Below header

ପରଲୋକରେ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ, ୭୯ ବର୍ଷ ବୟସରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

କେନ୍ୟୁଜ୍ (ବ୍ୟୁରୋ): ପରଲୋକରେ ପୂର୍ବତନ ସାଂସଦ ଅର୍ଜୁନ ଚରଣ ସେଠୀ। ଆଜି ୭୯ ବର୍ଷ ବୟସରେ ତାଙ୍କର ବିୟୋଗ ହୋଇଛି । ଏନେଇ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ସୂଚନା ଦେଇଛନ୍ତି । ଗୁରୁତର ଭାବେ ଅସୁସ୍ଥ ହୋଇ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଆଠ ଥର ସାଂସଦ ଥିଲେ ଅର୍ଜୁନ । ୨୦୧୯ ସାଧାରଣ ନିର୍ବାଚନରେ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ଅଟଳ ବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ଜଳସଂପଦ ମନ୍ତ୍ରୀ ଥିଲେ।

ଅର୍ଜୁନ ଭୁବନେଶ୍ୱରରେ ତାଙ୍କ ସାନପୁଅଙ୍କ ପାଖରେ ରହୁଥିବା ବେଳେ ହଠାତ ତାଙ୍କ ମୁଣ୍ଡ ଘୂରେଇ ଦେଇଥିଲା। ଚେୟା୍ରରେ ବସିଥିବା ବେଳେ ସେ ତଳେ ପଡିଯାଇଥିଲେ। ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.