ରାଜ୍ୟ

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗ ଆଣିଲା ବିଜେଡି, ଅପରାଜିତା ରଖିଲେ ପ୍ରତିକ୍ରିୟା

କେନ୍ୟୁଜ୍ (ବ୍ୟୁରୋ): ସପ୍ତାହରେ ଦୁଇ ଦୁଇ ଥର ନିୟମ ଭାଙ୍ଗିଲେଣି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ପୁଣି ଅପରାଜିତାଙ୍କ ବିରୋଧରେ ଆସିଛି ନିୟମ ଭାଙ୍ଗିବା ଅଭିଯୋଗ । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ଭୁବନେଶ୍ୱର ହଂସପାଳ ଫ୍ଲାଏ ଓଭରର ଶିଳାନ୍ୟାସ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ ନିୟମ ଭାଙ୍ଗିଥିବା କହିଛି ବିଜେଡି । ସାଂସଦଙ୍କ ଶହଶହ ସମର୍ଥକ ଓ ସ୍ଥାନୀୟ ବାସିନ୍ଦା ଏକାଠି ହୋଇଥିଲେ । ଏହି ସମୟରେ କୌଣସି ସାମାଜିକ ଦୂରତା ନଥିଲା ବୋଲି କହିଛି ବିଜେଡି । ସାଂସଦ ଅଭ୍ୟାସଗତ ଭାବେ ନିୟମ ଉଲଂଘନ କରୁଛନ୍ତି । ସାଂସଦଙ୍କ କ୍ଷେତ୍ରରେ ସାମାଜିକ ଦୂରତା ଚୁଲିକୁ ଯାଇଛି ବୋଲି ବିଜେଡି କହିଛି । ଗୋଟିଏ ଖରାପ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପରାଜିତା ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ କୋଭିଡ଼ ନିୟମ ମାନୁଛି, ସମସ୍ତେ ମାନନ୍ତୁ । ଆଜି କୌଣସି ନିୟମ ଭାଙ୍ଗି ନାହିଁ ବୋଲି କହିଛନ୍ତି ଅପରାଜିତା ।

ସେହିଭଳି ଗତ ୩ ତାରିଖରେ କୋଭିଡ କଟକଣା ଉଲଂଘନ ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ କିଛି ସମାଜ ସେବୀ । ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ଥିଲା ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି । ସାମାଜିକ ଦୂରତା ପାଳନ କରିନାହାନ୍ତି, ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଛନ୍ତି । ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ସେ ଛାଡିଛନ୍ତି । ତେଣୁ ଏହାକୁ ବିରୋଧ କରି ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲିକ ସମିମ୍ ଅଖତର । ସେପଟେ ସାମାଜିକ ଦୂରତାକୁ ପାଳନ କରି ନ ଥିବାରୁ ସାଂସଦ ନିଜ ଆଡୁ ୧୦୦ ଟଙ୍କା ଜରିମାନା ଦେଇଥିବା ସୂଚନା ମିଳିଛି।

KNews Bureau

Recent Posts

କାଶୀପୁରରେ ଅଜଣା ରୋଗ ଆତଙ୍କ : ଗଲାଣି ୪ ଶିଶୁଙ୍କ ଜୀବନ

ରାୟଗଡା (କେନ୍ୟୁଜ): ରାୟଗଡା ଜିଲ୍ଲା କାଶୀପୁର ବ୍ଳକରେ ପୁଣି ଅଜଣା ରୋଗ ଆତଙ୍କ । ଦୁର୍ଗମ ଡଙ୍ଗାସିଲ ପଞ୍ଚାୟତ ଅନ୍ତର୍ଗତ…

12 mins ago

୪ ଦିନ ଯାଏ ତାତିରୁ ନିସ୍ତାର ନାହିଁ: ପଶ୍ଚିମରେ ଡହଡହ ଖରା, ଉପକୂଳରେ ଅସହ୍ୟ ଗରମ

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟରେ ତାତିରୁ ନିସ୍ତାର ନାହିଁ । ପଶ୍ଚିମରେ ଡହଡହ ଖରା ସାଙ୍ଗକୁ ଉପକୂଳରେ ଅସହ୍ୟ ଗରମ ଓ…

32 mins ago

ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହଟିଲା ପ୍ରତିବନ୍ଧକ

ପୁରୀ (କେନ୍ୟୁଜ) : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର ।  ମଙ୍ଗଳ ଆଳତୀ ପରେ ପ୍ରଥମେ ଶ୍ରୀମନ୍ଦିରର ୪ ଦ୍ବାର…

50 mins ago

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

8 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

11 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

11 hours ago