ଏନଡିଆରଏଫ କ୍ୟାମ୍ପର ୫୦ ଯବାନଙ୍କୁ କରୋନା, କଟକ ମୁଣ୍ଡଳୀ ଏନଡିଆରଏଫ ପକ୍ଷରୁ ସୂଚନା

କେନ୍ୟୁଜ୍ (ବ୍ୟୁରୋ): କଟକ ମୁଣ୍ଡଳୀଠାରେ ଥିବା ଏନଡିଆରଏଫ କ୍ୟାମ୍ପର ୪୯ ଏନଡିଆରଏଫ ଯବାନ କରୋନାରେ ଆକ୍ରାନ୍ତ। ନିକଟରେ କଲିକତାରେ ବାତ୍ୟା ଅମ୍ଫାନ ପୂନଋଦ୍ଧାର କାର୍ଯ୍ୟରେ ନିଯୋଜିତ ହେବା ପାଇଁ ୧୬୭ ଯବାନ ସେଠାକୁ ଯାଇଥିଲେ । ସେଠାରୁ  ଫେରିବା  ପରେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ଆଜି ସେମାନଙ୍କ ରିପାର୍ଟ ପଜେଟିଭ ଆସିଛି  ବୋଲି ସୂଚନା ଦେଇଛନ୍ତି  କଟକ ମୁଣ୍ଡଳୀ ଏନଡିଆରଏଫ ମୁଖ୍ୟ। ତିନିଦିନ ତଳେ ଆଉ ଜଣେ ଯବାନଙ୍କ ଠାରେ କରୋନା ପଜେଟିଭ୍ ଚିହ୍ନଟ ହୋଇଥିଲା।

ଏପଟେ ଚାନ୍ଦିପୁର ସ୍ଥିତ ଗୋଳା ବାରୁଦ ପରୀକ୍ଷଣ କେନ୍ଦ୍ରର ୨ ଜଣ ପ୍ରତିରକ୍ଷା କର୍ମଚାରୀ କରୋନା ପଜିଟିଭ ଭାବେ ଚିହ୍ନଟ ହୋଇଛନ୍ତି। ସମସ୍ତ ସତର୍କତାମୂଳକ ପଦକ୍ଷେପ ଅବଲମ୍ବନ କରିବା ସତ୍ତ୍ବେ ପ୍ରତିରକ୍ଷା ବିଭାଗରେ ଏହି କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ସମସ୍ତଙ୍କୁ ଚକିତ କରିଛି। ଏହି ଘଟଣା ପରେ ଉଭୟ ପିଏକ୍ସଇ ଓ ଆଇଟିଆର ପରିସରରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି।
ସମ୍ପୃକ୍ତ ୨ ପ୍ରତିରକ୍ଷା କର୍ମଚାରୀଙ୍କ ନିକଟରେ କରୋନା ଲକ୍ଷଣ ଜଣାପଡ଼ିବା ପରେ ଗତ ଶନିବାର ଦିନ ତାଙ୍କୁ କୋଲକାତା ସ୍ଥିତ କମାଣ୍ଡୋ ହସ୍ପିଟାଲକୁ ପଠାଯାଇଥିଲା। ସେଠାରେ ସ୍ୱାବ୍ ନମୂନା ପରୀକ୍ଷା ପରେ ପଜିଟିଭ ଥିବା ଜଣାପଡ଼ିଥିଲା। ଏହା ପରେ ଦୁଇଜଣ କର୍ମଚାରୀଙ୍କୁ ବାରାକପୁର ହସ୍ପିଟାଲରେ ଚିକିତ୍ସା କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.