଇବେ ତେବେ ଏଭଳି ସମସ୍ୟାରୁ ହୁଏତ ବଞ୍ଚି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.