Below header

ଭର୍ଚୁଆଲ୍‌ ର‍୍ୟାଲିରେ ଅମିତ ଶାହାଙ୍କ ଉଦ୍‌ବୋଧନ : ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କର

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ଡିଜିଟାଲ୍‌ ପ୍ଲାଟ୍‌ଫର୍ମରେ ପ୍ରଥମ ଥର ପାଇଁ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଦଳୀୟ କର୍ମୀଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ ତାଙ୍କ ସମୟରେ ଯେଉଁ କାମ ଅଧା ରହିଥିଲା ତାହା ନଡ୍ଡାଙ୍କ ସମୟରେ ପୂରଣ ହେବ ।

ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି । ବିଜେପି ଦ୍ୱାରା ହିଁ କେବଳ ଓଡ଼ିଶାକୁ ବିକଶିତ କରିହେବ । ତେଣୁ ଓଡ଼ିଶାକୁ ବିଜେପିର ଅଭେଦ୍ୟ ଗଡ଼ କରିବାକୁ ଶ୍ରୀ ଶାହା ଆହ୍ଵାନ ଦେଇଥିଲେ । ଏଥି ସହ କଂଗ୍ରେସକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ ।

ସାରା ବିଶ୍ୱ ଆଜି କରୋନା ମହାମାରୀ ଦେଇ ଗତି କରୁଥିବା ବେଳେ ଭାରତ କରୋନା ମୁକାବିଲାରେ ବିଶ୍ୱ ପାଇଁ ଉଦାହରଣ ପାଲଟିଛି । କଂଗ୍ରେସ କେବଳ ଇଣ୍ଟରଭ୍ୟୁ ବ୍ୟତୀତ ଆଉ କ’ଣ କରିଛି ବୋଲି ଶ୍ରୀ ଶାହା କଂଗ୍ରେସକୁ ସିଧା ଟାର୍ଗେଟ କରିଥିଲେ । ମହାମାରୀ ସମୟରେ କେନ୍ଦ୍ର ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି ।

ସରକାରଙ୍କ ୨୦ ଲକ୍ଷ କୋଟି ପ୍ୟାକେଜ୍‌ ଦ୍ୱାରା କୃଷକ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାମାନେ ଉପକୃତ ହେବେ । ଓଡ଼ିଶାର ଭୋଟରମାନେ ବିଜେପିକୁ ୩୮.୪ ପ୍ରତିଶତ ଭୋଟ ଓ ୮ ଜଣ ଏମ୍‌ପି ଦେଇଥିବାରୁ ଓଡ଼ିଶାକୁ ଧନ୍ୟବାଦ ଦେଇଛନ୍ତି ଶ୍ରୀ ଶାହା । ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଭର୍ଚୁଆଲ୍‌ ର‍୍ୟାଲିରେ ଏପରି ଉଦ୍‌ବୋଧନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅମିତ ଶାହା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.