Below header

ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ

ବନ୍ଦେ ଉତ୍କଳ ସଂଗୀତ ଗାନର ଅବଧି ଦୁଇ ମିନିଟ ୧୧ ସେକେଣ୍ଡରେ ସୀମିତ ରହିବ । ପୁରୁଣା ଶୈଳୀରେ ଗାନ ହେବ ରାଜ୍ୟ ସଙ୍ଗୀତ । ସୁଧାକର ବାଳକୃଷ୍ଣ ଦାସଙ୍କ ଦ୍ୱାରା ଗାନ କରାଯାଇଥିବା ଶୈଳୀରେ ବନ୍ଦେ ଉତ୍କଳ ଜନନୀ ଗାଇବେ । ଏନେଇ କଳିଙ୍ଗ ଟିଭିକୁ ସୂଚନା ଦେଇଛନ୍ତି ରାଜ୍ୟ ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀ । କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସୃଷ୍ଟି ବନ୍ଦେ ଉତ୍କଳ ଜନନୀକୁ ରାଜ୍ୟ ସଂଗୀତର ମାନ୍ୟତା ମିଳିଛି । ସଂଗୀତର ସ୍ୱର, ଲୟ, ତାଳ ଯେଉଁ ଆଧାରରେ କରିବେ ସେହି ଆଧାରରେ ପାଠ୍ୟପୁସ୍ତକରେ ବନ୍ଦେ ଉତ୍କଳ ଜନନୀକୁ ସାମିଲ କରାଯିବ। ଏ ଭିତରେ ଛାତ୍ରଛାତ୍ରୀଙ୍କୁ ଚଳିତବର୍ଷ ପାଠ୍ୟପୁସ୍ତକ ବଣ୍ଟାସରିଛି। ସୁବିଧା ହେଲେ ବନ୍ଦେ ଉତ୍କଳ ଜନନୀ ଉପରେ ଏକ ଏକ ସ୍ୱତନ୍ତ୍ର ପୁସ୍ତିକା ପ୍ରସ୍ତୁତ କରାଯାଇ ଛାତ୍ରଛାତ୍ରୀଙ୍କୁ ବଣ୍ଟାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.