ରାଜ୍ୟ

ହୋଟେଲ୍ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଅଟକ

ହୋଟେଲ୍ ରୁମରୁ ଯୁବତୀଙ୍କ ମୃତଦେହ ଉଦ୍ଧାର । ବ୍ରହ୍ମପୁର ଗୋଳନ୍ଥରା ଥାନା ହଳଦିଆପଦର ନିକଟରେ ଥିବା ଏକ ହୋଟେଲ ଓୟୋ ରୁମରୁ ଉଦ୍ଧାର ହୋଇଛି ମୃତଦେହ । ମୃତକ ହେଲେ ପୁରୀ ଜିଲ୍ଲା ବୀରଭଦ୍ରପୁର ଅଂଚଳର ଜଣେ ଅଙ୍ଗନବାଡ଼ି କର୍ମୀ । ଗତକାଲି ସନ୍ଧ୍ୟାରେ ରାୟଗଡ଼ା ଅଞ୍ଚଳର ନିଜ ପୁରୁଷ ବନ୍ଧୁ ସଂକେତ ସେନାପତିଙ୍କ ସହ ଓୟୋ ରୁମକୁ ଆସିଥିଲେ । ସଂକେତଙ୍କ ଜନ୍ମଦିନ ପାଳନ କରିବାକୁ ଆସିଥିଲେ ଯୁବତୀ ।

ଗତକାଲି ରାତି ୧୦ଟା ୩୦ ମିନିଟରେ ଅସୁସ୍ଥ ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ନେଇଥିଲେ ସଂକେତ । ସେଠାରେ ଯୁବତୀଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଯୁବତୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି, ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି । ଏନେଇ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଗୋଳନ୍ଥରା ଥାନା ପୋଲିସ । ପୁରୁଷ ବନ୍ଧୁ ସଙ୍କେତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସଙ୍କେତ ଭୁବନେଶ୍ବରର ଜେ.କେ.ଟାୟାର କମ୍ପାନୀରେ ସେଲସ୍ ମ୍ୟାନେଜର ଭାବେ କାମ କରୁଥିଲେ ।

ଫେସବୁକ ଜରିଆରେ ଉଭୟଙ୍କ ମଧ୍ୟରେ ଗତ ଏକ ବର୍ଷ ହେଲା ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ଗତକାଲି ସଙ୍କେତଙ୍କ ଜନ୍ମଦିନ ପାଳନ କରିବା ନିମନ୍ତେ ପୁରୀ ଯିବି କହି ଯୁବତୀ ଜଣକ ଘରୁ ବାହାରିଥିଲେ । ତେବେ କେମିତି ଓ କେଉଁ ପରିସ୍ଥିତିରେ ଯୁବତୀଙ୍କ ମୃତ୍ୟୁ ହେଲା ? କାହିଁକି ଅସୁସ୍ଥ ହୋଇଥିଲେ ? ହୋଟେଲରେ କଣ ଘଟିଥିଲା ? ଫୁଡ୍ ପଏଜନିଂ ନା ଆଉ କିଛି କାରଣ ରହିଛି ? ହଠାତ୍ ମୃତ୍ୟୁ ପଛର କାରଣ କଣ ? ପରିବାର ଲୋକ ଆଣିଥିବା ଅଭିଯୋଗର କେତେ ସତ୍ୟତା ରହିଛି ? ସଙ୍କେତ ରାୟଗଡ଼ାର ହୋଇଥିବା ବେଳେ ଯୁବତୀ ଥିଲେ ପୁରୀ ଜିଲ୍ଲାର । ବର୍ଷେ ପରେ ଫେସବୁକରୁ ଦୁହିଁଙ୍କର ପରିଚୟରୁ ସମ୍ପର୍କ ହୋଇଥିଲା । ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

Niharanjan

Recent Posts

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

14 mins ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

27 mins ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

8 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

11 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

11 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

11 hours ago