Below header

ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ କୋଭିଡ-୧୯ ନିୟମ ଉଲଂଘନ ଅଭିଯୋଗ ଆଣିଲା ବିଜେଡି, ଅପରାଜିତା ରଖିଲେ ପ୍ରତିକ୍ରିୟା

କେନ୍ୟୁଜ୍ (ବ୍ୟୁରୋ): ସପ୍ତାହରେ ଦୁଇ ଦୁଇ ଥର ନିୟମ ଭାଙ୍ଗିଲେଣି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଆଜି ପୁଣି ଅପରାଜିତାଙ୍କ ବିରୋଧରେ ଆସିଛି ନିୟମ ଭାଙ୍ଗିବା ଅଭିଯୋଗ । ଏଭଳି ଗୁରୁତର ଅଭିଯୋଗ ଆଣିଛି ବିଜେଡି । ଭୁବନେଶ୍ୱର ହଂସପାଳ ଫ୍ଲାଏ ଓଭରର ଶିଳାନ୍ୟାସ ସମୟରେ ସାଂସଦ ଅପରାଜିତା ଷଡଙ୍ଗୀ ନିୟମ ଭାଙ୍ଗିଥିବା କହିଛି ବିଜେଡି । ସାଂସଦଙ୍କ ଶହଶହ ସମର୍ଥକ ଓ ସ୍ଥାନୀୟ ବାସିନ୍ଦା ଏକାଠି ହୋଇଥିଲେ । ଏହି ସମୟରେ କୌଣସି ସାମାଜିକ ଦୂରତା ନଥିଲା ବୋଲି କହିଛି ବିଜେଡି । ସାଂସଦ ଅଭ୍ୟାସଗତ ଭାବେ ନିୟମ ଉଲଂଘନ କରୁଛନ୍ତି । ସାଂସଦଙ୍କ କ୍ଷେତ୍ରରେ ସାମାଜିକ ଦୂରତା ଚୁଲିକୁ ଯାଇଛି ବୋଲି ବିଜେଡି କହିଛି । ଗୋଟିଏ ଖରାପ ଉଦାହରଣ ସୃଷ୍ଟି କରୁଛନ୍ତି ବୋଲି ସାଂସଦ ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି । ଅନ୍ୟପଟେ ଅପରାଜିତା ପ୍ରତିକ୍ରିୟା ଦେଇ କହିଛନ୍ତି ମୁଁ କୋଭିଡ଼ ନିୟମ ମାନୁଛି, ସମସ୍ତେ ମାନନ୍ତୁ । ଆଜି କୌଣସି ନିୟମ ଭାଙ୍ଗି ନାହିଁ ବୋଲି କହିଛନ୍ତି ଅପରାଜିତା ।

aparajita sarangiସେହିଭଳି ଗତ ୩ ତାରିଖରେ କୋଭିଡ କଟକଣା ଉଲଂଘନ ଅଭିଯୋଗ ଆଣି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାମରେ ଥାନାରେ ମାମଲା ଦାୟର କରିଥିଲେ କିଛି ସମାଜ ସେବୀ । ସାଂସଦଙ୍କ ନାମରେ ଦିଆଯାଇଥିବା ଏତଲାରେ ଉଲ୍ଲେଖ ଥିଲା ସାଂସଦ ବାହାରୁ ଭୁବନେଶ୍ୱର ଆସିବା ପରେ କୋଭିଡ କଟକଣାକୁ ନମାନି କର୍ମୀଙ୍କ ସହ ମିଳାମିଶା କରଛନ୍ତି । ସାମାଜିକ ଦୂରତା ପାଳନ କରିନାହାନ୍ତି, ମାସ୍କ ନ ପିନ୍ଧି ଦଳୀୟ କର୍ମୀଙ୍କ ସହ ଜନ୍ମଦିନ ବି ପାଳନ କରିଛନ୍ତି । ଏହାର ଫଟୋ ଉଠାଇ ସୋସିଆଲ ମିଡିଆରେ ମଧ୍ୟ ସେ ଛାଡିଛନ୍ତି । ତେଣୁ ଏହାକୁ ବିରୋଧ କରି ଦୋଷୀଙ୍କ ବିରୋଧରେ  କାର୍ଯ୍ୟାନୁଷ୍ଠାନ ଦାବିରେ ଏତଲା ଦେଇଛନ୍ତି ଅଭିଯୋଗକାରୀ ଯୋଗେଶ ଚନ୍ଦ୍ର ଜେନା ଓ ମଲିକ ସମିମ୍ ଅଖତର । ସେପଟେ ସାମାଜିକ ଦୂରତାକୁ ପାଳନ କରି ନ ଥିବାରୁ ସାଂସଦ ନିଜ ଆଡୁ ୧୦୦ ଟଙ୍କା ଜରିମାନା ଦେଇଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.