କଟକ : ସ୍ୱାମୀ ଫୋନ୍‌ରେ ଦେଇଥିଲେ ଟ୍ରିପଲ୍ ତଲାକ୍‌, ଏବେ ବାନ୍ଧିଲା ପୋଲିସ୍‌

କଟକ (କେ ନ୍ୟୁଜ୍‌) : ସ୍ୱାମୀ ଫୋନ୍ କଲେ । ଆଉ କହିଲେ ତଲାକ୍‌ଟ୍ଟ । ବୋଧହୁଏ ସ୍ୱାମୀ ଭୁଲି ଗଲେ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକୁ । ଅବଶ୍ୟ ଏହି ଘଟଣା ପାଞ୍ଚ ମାସ ତଳର । ତେବେ ପତ୍ନୀ ଗତ ଶୁକ୍ରବାର ଦିନ କଟକ ମହିଳା ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ଆଉ ଆଜି ପୋଲିସ୍ ସେହି ସ୍ୱାମୀଙ୍କୁ ଗିରଫ କରିଛି ।
ଅନେକ ଦିନ ପରେ ପୁଣି ସାମ୍ନାକୁ ଆସିଛି ତିନି ତଲାକର କଥା। ତିନି ତାଲାକରେ ପଡିପାରୁ ନାହିଁ ପୂର୍ଣ୍ଣଛେଦ। କଟକ ସହରରେ ଏପରି ଘଟଣା ଦେଖିବାକୁ ମିଳିଛି। ଦିବାନ ବଜ଼ାର ଅଂଚଳର ଜଣେ ମହିଳା ଏନେଇ ମହିଳା ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଘଟଣା ର ତଦନ୍ତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।
ପୀଡିତା ଙ୍କ ସୂଚନା ଅନୁଯାୟୀ ତାଙ୍କ ଘର ଯାଜପୁର ଜିଲ୍ଲା କୋରେଇ ଅଂଚଳ ରେ। ୨୦୧୧ ମସିହାରେ ତାଙ୍କର ଦିବାନ ବଜ଼ାର ବର୍କତଉଲ୍ଲା ଖାନ୍‌ଙ୍କ ସହିତ ବିବାହ ହୋଇଥିଲା। ୫ ମାସ ତଳେ ତାଙ୍କ ସ୍ୱାମୀ ଫୋନ ଯୋଗେ ତାଙ୍କୁ ଟ୍ରିପଲ ତଲାକ ଦେଇଥିବା ଅଭିଯୋଗ ଆଣିଛନ୍ତି ମହିଳା ଜଣକ। ଅଭିଯୋଗ ଆଧାରରେ ତଦନ୍ତ ପରେ ଆଇନ ଅନୁଯାୟୀ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା କହିଛନ୍ତି କଟକ ଡିସିପି।

ସେପଟେ ତିନିଟି ପିଲାଙ୍କୁ ନେଇ ସେ କିଭଳି ଚଳିବେ ବୋଲି ମହିଳା ଜଣକ ପ୍ରଶ୍ନ ଉଠାଇଛନ୍ତି । ତାଙ୍କୁ ନ୍ୟାୟ ଦେବା ପାଇଁ ସେ ପୋଲିସ୍‌, ପ୍ରଶାସନ ଓ ସରକାରଙ୍କୁ ନିବେନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.